ETV Bharat / sukhibhava

ରିସର୍ଚ୍ଚରେ ଖୁଲାସା, ଗର୍ଭବତୀଙ୍କ ଉପରେ ପ୍ରଭାବ ପକାଏ ଜଳବାୟୁ

author img

By ETV Bharat Odisha Team

Published : Jan 13, 2024, 4:34 PM IST

Climate Effect on Pregnant Women: ଗର୍ଭବତୀଙ୍କ ଉପରେ ଜଳବାୟୁ ପ୍ରଭାବ ପକାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି । ଛୁଆଙ୍କ ଉପରେ ପଡିଥାଏ ଏହି ପ୍ରଭାବ

Climate Effect on Pregnant Women
Climate Effect on Pregnant Women

ହାଇଦ୍ରାବାଦ: ଗର୍ଭାବସ୍ଥାରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ । ଗର୍ଭାବତୀର ସମସ୍ତ କାର୍ଯ୍ୟକଳାପର ପ୍ରଭାବ ଗର୍ଭସ୍ଥ ଛୁଆ ଉପରେ ପଡିଥାଏ । ତେଣୁ ଗର୍ଭାବସ୍ଥାରେ ଶରୀରର ବିଶେଷ ଯତ୍ନ ନେବା ଉଚିତ ବୋଲି କୁହାଯାଇଛି । ପରିବେଶର ଉତ୍ତାପ ଏବଂ ଆର୍ଦ୍ରତା ଗର୍ଭବତୀ ମହିଳାଙ୍କୁ ପ୍ରଭାବିତ କରିଥାଏ ବୋଲି ଏକ ଅନୁସନ୍ଧାନରୁ ଜଣାପଡିଛି । ବ୍ରିଟେନ, ଫ୍ରାନ୍ସ, ନେଦରଲ୍ୟାଣ୍ଡ, ଏବଂ ଫିନଲ୍ୟାଣ୍ଡରେ ଏହି ଅନୁସନ୍ଧାନ କରାଯାଇଥିବା ବେଳେ ଜଳବାୟୁ ଗର୍ଭବତୀ ଛୁଆଙ୍କୁ ପ୍ରଭାବିତ କରିଥାଏ ବୋଲି କୁହାଯାଇଛି । ଏହାସହ ଛୁଆମାନଙ୍କର ରକ୍ତଚାପରେ ଉପରେ ମଧ୍ୟ ପ୍ରଭାବ ପଡିଥାଏ ବୋଲି କୁହାଯାଇଛି । 3ରୁ 10 ବର୍ଷ ବୟସ ମଧ୍ୟରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଥାଏ ବୋଲି କୁହାଯାଇଛି ।

ଅନୁସନ୍ଧାନ ଅନୁସାରେ, ଯଦି ଗର୍ଭବତୀ ମହିଳାମାନେ ଅଧିକ ଆର୍ଦ୍ରତା ଯୁକ୍ତ ପରିବେଶରେ ରୁହନ୍ତି ତାହେଲେ ଏହାର ପ୍ରଭାବ ଛୁଆଙ୍କ ରକ୍ତଚାପ ଉପରେ ପଡିଥାଏ । ଛୁଆଙ୍କର ରକ୍ତଚାପ ବୃଦ୍ଧି ପାଇବାର ସମ୍ଭାବନା ଅଧିକ ରହିଥାଏ ବୋଲି କୁହାଯାଇଛି । ଯଦି ଗର୍ଭବତୀ ମହିଳାମାନେ ରହୁଥିବା ସ୍ଥାନରେ ତାପମାତ୍ରା ଅଧିକ ରହିଥାଏ ତାହେଲେ ଛୁଆର ରକ୍ତଚାପ ହ୍ରାସ ପାଇଥାଏ । ଏହାକୁ ଲୋ ବିପି ବା ନିମ୍ନ ରକ୍ତଚାପ ମଧ୍ୟ କୁହାଯାଏ । ଯଦି ତାପମାତ୍ରା କମ୍ ଥାଏ ତାହେଲେ ଶିଶୁର ରକ୍ତଚାପ ବୃଦ୍ଧି ପାଇବାର ଆଶଙ୍କା ଅଧିକ ରହିଥାଏ ।

ଏହା ମଧ୍ୟ ପଢନ୍ତୁ: ଗର୍ଭାବସ୍ଥାରେ ଡକୱାକ ପାଇଁ ପରାମର୍ଶ ଦେଇଥାନ୍ତି ଡାକ୍ତର, ଜାଣନ୍ତୁ ଏହା ପଛର କାରଣ

ନିମ୍ନ ତାପମାତ୍ରାରରେ ସ୍ନାୟୁ ପ୍ରଣାଳୀକୁ ସକ୍ରିୟ ହେବା ସହିତ ରକ୍ତନଳୀ ସଙ୍କୁଚିତ ହୋଇଥାଏ । ଏହା ଦ୍ବାରା ଶରୀରର ରକ୍ତଚାର ଏବଂ ହୃଦସ୍ପନ୍ଦନ ବୃଦ୍ଧି ପାଇଥାଏ । ତେବେ ବ୍ରିଟେନରେ 3ରୁ 24 ବର୍ଷ ମଧ୍ୟରେ 7 ହଜାର ଲୋକଙ୍କୁ ନେଇ ଏହି ଅନୁସନ୍ଧାନ କରାଯାଇଥିଲା । ଏହାସହ ୟୁରୋପୀୟ ଦେଶର 9 ହଜାର ଲୋକଙ୍କୁ ସାମିଲ କରାଯାଇଥିଲା । ତେବେ କମ ବୟସରୁ ରକ୍ତଚାର ହେବା ଦ୍ବାରା ଏହା ବୟସ୍କରେ ଘାତକ ହୋଇଥାଏ । ହୃଦୟ ଏବଂ କିଡନୀ ରୋଗର କାରଣ ହୋଇଥାଏ । ଅନ୍ୟପଟେ ପକ୍ଷାଘାତର ବିପଦ ମଧ୍ୟ ବୃଦ୍ଧି ପାଇଥାଏ ।

ପ୍ରକାଶଥାଉକି, ନିକଟରେ ଗର୍ଭବତୀଙ୍କୁ ନେଇ ଆଉ ଏକ ତଥ୍ୟ ସାମ୍ନାକୁ ଆସିଥିଲା । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ମହିଳାମାନେ ଯେଉଁ ଚାପ ଭିତରେ କାମ କରନ୍ତି ତାହା ଗର୍ଭାବସ୍ଥାରେ ସ୍ବାସ୍ଥ୍ୟ ଉପଯୋଗୀ ନୁହେଁ । ଏହା ମା' ସହିତ ଛୁଆ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେଣୁ କିଛି ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.