ETV Bharat / sukhibhava

Holi 2023: ସୁସ୍ଥ ଏବଂ ଖୁସିର ହୋଲି ପାଳନ ପାଇଁ ଏମିତି ନିଅନ୍ତୁ ସ୍ବାସ୍ଥ୍ୟର ଯତ୍ନ

author img

By

Published : Mar 6, 2023, 12:02 PM IST

ଆସୁଛି ରଙ୍ଗର ପର୍ବ ହୋଲି, ଏଥିପାଇଁ ସବୁଠି ଉତ୍ସବ ମୁଖର । ହେଲେ ଏହି ସମୟରେ ସ୍ବାସ୍ଥ୍ୟର ଯତ୍ନ ନିହାତି ଆବଶ୍ୟକ । ଜାଣନ୍ତୁ ସୁସ୍ଥ ଏବଂ ଖୁସିର ହୋଲି ପାଳନ ପାଇଁ କେମିତି ନେବେ ସ୍ବାସ୍ଥ୍ୟର ଯତ୍ନ

Holi Celebration
Holi Celebration

ହାଇଦ୍ରାବାଦ: ଆଉ ଦୁଇ ଦିନ ପରେ ପାଳନ ହେବ ରଙ୍ଗର ପର୍ବ ହୋଲି । ଏଥିପାଇଁ ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଭାରତୀୟ ସଂସ୍କୃତିରେ ପାଳନ ହେଉଥିବା ପର୍ବ ମଧ୍ୟରେ ଦୁଇଟି ପର୍ବ ହୋଲି ଏବଂ ଦୀପାବଳିରେ ଅଧିକ ସତର୍କ ରହିବାକୁ ପଡିଥାଏ । ଖୁସିର ମାହୋଲରେ ଯେପରି କିଛି ଅଘଟଣ ନ ଘଟେ, ସ୍ବାସ୍ଥ୍ୟହାନି ନ ହୁଏ ସେଥିପାଇଁ ପରାମର୍ଶ ଜାରି କରାଯାଏ । ଏହାକୁ ଦୃଷ୍ଟିରେ ରଖି ଆଜିର ଆର୍ଟିକିଲରେ ଆମେ ବତାଇବୁ କିପରି ସୁସ୍ଥ ଏବଂ ଖୁସିର ହୋଲି ମନାଇବେ ।

Holi celebration
Holi celebration

ଭୋପାଳର ଜେନେରାଲ୍ ଫିଜିଆନ୍ ଡକ୍ଟର ରାଜେଶ ଶର୍ମା କହିଛନ୍ତି ଯେ, ହୋଲି ସମୟରେ ପେଟ ସମ୍ବନ୍ଧୀୟ କିମ୍ବା ଚର୍ମ ସମ୍ବନ୍ଧୀୟ ସମସ୍ୟା ହେବାର ସମ୍ଭାବନା ଅଧିକ । ବେଳେବେଳେ ପାଗ ପରିବର୍ତ୍ତନ କାରଣରୁ ଥଣ୍ଡା ଏବଂ ଜ୍ବର ସମସ୍ୟା ମଧ୍ୟ ହୋଇପାରେ । ତେଣୁ ପିଲାମାନଙ୍କୁ କିପରି ଏଥିରୁ ରକ୍ଷା କରିବେ, ଜାଣନ୍ତୁ...

Cute Boy celebrate holi
Cute Boy celebrate holi

ପିଲାମାନଙ୍କ ପାଇଁ ସତର୍କତା: ଡାକ୍ତରଙ୍କ କହିବା ଅନୁସାରେ, ପିଲାମାନେ କେବଳ ହୋଲିରେ ନୁହେଁ, ପର୍ବ ଆସିବାର 7-8 ଦିନ ପୂର୍ବରୁ ରଙ୍ଗ ପିଚକାରି କିମ୍ବା ଅନ୍ୟାନ୍ୟ ଉପାୟରେ ହୋଲି ଖେଳିବା ଆରମ୍ଭ କରିଦିଅନ୍ତି । ଏହି ସମୟରେ ସେମାନେ ଭୋକିଲା ଅନୁଭବ କରନ୍ତି, ଫଳରେ ହାତ ନ ଧୋଇ, ପରିଷ୍କାର-ପରିଚ୍ଛନ ନ ହୋଇ ଖାଇଦିଅନ୍ତି । ଏହି କାରଣରୁ ଥଣ୍ଡା ସାଙ୍ଗକୁ ପେଟ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏଥିପାଇଁ ପିଲାମାନଙ୍କର ଖାଦ୍ୟର ବିଶେଷ ଯତ୍ନ ନିଅନ୍ତୁ । କେବଳ ଘରେ ତିଆରି ଖାଦ୍ୟ ଖାଇବାକୁ ଦିଅନ୍ତୁ, ତାହା ପୁଣି ସ୍ବଳ୍ପ ପରିମାଣରେ ।

ଏହା ମଧ୍ୟ ପଢନ୍ତୁ:- Holi 2023: ହୋଲିର ରଙ୍ଗଠାରୁ ଚର୍ମକୁ ସୁରକ୍ଷା ଦେବାପାଇଁ ଆପଣାନ୍ତୁ ଏହି ଉପାୟ

