ETV Bharat / sukhibhava

ଆଗକୁ ଆସୁଛି ଶୀତଦିନ, Covid ସଂକ୍ରମଣ ବୃଦ୍ଧି ନେଇ ଚେତାଇଲା WHO

author img

By

Published : Sep 1, 2022, 10:47 AM IST

ଆଗକୁ ଆସୁଛି ଶୀତଦିନ, Covid ସଂକ୍ରମଣ ବୃଦ୍ଧି ନେଇ ଚେତାଇଲା WHO
ଆଗକୁ ଆସୁଛି ଶୀତଦିନ, Covid ସଂକ୍ରମଣ ବୃଦ୍ଧି ନେଇ ଚେତାଇଲା WHO

ଶୀତଦିନ ଆସୁଥିବାରୁ ଆସନ୍ତା ମାସରେ ବୃଦ୍ଧି ପାଇପାରେ କୋଭିଡ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା(Covid-19 hospitalisations, deaths may increase) । ଆଗୁଆ ସତର୍କତା ଜାରି କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) । ଅଧିକ ପଢନ୍ତୁ

ଜେନେଭା: ଆଗକୁ କୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା(Covid-19 hospitalisations, deaths may increase) ନେଇ ଚେତାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) । ଶୀତଦିନ ଆସୁଥିବାରୁ ଆସନ୍ତା ମାସରେ ନୂଆ କୋଭିଡ-19 ମାମଲା ବୃଦ୍ଧି ପାଇବା ସହ ଅଧିକ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ହେବାର ଆଶଙ୍କା ଥିବା କହିଛି World Health Organisation (WHO) ।

WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଦନୋମ୍ ଗେବ୍ରେୟିସସ୍ କହିଛନ୍ତି ଯେ, ବିଶ୍ବସ୍ତରରେ ରିପୋର୍ଟ ହୋଇଥିବା (କୋଭିଡ୍ -19) ମୃତ୍ୟୁସଂଖ୍ୟା ହ୍ରାସ ପାଇଛି, ଯାହା ସ୍ବାଗତ ଯୋଗ୍ୟ । ଉତ୍ତର ଗୋଲାର୍ଦ୍ଧ(northern hemisphere)ରେ ଥଣ୍ଡା ପାଗ ପାଖେଇ ଆସୁଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁହାର ବୃଦ୍ଧି ପାଇପାରେ ।"

WHOର ସର୍ବଶେଷ କୋଭିଡ୍-19 ସାପ୍ତାହିକ ମହାମାରୀ ବିଜ୍ଞାନ ଅପଡେଟ୍(Epidemiological Update) ଅନୁଯାୟୀ, ପୂର୍ବ ସପ୍ତାହ ତୁଳନାରେ ଅଗଷ୍ଟ 15 ରୁ 21 ରେ ନୂତନ ସାପ୍ତାହିକ ମାମଲା 9% ହ୍ରାସ ପାଇଛି, ଯାହା ପ୍ରାୟ 5.3 ନିୟୁତ ହେବ । ପୂର୍ବ ସାପ୍ତାହିକ ତୁଳନାରେ ନୂତନ ସାପ୍ତାହିକ ମୃତ୍ୟୁ ସଂଖ୍ୟା ମଧ୍ୟ 15% ହ୍ରାସ ପାଇଛି ଏବଂ 14,000 ରୁ ଅଧିକ ମୃତ୍ୟୁ ଘଟିଛି ।

WHO ମୁଖ୍ୟ କହିଛନ୍ତି ଯେ, ‘‘ଓମିକ୍ରନ ବର୍ତ୍ତମାନର ଉପପ୍ରଜାତି ଗୁଡିକ ସେମାନଙ୍କ ପୂର୍ବ ଅପେକ୍ଷା ଅଧିକ ସଂକ୍ରମଣକାରୀ ଏବଂ ଅଧିକ ବିପଜ୍ଜନକ ପ୍ରକାରର ଉତ୍ପତ୍ତି ହେବାର ଆଶଙ୍କା ରହିଛି । ତଥାପି, ଲୋକମାନଙ୍କ ମଧ୍ୟରେ ଟୀକାକରଣ କଭରେଜ ବହୁତ କମ୍ ରହିଛି, ଯାହା ବିପଦପୂର୍ଣ୍ଣ ହୋଇପାରେ । ବିଶେଷକରି ଶ୍ବଳ୍ପ ଆୟ ଦେଶଗୁଡିକ ପାଇଁ ଚିନ୍ତାଜନକ ବିଷୟ ବୋଲି Xinhua ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ।’’

ଉଚ୍ଚ ଆୟକାରୀ ଦେଶମାନଙ୍କରେ ମଧ୍ୟ 30% ସ୍ୱାସ୍ଥ୍ୟ କର୍ମୀ ଏବଂ 20% ବୟସ୍କ ବ୍ୟକ୍ତିଙ୍କ ଟୀକାକରଣ ହୋଇନାହିଁ । ଏହି ଟୀକାକରଣ ଗ୍ୟାପ୍ ଆମ ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ । ତେଣୁ ଟିକା ନେଇନଥିବା ବ୍ୟକ୍ତି ତୁରନ୍ତ ଟୀକାକରଣ କରାଇନିଅନ୍ତୁ । ଏଥିସହ ଜନଗହଳୀ ସ୍ଥାନରେ ମଧ୍ୟ ମାସ୍କ ବ୍ୟବହାର ଉପରେ ପ୍ରାଧାନ୍ୟ ଦେବାକୁ ରିପୋର୍ଟରେ ସତର୍କ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.