ETV Bharat / sukhibhava

Holi 2023: ହୋଲି ପରେ ଚର୍ମ ଓ କେଶକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ

author img

By

Published : Mar 6, 2023, 1:19 PM IST

Holi
Holi

ରସାୟନ ମିଶ୍ରିତ ରଙ୍ଗଠାରୁ କେଶ ଏବଂ ଚର୍ମକୁ ରକ୍ଷା କରିବା ପାଇଁ ହୋଲି ପରେ ଆପଣାନ୍ତୁ ଏହି ସବୁ ଉପାୟ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ହୋଲିରେ ଖୁସି-ମଜା ଅପେକ୍ଷା ସତର୍କ ରହିବା ଅଧିକ ଆବଶ୍ୟକ । କାରଣ ହୋଲିରେ ବ୍ୟବହୃତ ହେଉଥିବା ରଙ୍ଗ ରସାୟନ ମିଶ୍ରିତ । ରଙ୍ଗରେ ଥିବା ରାସାୟନିକ ପଦାର୍ଥର ପାର୍ଶ୍ୱ ପ୍ରତିକ୍ରିୟା ସିଧାସଳଖ ଚର୍ମ ଏବଂ କେଶରେ ପଡିଥାଏ । ହୋଲି ପରେ ସ୍କିନ୍ ଡିଜିଜ୍ ଦେଖାଯାଏ । ଯେଉଁମାନଙ୍କର ଆଲର୍ଜି ଥିବ ସେମାନେ ହୋଲିରେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ୍ । ତେବେ ଏହି ସମୟରେ କିପରି ନେବେ ସ୍ବାସ୍ଥ୍ୟର ଯତ୍ନ, ଜାଣନ୍ତୁ...

ବିଭିନ୍ନ ରଙ୍ଗର ଶୁଖିଲା ଏବଂ ଓଦା ରଙ୍ଗରେ ହୋଲି ଖେଳାଯାଏ । କିନ୍ତୁ ସାଧାରଣତଃ ରାସାୟନିକ, ସୀସା, ଧାତୁ, ଏବଂ ପେଷ୍ଟିସାଇଡ୍ ଇତ୍ୟାଦି ମିଶ୍ରଣରେ ରଙ୍ଗ ପ୍ରସ୍ତୁତ କରାଯାଏ । ଏହିପରି ରାସାୟନିକ ରଙ୍ଗ ସହିତ ହୋଲି ଖେଳିବା ପରେ ଚର୍ମ ଏବଂ କେଶ ଉପରେ ସିଧାସଳଖ ପ୍ରଭାବ ପଡିଥାଏ । ଏପରି ରଙ୍ଗର ପ୍ରଭାବ ହେତୁ ଅନେକ ଥର, ଆଲର୍ଜି, ଦାଗ ଏବଂ ଚର୍ମ ଜ୍ୱଳନ ଭଳି ସମସ୍ୟା ଦେଖାଯାଏ ।

ସୌନ୍ଦର୍ଯ୍ୟ ବିଶେଷଜ୍ଞ ନନ୍ଦିତା ଶର୍ମାଙ୍କ କହିବା ଅନୁସାରେ, ଜୈବିକ, ହରବାଲ୍ କିମ୍ବା ପ୍ରାକୃତିକ ରଙ୍ଗ ସ୍ବାସ୍ଥ୍ୟ ପାଇଁ ବିଶେଷ ହାନିକାରକ ନୁହେଁ । କିନ୍ତୁ ବର୍ତ୍ତମାନ ସମୟରେ ବଜାରରୁ ମିଳୁଥିବା ରସାୟନ ମିଶ୍ରିତ ରଙ୍ଗ ଅତ୍ୟନ୍ତ ବିପଜ୍ଜନକ । ଏଗୁଡିକ ଚର୍ମ ଉପରେ ସିଧାସଳଖ ପ୍ରଭାବ ପକାଇଥାନ୍ତି । ଏହି ତୀକ୍ଷ୍ଣ ରାସାୟନିକ ରଙ୍ଗଗୁଡ଼ିକ ସହିତ ହୋଲି ଖେଳିବା ପରେ ଅନେକ ଲୋକ ଚର୍ମ ସଂକ୍ରମଣ, ଆଲର୍ଜି, ଚର୍ମ ଫୁଲିଯିବା, ଚର୍ମ ଶୁଷ୍କ ହୋଇଯିବା, ଚର୍ମ ଜ୍ବଳନ ଆଦି ସମସ୍ୟାର ସମ୍ମୁଖୀନ ହେଇଥାନ୍ତି ।

ଏହା ମଧ୍ୟ ପଢନ୍ତୁ:- H3N2 Virus: ଘରେ ଘରେ ଥଣ୍ଡା-ଜ୍ବର ରୋଗୀ, ବ୍ୟାପୁଛି ଆଉ ଏକ ଭୂତାଣୁ

କିପରି ନେବେ ଯତ୍ନ ?

