ETV Bharat / sukhibhava

ଶରୀରରେ ମାତ୍ରାଧିକ ପୋଡ଼ାଜଳା ରୋକିବାକୁ ନୂଆ ଉପାୟ

author img

By

Published : Mar 7, 2021, 4:41 PM IST

ଶରୀରରେ ମାତ୍ରାଧିକ ପୋଡ଼ାଜଳା ରୋକିବାକୁ ନୂଆ ଉପାୟ
ଶରୀରରେ ମାତ୍ରାଧିକ ପୋଡ଼ାଜଳା ରୋକିବାକୁ ନୂଆ ଉପାୟ

ଶରୀରରେ ଦେଖା ଦେଉଥିବା ମାତ୍ରାଧିକ ପୋଡ଼ାଜଳା ରୋକିବାକୁ ଗବେଷଣା କରୁଥିବା ବୈଜ୍ଞାନିକମାନେ ଏକ ନୂଆ ଉପାୟ ବାହାର କରିଛନ୍ତି। ଶରୀରରେ ଥିବା ପ୍ରତିରୋଧକ ଶକ୍ତି ପାଇଁ ଅତି ଜରୁରୀ ଶ୍ବେତ ରକ୍ତ କଣିକା ନିୟନ୍ତ୍ରଣ କରିବା ଦ୍ବାରା ମାତ୍ରାଧିକ ପୋଡ଼ାଜଳା ରୋକାଯାଇ ପାରିବ। ନେଚର କମ୍ୟୁନିକେସନ ନାମକ ଏକ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ପୋଡ଼ାଜଳା ସମ୍ପର୍କିତ ରୋଗ ଦ୍ବାରା ଶରୀରରେ ଅଜାଣତରେ ଯେଉଁ କ୍ଷତ ହୋଇଥାଏ ତାହାର ସୁରକ୍ଷା ପାଇଁ ଏହି ଉପାୟ ଅତି ଉପଯୋଗୀ ।

(IANS) ଶରୀରରେ ଦେଖା ଦେଉଥିବା ମାତ୍ରାଧିକ ପୋଡ଼ାଜଳା ରୋକିବାକୁ ଗବେଷଣା କରୁଥିବା ବୈଜ୍ଞାନିକମାନେ ଏକ ନୂଆ ଉପାୟ ବାହାର କରିଛନ୍ତି। ଶରୀରରେ ଥିବା ପ୍ରତିରୋଧକ ଶକ୍ତି ପାଇଁ ଅତି ଜରୁରୀ ଶ୍ବେତ ରକ୍ତ କଣିକା ନିୟନ୍ତ୍ରଣ କରିବା ଦ୍ବାରା ମାତ୍ରାଧିକ ପୋଡ଼ାଜଳା ରୋକାଯାଇ ପାରିବ। ନେଚର କମ୍ୟୁନିକେସନ ନାମକ ଏକ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ପୋଡ଼ାଜଳା ସମ୍ପର୍କିତ ରୋଗ ଦ୍ବାରା ଶରୀରରେ ଅଜାଣତରେ ଯେଉଁ କ୍ଷତ ହୋଇଥାଏ ତାହାର ସୁରକ୍ଷା ପାଇଁ ଏହି ଉପାୟ ଅତି ଉପଯୋଗୀ । ଆରସିଏସଆଇ ବିଶ୍ବବିଦ୍ୟାଳୟର ଗବେଷଣାକାରୀ କ୍ଲେୟାର ମେକୟ କହିଛନ୍ତି ଯେ, ମାତ୍ରାଧିକ ପୋଡ଼ାଜଳା କାରଣରୁ ମଲଟିପୁର ସେରୋସିସ୍, ଆର୍ଥରାଇଟିସ ଏବଂ ବଥ ଓ ଘା ଆଦି ଅନେକ ପୋଡାଜଳା ରୋଗ ହୋଇଥାଏ।

ମେକୟ ଆହୁରି ବି କହିଛନ୍ତି ଯେ, ଆମର ନୂଆ ଆବିଷ୍କାର ପରେ ଆମେ ପୋଡ଼ାଜଳା ରୋଗର ଚିକିତ୍ସା ପାଇଁ ନୂଆ ପ୍ରକାର ନିଦାନ ବ୍ୟବସ୍ଥା (ଥେରାପ୍ୟୁଟିକ୍ସ)ର ବିକାଶ କରିବାରେ ସକ୍ଷମ ହେବ। ଆମ ଶରୀରରେ ଥିବା ରୋଗ ପ୍ରତିରୋଧ କଣିକା(ଶ୍ବେତ ରକ୍ତ କଣିକା) ଯାହାକୁ ମାର୍କୋଫେଜେସ୍ କୁହାଯାଏ ଯେତେବେଳେ ରୋଗ ସଂକ୍ରମଣ କରୁଥିବା ବାହକଙ୍କୁ ଅଟକାନ୍ତି ସେତେବେଳେ ସାଇଟୋକିନ୍ ନାମରେ ଶକ୍ତିଶାଳୀ ପ୍ରୋଟିନ ଶରୀରରେ ଜାତ ହୁଏ, ଯାହାକି ସଂକ୍ରମଣ ରୋକିବାରେ ସହାୟକ ହୋଇଥାଆନ୍ତି। ଏ ସମ୍ପର୍କରେ ଗବେଷଣା କରୁଥିବା ଟିମ୍ ପକ୍ଷରୁ ଏହା ପ୍ରକାଶ କରାଯାଇଛି। ତେବେ ଯଦି ସାଇଟୋକିନ ସ୍ତର ନିୟନ୍ତ୍ରଣ ବାହାରକୁ ଚାଲିଯାଏ, ଗୁରୁତ୍ବପୂର୍ଣ୍ଣ ଟିସୁ ବା ତନ୍ତୁରେ କ୍ଷତି ପହଞ୍ଚିପାରେ ବୋଲି ସେମାନେ କହିଛନ୍ତି।

ଗବେଷଣାକାରୀ ଆହୁରି ବି ଜାଣିବାକୁ ପାଇଛନ୍ତି ଯେ, ଆର୍ଗିନେସ୍-2 ନାମରେ ଏକ ପ୍ରୋଟିନ ମିଟୋଚୋନ୍ଦ୍ରିଆ ନାମରେ ମାକ୍ରୋଫେଜ କଣିକା ଜରିଆରେ ଏକ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ ଯାହା କି ପୋଡ଼ାଜଳାକୁ ପ୍ରଶମିତ କରି ରଖିଥାଏ। ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ଦେଖିଛନ୍ତି ଯେ ଆର୍ଗିନେସ-2 ପୋଡ଼ାଜଳା ରୋଗ ରୋକିବା ପାଇଁ କେତେ ଜରୁରୀ। ଏହାକୁ ଲକ୍ଷ୍ୟ ରଖି ପୋଡ଼ାଜଳା ରୋଗରୁ ରକ୍ଷା ପାଇବା ପାଇଁ ଗବେଷଣାକାରୀ ମାନେ ନୂଆ ପ୍ରକାର ଚିକିତ୍ସା ପ୍ରଣାଳୀ ବାହାର କରିପାରିବେ ଏବଂ ପୋଡ଼ାଜଳା ରୋଗଜନିତ ଅଜଣା କ୍ଷତରୁ ଶରୀରକୁ ରକ୍ଷା କରାଯାଇ ପାରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.