ETV Bharat / sukhibhava

Lemon Water: ଲେମ୍ବୁ ପାଣିର ଅଭ୍ୟାସ ରହିଛି କି, ପିଇବା ପୂର୍ବରୁ ପଢନ୍ତୁ ଖବର

author img

By ETV Bharat Odisha Team

Published : Sep 9, 2023, 5:38 PM IST

ଲେମ୍ବୁ ପାଣିର ଅଭ୍ୟାସ ରହିଛି କି? ଜାଣନ୍ତୁ ପ୍ରତିଦିନ କେତେ ପରିମାଣର ପିଇବା ଉଚିତ।

lemon water side effects
lemon water side effects

ହାଇଦ୍ରାବାଦ: ସୁସ୍ଥ ଏବଂ ଫିଟ୍ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସର୍ବଦା ଅଧିକ ପାଣି ପିଇବାକୁ ପରାମର୍ଶ ଦେଇଥାଆନ୍ତି। ଅଧିକ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଶରୀରକୁ ଦିନସାରା ହାଇଡ୍ରେଟ୍ ରଖିବା ପାଇଁ ଦିନସାରା ପାଣି ପିଇବା ଲାଭଦାୟକ ଅଟେ। ତେବେ ଶରୀରକୁ ହାଇଡ୍ରେଟ ରଖିବା ପାଇଁ କିଛି ଲୋକ ଲେମ୍ବୁ ପାଣି ପିଇଥାଆନ୍ତି। ଲେମ୍ବୁ ଶରୀର ପାଇଁ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି। ଏଥିରେ ଭିଟାମିନ ସି ରହିଥିବାରୁ ଏହା ସ୍ବାସ୍ଥ୍ୟ ଉପକାରୀ ବୋଲି ବିବେଚନା କରାଯାଏ ଏବଂ ଏହା ଚର୍ବି ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ। ମେଦବହୁଳତାରୁ ମୁକ୍ତି ପାଇବା ପାଇଁ ଅନେକ ଲେମ୍ବରୁ ବ୍ୟବହାର କରିଥାଆନ୍ତି। କିନ୍ତୁ ଆବଶ୍ୟକତା ଠାରୁ ଅଧିକ ଲେମ୍ବୁ ସେବନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ବିବେଚନା କରାଯାଇଛି। ତେବେ ଜାଣନ୍ତୁ ପ୍ରତିଦିନ କେତେ ପରିମାଣର ଲେମ୍ବୁ ଖାଇବା ଉଚିତ ଏବଂ ଅଧିକ ଲେମ୍ବୁ ସେବନ ଦ୍ବାରା ଶରୀର ଉପରେ କେଉଁ ପ୍ରଭାବ ପଡିଥାଏ।

ଓଜନକୁ ନିୟନ୍ତ୍ରଣରେ ରଖିବା ଏବଂ ଶରୀରକୁ ଡିଟକ୍ସିଫାଇ କରିବା ପାଇଁ ଲେମ୍ବୁ ଜଳ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହା ଶରୀରରେ ଥିବା ଚର୍ବିକୁ ମଧ୍ୟ ହ୍ରାସ କରିଥାଏ। କିନ୍ତୁ କିଛି ବ୍ୟକ୍ତି ଶୀଘ୍ର ଲାଭ ପାଇବା ପାଇଁ ବା ଓଜନ କମାଇବା ପାଇଁ ଅଧିକ ଲେମ୍ବୁର ବ୍ୟବହାର କରିଥାଆନ୍ତି। ଲେମ୍ବୁ ପାଣି ଶରୀରକୁ ଅନେକ ଉପାୟରେ ଉପକାର କରିଥାଏ। କିନ୍ତୁ ଅଧିକ ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ। ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀର ପାଇଁ ଲାଭଦାୟକ ଅଟେ। କିନ୍ତୁ ପ୍ରତିଦିନ ଏକ ଗ୍ଲାସରୁ ଅଧିକ ଲେମ୍ବୁ ପାଣି ପିଇବା ଠାରୁ ଦୂରେଇ ରହିବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଏହା ମଧ୍ୟ ପଢନ୍ତୁ: Cold VS Warm Water: ସକାଳୁ ଖାଲି ପେଟରେ କେଉଁ ପାଣି ସ୍ବାସ୍ଥ୍ୟ ଉପକାରୀ

ଅଧିକ ଲେମ୍ବୁ ଖାଇବାର କୁପ୍ରଭାବ: ଗ୍ରୀଷ୍ମ ହେଉ କିମ୍ବା ଶୀତ ଋତୁ.. ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଅଧିକ ପରିମାଣରେ ଲେମ୍ବୁ ପାଣି ପିଇବା ପାଇଁ କରିଥାଆନ୍ତି। ଗୋଟିଏ ଦିନରେ ଅଧିକ ଲେମ୍ବୁ ଏବଂ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଏହା ହଜମକ୍ରିୟା ଉପରେ ମଧ୍ୟ ପ୍ରଭାବ ପକାଇପାରେ। ତେଣୁ ନିୟନ୍ତ୍ରିତ ପରିମାଣରେ ଲେମ୍ବୁ ପାଣି ବ୍ୟବହାର କରିବା ଉଚିତ। ଏହା ସହିତ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ। ଅତ୍ୟଧିକ ଲେମ୍ବୁ ପାଣି ଶରୀର ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।

  • ଅତ୍ୟଧିକ ଲେମ୍ବୁ ପାଣି ହୃଦଘାତର କାରଣ ହୋଇପାରେ
  • ପେପ୍ଟିକ୍ ଅଲସର ହେବାର ଆଶଙ୍କା ବୃଦ୍ଧି ପାଇଥାଏ
  • ଅଧିକ ଲେମ୍ବୁ ପିଇବା ଦ୍ୱାରା ଶରୀର ଡିହାଇଡ୍ରେଟ୍ ହୋଇପାରେ
  • ଓଜନ ହ୍ରାସ ହେବାର ଆଶଙ୍କା ଅଧିକ ରହିଥାଏ
  • ଶରୀରରେ ଆଇରନର ଅଭାବ ହୋଇପାରେ
  • ହଜମ ପ୍ରକ୍ରିୟାରେ ବ୍ୟାଘାତ
  • ଅଧିକ ଲେମ୍ବୁ ପାଣି ପିଇବା ଦ୍ୱାରା ହାଡ ଦୁର୍ବଳ ହୋଇଥାଏ

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତାମତ ନୁହେଁ। ଏହା ଏକ ରିପୋର୍ଟ ଭିତ୍ତିକ ଖବର ଅଟେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.