Holi Celebration
Holi Celebration

ମଇଳା ହାତରେ ପିଲାମାନେ କିଛି ଖାଇବା ପୂର୍ବରୁ ସତର୍କତା ଅବଲମ୍ବନ କରନ୍ତୁ । ଆହୁରି ମଧ୍ୟ, କିଛି ଖାଇବା କିମ୍ବା ପିଇବା ପୂର୍ବରୁ ସାବୁନ ସହିତ ହାତକୁ ଭଲ ଭାବରେ ଧୋଇ ଦିଅନ୍ତୁ । କୋଲ୍ଡ ଡ୍ରିଙ୍କ୍‌ସ, ଚିପ୍ସ, ପ୍ରକ୍ରିୟାକୃତ, ଫାଷ୍ଟ୍‌ ଫୁଡ୍‌ ଠାରୁ ଦୂରେଇ ରଖନ୍ତୁ । ଏହା ପରିବର୍ତ୍ତେ, ଫଳ, ଡ୍ରାଏ ଫ୍ରୁଟ୍ସ, ତାଜା ଫଳ ଜୁସ୍ ଏବଂ ପଇଡ ପାଣି ପିଇବାକୁ ଦିଅନ୍ତୁ ।

Holi Celebration
Holi Celebration

ଏହା ବ୍ୟତୀତ ରସାୟନ ମିଶା ରଙ୍ଗ ଖେଳିବା ଠାରୁ ପିଲାମାନଙ୍କୁ ଦୂରେଇ ରଖନ୍ତୁ । କାରଣ ଏହା ଚର୍ମ ସମେତ ସେମାନଙ୍କ ଆଖି ଉପରେ ମଧ୍ୟ ପ୍ରଭାବ ପକାଇପାରେ । ପିଲାମାନଙ୍କ ଶରୀରରେ ମସାଜ୍ ତେଲ ଲଗାନ୍ତି । ଏହି ମସାଜ୍‌ ତେଲରେ ଏପରି ପୋଷାକ ମିଶାନ୍ତୁ, ଯାହା ସେମାନଙ୍କ କେଶ ଏବଂ ଶରୀରକୁ ଆଚ୍ଛାଦନ କରିପାରିବ ଏବଂ ରସାୟନ ଠାରୁ ଦୂରେଇ ରଖିପାରିବ । ଯଥାସମ୍ଭବ, ପିଲାମାନଙ୍କୁ ଦୀର୍ଘ ସମୟ ଧରି ଓଦା ପୋଷାକରେ ରହିବାକୁ ଦିଅନ୍ତୁ ନାହିଁ ।

colour
colour

ଅନ୍ୟମାନଙ୍କ ପାଇଁ ସତର୍କତା: ହୋଲିରେ ମଦ୍ୟପାନ, ଭାଙ୍ଗ ସେବନ ଏବଂ ଅନ୍ୟାନ୍ୟ ନିଶା ସାମଗ୍ରୀ ସେବନ କରାଯାଉ ଥିବାରୁ ଏହା ଆଉ ଏକ ବିପଦ କାରଣ ହୋପାରେ । ପର୍ବ ପାଳନ ଖୁସିରେ ଦୀର୍ଘ ସମୟ ଖାଲି ପେଟରେ ରହିବା ପରେ ହଠାତ୍ ଏସବୁ ସେବନ କରିବା ଦ୍ବାରା ସିଧାସଳଖ ପ୍ରଭାବ ପେଟ ଉପରେ ପଡିଥାଏ । ଡାକ୍ତର ରାଜେଶ କହିଛନ୍ତି ଯେ, ଅଧିକ ଦୁର୍ବଳତା, ହଜମ ସମସ୍ୟା, ଶ୍ୱାସକ୍ରିୟା ସମସ୍ୟା ଅନୁଭବ କରୁଥିଲେ ଖାଦ୍ୟର ସଠିକ୍ ଯତ୍ନ ନିଅନ୍ତୁ ।

ମସଲାଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ଯେଉଁମାନେ ମଧୁମେହ ପରି ସମସ୍ୟାରେ ପୀଡିତ ଅଛନ୍ତି, ହୃଦୟ ସମସ୍ୟା କିମ୍ବା ଉଚ୍ଚ ରକ୍ତଚାପ ଅଛି ସେମାନେ ବିଶେଷ ଧ୍ୟାନ ନେବା ଉଚିତ୍ । ନିଶା ସେବନଠାରୁ ଦୂରେଇ ରହିବା ସହ ହୃଦୟ ସମ୍ବନ୍ଧୀୟ ସମସ୍ୟା ଥିଲା ଅତ୍ୟଧିକ ନୃତ୍ୟ କରନ୍ତୁ ନାହିଁ । ଡିଜେ ସାଉଣ୍ଡରୁ ଦୂରେଇ ରୁହନ୍ତୁ । ଗ୍ରୀଷ୍ମ ସମୟରେ ହୋଲି ପଡୁଥିବାରୁ ପ୍ରଚୁର ପାଣି ପିଅନ୍ତୁ । ସତର୍କ ରହିଲେ ଆମେ ଏକ ସୁସ୍ଥ ଏବଂ ଖୁସିର ହୋଲି ପାଳନ କରିପାରିବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.