ETV Bharat / sukhibhava

Weight Loss Tips: କେବଳ ଜିମ୍ ଗଲେ କିଛି ଫାଇଦା ମିଳିବନି, ଏଡାନ୍ତୁ ଏହି 3 ଖାଦ୍ୟ

author img

By

Published : Feb 17, 2023, 9:40 AM IST

man standing on weight scales
man standing on weight scales

ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ କେବଳ ଜିମ୍‌ ନୁହେଁ ଏହି 3ଟି ଖାଦ୍ୟଠୁ ଦୂରେଇ ରୁହନ୍ତୁ, ନଚେତ୍ ପଡିବନି ଜିମ୍‌ର ଫାଇଦା । ଜାଣନ୍ତୁ କଣ ସେହିସବୁ ଖାଦ୍ୟ ।

ହାଇଦ୍ରାବାଦ: ଏକ ସୁନ୍ଦର ଶାରୀରିକ ଗଠନ କିଏ ବା ନଚାହେଁ । ଏଥିପାଇଁ କିଏ କେତେ ଉପାୟ ଆପଣାଇଥାନ୍ତି, ଜିମ୍ ଯିବା ସାଙ୍ଗକୁ ଖାଦ୍ୟରେ କଟକଣା ଆଣନ୍ତି । ହେଲେ ଓଜନ ନିୟନ୍ତ୍ରଣ ହୋଇନଥାଏ । କାରଣ କେତେକ ଖାଦ୍ୟ ଅଛି, ଯାହା କାର୍ବୋହାଇଡ୍ରେଟ୍‌ର ଭରପୂର ଏବଂ ଆମେ ସେହିସବୁ ଖାଦ୍ୟ ଖାଇଥାନ୍ତି । ଓଜନ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରଥମେ ଆମକୁ ଖାଦ୍ୟରେ କଟକଣା ଆଣିବାକୁ ପଡିବ, ଏହାର ଅର୍ଥ ସ୍ବଳ୍ପ ଖାଇବା କିମ୍ବା ଖାଦ୍ୟ ଖାଇବା ଛାଡିଦେବା ନୁହେଁ । ତେବେ କେଉଁ ଖାଦ୍ୟରେ ଅଧିକ କାର୍ବୋହାଇଡ୍ରେଟ୍ ଥାଏ ଏବଂ ଆମକୁ ଏହାକୁ ତ୍ୟାଗ କରିବାକୁ ପଡିବ, ଜାଣନ୍ତୁ...

ଯଦି ଆପଣ ଓଜନ ନିୟନ୍ତ୍ରଣ ବିଷୟରେ ଚିନ୍ତିତ, ତେବେ ପ୍ରତ୍ୟେକ ଧଳା ଖାଦ୍ୟଠୁ ଦୂରେଇ ରହିବା ଉଚିତ୍ । ଧଳା ଚିନିଠାରୁ ଆରମ୍ଭ କରି ଧଳା ମଇଦା ପର୍ଯ୍ୟନ୍ତ ତିଆରି ଜିନିଷକୁ ଏଡାନ୍ତୁ । କାରଣ ସମସ୍ତ ଧଳା ଖାଦ୍ୟ ପଦାର୍ଥ ପ୍ରକ୍ରିୟାକରଣ କରାଯାଏ ନାହିଁ, କିନ୍ତୁ ଅଧିକାଂଶ ଧଳା ଖାଦ୍ୟ ପଦାର୍ଥ ପ୍ରକ୍ରିୟାକରଣ ହୁଏ । ନିମ୍ନରେ ତିଟୋନି ଧଳା ଖାଦ୍ୟ ଅର୍ଥାତ୍ ପ୍ରକ୍ରିୟାକରଣ ହୋଇଥିବା ଖାଦ୍ୟ ବାବଦରେ ଆଲୋଚନା କରାଯାଇଛି, ଯାହା ଶାରୀରିକ ଓଜନ ବୃଦ୍ଧିର କାରଣ ହୁଏ ।