ଯଥାସମ୍ଭବ ପ୍ରାକୃତିକ, ଜୈବିକ କିମ୍ବା ହର୍ବାଲ୍ ରଙ୍ଗ ବ୍ୟବହାର କରନ୍ତୁ ।

ଯଦି ରଙ୍ଗ ଖେଳିବା ପୂର୍ବରୁ ଶରୀର ଉପରେ ଆଘାତ କିମ୍ବା କ୍ଷତ ଅଛି, ଏହା ଉପରେ ବ୍ୟାଣ୍ଡେଡ୍ ଲଗାନ୍ତୁ ।

ହୋଲି ଖେଳିବା ସମୟରେ କଣ୍ଟାକ୍ଟ ଲେନ୍ସ ପିନ୍ଧିବାଠାରୁ ଦୂରେଇ ରୁହନ୍ତୁ ।

ଚଷମା ପିନ୍ଧିବାକୁ ଆଦୌ ଭୁଲନ୍ତୁ ନାହିଁ ।

ହୋଲି ପୂର୍ବ ରାତିରେ ଚର୍ମ ଉପରେ ମସାଜ୍ ତେଲ ଭଲ ଭାବେ ଲଗାନ୍ତୁ ।

ହୋଲି ଦିନରେ ଚର୍ମ, ବେକ, କେଶ ଏବଂ ପାଦରେ ତେଲ ଲଗାନ୍ତୁ ସନ୍‌ସ୍କ୍ରିନ୍ ମଧ୍ୟ ବ୍ୟବହାର କରିପାରିବେ ।

ନଖରେ ଗାଢ ରଙ୍ଗର ନେଲପଲିସ୍ ଲଗାନ୍ତୁ ।

ହାଲୁକା ପୋଷାକ ପିନ୍ଧନ୍ତୁ ।

ଓଠରେ ଭେସ୍ଲିନ୍ ଲଗାନ୍ତୁ ।

ହୋଲି ଖେଳିବାବେଳେ, ଏକ ସ୍କାର୍ଫ କିମ୍ବା ସୂତା କପଡାରେ କେଶକୁ ଭଲ ଭାବେ ବାନ୍ଧି ଦିଅନ୍ତୁ ।

ଏହା ମଧ୍ୟ ପଢନ୍ତୁ:- Holi 2023: ସୁସ୍ଥ ଏବଂ ଖୁସିର ହୋଲି ପାଳନ ପାଇଁ ଏମିତି ନିଅନ୍ତୁ ସ୍ବାସ୍ଥ୍ୟର ଯତ୍ନ

Holi ଖେଳିବା ପରେ ଟିପ୍ସ

ହୋଲି ଖେଳିବା ପରେ ପ୍ରଥମେ ମୁହଁ ଏବଂ ବେକକୁ ଏକ ହାଲୁକା କପଡାରେ ପୋଛି ଦିଅନ୍ତୁ ।

ହୋଲି ରଙ୍ଗକୁ ହଟାଇବା ପାଇଁ ପ୍ରାକୃତିକ ଜିନିଷର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ପ୍ୟାକ୍‌କୁ 7-10 ମିନିଟ୍ ଲଗାଇ ମସାଜ୍ କରନ୍ତୁ ଏବଂ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

କେଶ ଖେଳିବା ପରେ ତୁରନ୍ତ ସାମ୍ପୁରେ ସଫା କରନ୍ତୁ । କେଶକୁ ଶୁଖିଲା କପଡ଼ାରେ ସଫା କରନ୍ତୁ, ଏହା ଦ୍ବାରା ରଙ୍ଗ ଝଡିପଡିଥାଏ ।

ଏହା ପରେ, କେଶରେ ଆଲୋବେରା ଜେଲ୍‌ କିମ୍ବା କଣ୍ଡିସନର ସହିତ ହାଲୁକା ମାଲିସ୍ କରନ୍ତୁ ଏବଂ 10 ମିନିଟ୍ ପରେ କେଶ ସଫା କରନ୍ତୁ ।

ଯଦି ରଙ୍ଗର ପ୍ରଭାବ ହେତୁ କେଶର ଅଧିକ ଶୁଷ୍କ ଥାଏ, ତେବେ କୌଣସି ପ୍ରାକୃତିକ ପ୍ୟାକ୍, ଦହି, ଲେମ୍ବୁ ଇତ୍ୟାଦି ଲଗାଇପାରିବେ । ଏସବୁ ସତ୍ତ୍ୱେ ଯଦି ଚର୍ମ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ତୁରନ୍ତ ଡର୍ମାଣ୍ଟୋଲୋଜିଷ୍ଟଙ୍କ ପରାମର୍ଶ କରନ୍ତୁ । ବେଳେବେଳେ ସମସ୍ୟା ଗମ୍ଭୀର ହୋଇଥିଲେ ଡାକ୍ତରୀ ଚିକିତ୍ସା ନିହାତି ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.