ETV Bharat / sukhibhava

ଚୀନରେ କୋଭିଡର ଭୟାବହତା ସତ୍ତ୍ବେ ଉତ୍ପନ୍ନ ହୋଇନି ନୂଆ ଭାରିଆଣ୍ଟ: Lancet Study

author img

By

Published : Feb 10, 2023, 5:07 PM IST

କୋଭିଡ୍ ସଂକ୍ରମଣ ନେଇ ଚୀନରୁ ଆସିଲା ଆଶ୍ବସ୍ତିକର ଖବର । ଶୂନ-କୋଭିଡ ନୀତି ଶେଷ ହେବା ପରଠାରୁ ମହାମାରୀର କୌଣସି ନୂତନ ସବ୍-ଭାରିଆଣ୍ଟ ସୃଷ୍ଟି ହୋଇନଥିବା ରିପୋର୍ଟ କଲା ଲାନସେଟ୍ । ଅଧିକ ପଢନ୍ତୁ

China's recent outbreak
China's recent outbreak

ବେଜିଂ: କୋଭିଡ୍ ସଂକ୍ରମଣ ନେଇ ଚୀନରୁ ଆସିଲା ଆଶ୍ବସ୍ତିକର ଖବର । ସେଠାରେ ଶୂନ-କୋଭିଡ ନୀତି ଶେଷ ହେବା ପରଠାରୁ ମହାମାରୀର କୌଣସି ନୂତନ ସବ୍-ଭାରିଆଣ୍ଟ ସୃଷ୍ଟି ହୋଇ ନାହିଁ ବୋଲି ଲାନସେଟ୍ ଏକ ରିପୋର୍ଟରେ ପ୍ରକାଶ କରିଛି । ସାଧାରଣତଃ କୋଭିଡର ଏକ ୱେଭ୍‌ରେ ନୂତନ ଭାରିଆଣ୍ଟ ସୃଷ୍ଟି ହୋଇଥାଏ, ଯାହା ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟେ । ମାତ୍ର ଆଶ୍ବସ୍ତିକର ଖବର ହେଉଛି, ଗତ ବର୍ଷ ଶେଷ ଆଡକୁ ଚୀନରେ ସଂକ୍ରମଣ ବୃଦ୍ଧି ପାଇଥିଲେ ମଧ୍ୟ କୌଣସି ନୂତନ ଭାରିଆଣ୍ଟ ସୃଷ୍ଟି ହୋଇନାହିଁ ।

ଅଧ୍ୟୟନରୁ ଜଣାପଡିଛି ଯେ, 2022ରେ ବେଜିଂର ସବୁଠାରୁ ପ୍ରାଧାନ୍ୟ ବିସ୍ତାର କରିଥିବା ଓମିକ୍ରନ୍ ସବ୍-ଭାରିଆଣ୍ଟ, BA.5.2 ଏବଂ BF.7, ନଭେମ୍ବର 14ରୁ ଡିସେମ୍ବର 20, 2022 ମଧ୍ୟରେ ସଂକ୍ରମଣର ପିକ୍ ଛୁଇଁଥିଲା । ତଥ୍ୟ ଅନୁସାରେ ସଂକ୍ରମଣର ହାର 90%ରୁ ଅଧିକ ଥିଲା । ବର୍ତ୍ତମାନ ମଧ୍ୟ ଏହି ଦୁଇ ଭାରିଆଣ୍ଟ ଚୀନବାସୀଙ୍କୁ କବଳିତ କରିଛି । ତଥାପି ଅନ୍ୟ କୌଣସି ସବ୍‌-ଭାରିଆଣ୍ଟ ସୃଷ୍ଟି ନହେବା ସମଗ୍ର ବିଶ୍ବ ପାଇଁ ଆଶ୍ବସ୍ତିକର ଖବର । ଖବର ଅନୁସାରେ, ବେଜିଂରେ 413 ନୂତନ କୋଭିଡ-19 ସଂକ୍ରମଣର ଜିନୋମ ସିକ୍ବେଏନ୍ସିଂ ଟେଷ୍ଟ୍ କରାଯାଇଥିଲା । ଏଥିରେ ଯେଉଁମାନେ ସଂକ୍ରମିତ ଚିହ୍ନଟ ହୋଇଥିଲେ, ସେମାନେ ପୂର୍ବ ଭାରିଆଣ୍ଟର ।