ହ୍ବାଇଟ୍ ବ୍ରେଡ୍: ଓଜନ ହ୍ରାସ କରିବାକୁ, ଆପଣଙ୍କୁ ପ୍ରଥମେ ହ୍ବାଇଟ୍ ବ୍ରେଡ୍ ଆଇଟମ୍ ଛାଡିବାକୁ ପଡିବ । କାରଣ ଏଗୁଡିକ ଓଜନ ବୃଦ୍ଧି କରିଥାନ୍ତି । ପ୍ରାୟତଃ କିଛି ଲୋକେ ହ୍ବାଇଟ୍ ବ୍ରେଡ୍ ସହ ଚା' କିମ୍ବା ଜଳଖିଆରେ ହ୍ବାଇଟ୍ ବ୍ରେଡ୍ ସହ ଜାମ୍ ଖାଇଥାନ୍ତି । ଏହା ପେଟକୁ ପୂର୍ଣ୍ଣ କରିପାରେ, କିନ୍ତୁ ଶୀଘ୍ର ଓଜନ ମଧ୍ୟ ବଢାଇପାରେ । ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ, ହ୍ବାଇଟ୍ ବ୍ରେଡ୍‌ ଅତ୍ୟଧିକ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇପାରେ ।

ଚିନି: ଚିନି ଅପେକ୍ଷା ଗୁଡ ଭଲ ବୋଲି ଅନେକ ଲୋକ କହିଥାନ୍ତି । ପ୍ରକ୍ରିୟାକୃତ ଚିନିରୁ ଦୂରେଇ ରହିବା ଓଜନକୁ ନିୟନ୍ତ୍ରଣରେ ରଖିପାରେ । ଯେତେବେଳେ ଲୋକମାନେ ଓଜନ ହ୍ରାସ କରିବାକୁ ଚିନ୍ତା କରନ୍ତି, ସର୍ବପ୍ରଥମେ ସେମାନଙ୍କୁ ମିଠା ଖାଦ୍ୟ ଖାଇବାକୁ ବାରଣ କରାଯାଏ, ବିଶେଷ କରି ଚିନିରେ ତିଆରି ଖାଦ୍ୟଠୁ ଦୂରେଇବାକୁ କୁହାଯାଏ । ଚିନି ଖାଇବା ଦ୍ୱାରା ହୃଦରୋଗର ଆଶଙ୍କା ମଧ୍ୟ ବଢିପାରେ । ସେହିପରି ଖରାପ କୋଲେଷ୍ଟ୍ରଲ ବୃଦ୍ଧି ହୋଇପାରେ । ଯଦି ଚିନି ଖାଇବାକୁ ଚାହୁଁଛନ୍ତି, ତେବେ ଏହାର ବିକଳ୍ପ ରୂପରେ ଗୁଡ ସେବନ କରିପାରିବେ ।

ଧଳା ଚାଉଳ: ହ୍ବାଇଟ୍ ବ୍ରେଡ୍ ଏବଂ ଚିନି ପରି ଧଳା ଚାଉଳ ମଧ୍ୟ ବିଶୋଧିତ ଖାଦ୍ୟ ସାମଗ୍ରୀ ଶ୍ରେଣୀରେ ଆସିଥାଏ । ଅନେକ ଲୋକ ଧଳା ଚାଉଳ ଖାଆନ୍ତି । ଚାଉଳରୁ ଜୀବାଣୁ ଦୂରୀକରଣ ପାଇଁ ପ୍ରକ୍ରିୟାକରଣ କରାଯାଏ । ଯଦିଓ ଧଳା ଚାଉଳ ଏକ ଖରାପ ଖାଦ୍ୟ ନୁହେଁ, ତଥାପି ଏଥିରେ କ୍ୟାଲୋରୀ ଏବଂ କାର୍ବସ୍ ବ୍ୟତୀତ କୌଣସି ବିଶେଷ ପୁଷ୍ଟିକର ଖାଦ୍ୟ ନଥାଏ । କ୍ୟାଲୋରୀ ମୋଟାପଣ ବୃଦ୍ଧିର ମୁଖ୍ୟ କାରଣ ହୋଇଥାଏ । ତେଣୁ ଓଜନ ନିୟନ୍ତ୍ରଣ ପାଇଁ ଏସବୁ ଖାଦ୍ୟଠୁ ଦୂରେଇ ରହିବା ଉଚିତ୍ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.