ETV Bharat / sukhibhava

ଚିକିତ୍ସା ବିଜ୍ଞାନରେ ଚମତ୍କାରିତା, ଦୃଷ୍ଟିଶକ୍ତି ଫେରାଇବ ଘୁଷୁରି ଚର୍ମ

author img

By

Published : Aug 13, 2022, 1:22 PM IST

ଘୁଷୁରୀ ଚର୍ମରୁ ପ୍ରସ୍ତୁତ Collagen Protein ଦୂର କରିବ ମାନବ ଦୃଷ୍ଟିହୀନତା
ଘୁଷୁରୀ ଚର୍ମରୁ ପ୍ରସ୍ତୁତ Collagen Protein ଦୂର କରିବ ମାନବ ଦୃଷ୍ଟିହୀନତା

ମେଡିକାଲ ସାଇନ୍ସର ନୂଆ ଉଦ୍ଭାବନ । ଘୁଷୁରୀ ଚର୍ମରୁ ପ୍ରସ୍ତୁତ ହେଲା collagen protein । ଯାହା ଦୂର କରିବ ମଣିଷଙ୍କ ଦୃଷ୍ଟିହୀନତା ସମସ୍ୟା । ଅଧିକ ପଢନ୍ତୁ

ଲଣ୍ଡନ: ଘୁଷୁରୀ ଚର୍ମରୁ collagen protein ପ୍ରସ୍ତୁତ କଲା ମେଡିକାଲ ସାଇନ୍ସ । ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(All India Institute of Medical Sciences India) ସମେତ ଅନ୍ତର୍ଜାତୀୟ ଅନୁସନ୍ଧାନକାରୀଙ୍କ ଏକ ଟିମ୍ ଘୁଷୁରୀର ଚର୍ମରୁ କୋଲାଜେନ୍ ପ୍ରୋଟିନ ପ୍ରସ୍ତୁତ କରିଛନ୍ତି । ଯାହା Human Cornea ଏବଂ ଦୃଷ୍ଟିହୀନ ବ୍ୟକ୍ତିଙ୍କର ଦୃଷ୍ଟିଶକ୍ତି ଫେରାଇ ଆଣିବାରେ ସହାୟକ ହେବ । ଏହା ବାୟୋ-ଇଞ୍ଜିନିୟର୍ଡ ପ୍ରତିରୋପଣ ଦାନ କରାଯାଇଥିବା ହ୍ୟୁମାନ କର୍ଣ୍ଣିଆର ପ୍ରତିରୋପଣ ପାଇଁ ଏକ ବିକଳ୍ପ ଭାବରେ କାର୍ଯ୍ୟ କରିବ, ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ବିଭିନ୍ନ ଦେଶକୁ ପଠାଯିବ ।

Keratoconus Disease
Keratoconus Disease

"ଅନୁସନ୍ଧାନ ପରେ ସ୍ପଷ୍ଟ ହୋଇଛି ଯେ, ଯେଉଁମାନଙ୍କର ଦୃଷ୍ଟିଶକ୍ତି କମ୍ ଥିବ ସେମାନଙ୍କ ଠାରେ ଏହାର ବ୍ୟବହାର ହେବ ଏବଂ ଏହାକୁ ଦୁଇ ବର୍ଷ ପର୍ଯ୍ୟନ୍ତ ବହୁଳ ଭାବରେ ଉତ୍ପାଦିତ ହୋଇ ସଂରକ୍ଷିତ ରଖାଯାଇପାରିବ । ଏହା ଆମକୁ ଦାନ କରାଯାଇଥିବା କର୍ଣ୍ଣିଆଲ୍ ଟିସୁ ଅଭାବ ଏବଂ ଚକ୍ଷୁ ରୋଗ ପାଇଁ ଅନ୍ୟାନ୍ୟ ଚିକିତ୍ସା ସୁବିଧା ପାଇବାରେ ସହାୟକ ହେବ’’ ବୋଲି ସ୍ବଡେନର ଲିଙ୍କୋପିଙ୍ଗ ୟୁନିଭରସିଟି(LIU)ର ବାୟୋମେଟିକାଲ ଏବଂ କ୍ଲିନିକାଲ ସାଇନ୍ସ ବିଭାଗର ପ୍ରଫେସର ନୀଲ ଲଗଲି କହିଛନ୍ତି ।

Cornea Disease
Cornea Disease

ନେଚର ବାୟୋଟେକ୍ନୋଲୋଜିରେ ପ୍ରକାଶିତ pilot study ଅନୁଯାୟୀ, ଭାରତ ଏବଂ ଇରାନର 20 ଜଣ କୋର୍ଣ୍ଣିଆ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ଶରୀରରେ ଘୁଷୁରୀ ଶରୀରରୁ ପ୍ରସ୍ତୁତ collagen protein ପ୍ରତିରୋପଣ ହୋଇଛି । ଏମାନଙ୍କ ମଧ୍ୟରୁ ଭାରତରୁ 3 ଜଣ, ପ୍ରତିରୋପଣ ପୂର୍ବରୁ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇ ବସିଥିଲେ । ଏମାନଙ୍କ ଠାରେ କୋର୍ଣ୍ଣିଆ ପ୍ରତିରୋପଣ ପରେ ଦୃଷ୍ଟିଶକ୍ତି ଫେରି ପାଇଥିବା ରିପୋର୍ଟ ହୋଇଛି ।