ଏହା ମଧ୍ୟ ପଢନ୍ତୁ:- ଚଳିତ ମାସ ବଜାରରେ ଉପଲବ୍ଧ ହେବ ଦେଶର ପ୍ରଥମ କ୍ୟାନସର ବିରୋଧୀ ଟିକା Cervavac

ଚୀନ୍ ଏକାଡେମୀ ଅଫ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ମାଇକ୍ରୋବାୟୋଲୋଜିର ପ୍ରଫେସର କହିଛନ୍ତି ଯେ, "ଓମିକ୍ରନ୍ ସବ୍‌-ଭାରିଆଣ୍ଟ ପରଠାରୁ ଚୀନରେ କୌଣସି ନୂତନ ପ୍ରକାର ଦେଖାଯାଇ ନାହିଁ । ବର୍ତ୍ତମାନ ଦେଶରେ ଯେଉଁମାନେ କୋଭିଡରେ ସଂକ୍ରମିତ ହେଉଛନ୍ତି ସେମାନେ ଓମିକ୍ରନ୍ ସବ୍-ଭାରିଆଣ୍ଟ, BA.5.2 ଏବଂ BF.7 ବୋଲି ଜଣାପଡିଛି । ତଥାପି, ଦେଶରେ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି, ଯେପରି କୌଣସି ନୂତନ ସବ୍-ଭାରିଆଣ୍ଟ ସୃଷ୍ଟି ନହୁଏ ସେଥିପ୍ରତି ସତର୍କତା ଅବଲମ୍ବନ କରିବୁ।"

କହି ରଖୁଛୁ ଯେ, COVID-19କୁ ମହାମାରୀ ଘୋଷିତ କରାଯିବାର ତିନି ବର୍ଷ ମଧ୍ୟରେ, ଆଲଫା, ବିଟା, ଗାମା, ଡେଲଟା ଏବଂ ଓମିକ୍ରନ୍ ପରି ବିଭିନ୍ନ ପ୍ରକାରର ଉତ୍ପତ୍ତି ବିଶ୍ବରେ ଅନେକଗୁଡିଏ ୱେଭ୍ ସୃଷ୍ଟି କରିଛି । ଏହି ସବୁ ସବ୍‌-ଭାରିଆଣ୍ଟର ପ୍ରଭାବ ସମଗ୍ର ବିଶ୍ବକୁ ବ୍ୟାପି ଥିବାବେଳେ ଓମିକ୍ରନ ସବ୍‌-ଭାରିଆଣ୍ଟ BF.7 ରେ ଚୀନ ଅଧିକ କବଳିତ ହୋଇଛି । ଗତ ବର୍ଷ ସେଠାରେ ଏହି ଭାରିଆଣ୍ଟରେ ସଂକ୍ରମିତଙ୍କ ସଂଖ୍ୟା ଶୀକର ଛୁଇଁଥିଲା । ଏପରିକି ପ୍ରତିଦିନ 5 ହଜାରରୁ ଊର୍ଦ୍ଧ୍ବ ମୃତ୍ୟୁ ମାମଲା ମଧ୍ୟ ସାମ୍ନାକୁ ଆସୁଥିଲା । ଏସବୁ ସତ୍ତ୍ବେ ନୂଆ ଭାରିଆଣ୍ଟ ସୃଷ୍ଟି ନହେବା ନିଶ୍ଚିତ ରୂପେ କେବଳ ଚୀନ ନୁହେଁ ସମଗ୍ର ବିଶ୍ବ ପାଇଁ ଆଶ୍ବସ୍ତିକର ଖବର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.