କୋର୍ଣ୍ଣିଆ ନିରୂପଣ ହୋଇଥିବା 20 ରୋଗୀ ଦୁଇ ବର୍ଷ ପରେ ସମ୍ପୂର୍ଣ୍ଣ ଦେଖିବାକୁ ସମର୍ଥ ହୋଇଛନ୍ତି । ଅନୁସନ୍ଧାନ ପୂର୍ବରୁ ଦୃଷ୍ଟିହୀନ ଥିବା ତିନିଜଣ ଭାରତୀୟ ଅଂଶଗ୍ରହଣକାରୀଙ୍କ ଅପରେସନ୍ ପରେ 20 ରୁ 20 ବ୍ୟକ୍ତି ଠାରେ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇଥିବା ଅନୁସନ୍ଧାନକାରୀମାନେ କହିଛନ୍ତି । ସେହିପରି ଟିମ୍ ଆଉ ଏକ ନୂଆ ଉଦ୍ଭାବନ ମଧ୍ୟ କରିଛି । Minimally Invasive ପଦ୍ଧତି ଦ୍ବାରା Keratoconus ରୋଗର ସମାଧାନ ପ୍ରଣାଳୀ ପ୍ରସ୍ତୁତ କରିଛନ୍ତି । ତେବେ Keratoconus ମଧ୍ୟ ଏକ ଆଖି ସମସ୍ୟା । ଏହା କୋର୍ଣ୍ଣିଆ ପତଳା ହେଲେ ଧିରେ ଧିରେ ବାହାରକୁ ଏକ କୋଣ ଆକାରର ଦେଖାଯାଏ ଏବଂ ଦୃଷ୍ଟିଶକ୍ତି ହ୍ରାସପାଇଥାଏ ।

ସମ୍ପ୍ରତି, keratoconus ରୋଗୀଙ୍କର ଅପରେସନ କରାଯାଇ ନୂଆ କୋର୍ଣ୍ଣିଆ ପ୍ରତିରୋପଣ କରାଯାଉଛି । କିନ୍ତୁ ନୂଆ ସର୍ଜିକାଲ ମେଥଡରେ ଷ୍ଟିଚ୍ ଆବଶ୍ୟକତା ପଡିବ ନାହିଁ । ଉନ୍ନତମାନର ଲେଜର ମାଧ୍ୟମରେ ଏକ ସରଳ ସର୍ଜିକାଲ ଯନ୍ତ୍ର ମାଧ୍ୟମରେ ପ୍ରତିରୋପଣ ହୋଇପାରିବ । ଏହି ପଦ୍ଧତି ପ୍ରଥମେ ଘୁଷୁରୀମାନଙ୍କ ଉପରେ ପରୀକ୍ଷଣ କରାଯାଇଥିଲା ଏବଂ ଏହା ଏକ ସାଧାରଣ ଏବଂ ନିରାପଦ କୋର୍ଣ୍ଣିଆ ପ୍ରତିରୋପଣ ବୋଲି ପ୍ରମାଣିତ ହୋଇଥିଲା ।

ଇରାନ ଏବଂ ଭାରତର ସର୍ଜନମାନଙ୍କ ଦ୍ବାରା 20 ଜଣଙ୍କ ଉପରେ ପରୀକ୍ଷଣ ହୋଇଥିଲା, ଯେଉଁମାନେ କିରାଟୋକୋନସ୍ କାରଣରୁ ସମ୍ପୂର୍ଣ୍ଣ ଦୃଷ୍ଟିହୀନ କିମ୍ବା ଦୃଷ୍ଟି ଶକ୍ତି ହରାଇବାକୁ ଯାଉଥିଲେ । ଏହି ଅପରେସନ ଜଟିଳତା ମୁକ୍ତ ଥିଲା । ଇମ୍ୟୁନୋସପ୍ରେସିଭ୍ eye drops ସହିତ ଆଠ ସପ୍ତାହ ଚିକିତ୍ସା କରାଯାଇଥିଲା । କର୍ଣ୍ଣିଆ ପ୍ରତିରୋପଣ ରୋଗୀ କିଛି ବର୍ଷ ଧରି ମେଡିସିନ୍ ଗ୍ରହଣ କରିବା ନିହାତି ଆବଶ୍ୟକ । ପ୍ରାଥମିକ ପରୀକ୍ଷଣ ହୋଇଥିବା ବ୍ୟକ୍ତିଙ୍କୁ ଦୁଇ ବର୍ଷ ଧରି ନୀରିକ୍ଷଣରେ ରଖାଯାଇଥିଲେ ଏବଂ ସେମାନଙ୍କ ଠାରେ କୌଣସି ସମସ୍ୟା ଦେଖାଯାଇ ନଥିବା ଅନୁସନ୍ଧାନକାରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.