ETV Bharat / sukhibhava

China New Virus Found: ଚୀନ ପାଇଲା 8 ନୂଆ ଭାଇରସ, କୋରୋନା ଭଳି ଉପୁଜିବ ସ୍ଥିତି !

author img

By ETV Bharat Odisha Team

Published : Oct 26, 2023, 1:45 PM IST

ଚୀନ ବୈଜ୍ଞାନିକ ପାଇଲେ 8 ନୂଆ ଭାଇରସ । ଭବିଷ୍ୟତରେ କୋରୋନା ଭଳି ମହାମାରୀ ଆସିବାର ଆଶଙ୍କା ଅଧିକ କହିଲେ ବୈଜ୍ଞାନିକ । ଅଧିକ ପଢନ୍ତୁ

China New Virus Found
China New Virus Found

ହାଇଦ୍ରାବାଦ: କୋରୋନାକୁ ନେଇ ଆଜି ମଧ୍ୟ ଲୋକଙ୍କ ମନରେ ଭୟ ରହିଛି । କୋରୋନା ମହାମାରୀ ଏବଂ ଏହାର ଭାରିଆଣ୍ଟକୁ ବହୁ କଷ୍ଟରେ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଠଛି ବିଶ୍ବ । ତଥାପି କେତେକ ଦେଶରେ ମାମଲା ସାମ୍ନାକୁ ଆସିଛି । ଏହାରି ଭିତରେ ଚାଇନାର ବୈଜ୍ଞାନିକମାନେ ଏକ ଖୁଲାସା କରିଛନ୍ତି । 8ଟି ଘାତକ ଭାଇରସ ଚିହ୍ନଟ ହୋଇଥିବା ନେଇ କହିଛନ୍ତି ଚାଇନା ବୈଜ୍ଞାନିକ । ତେବେ ବ୍ୟକ୍ତିଙ୍କ ମଧ୍ୟରେ ଏହି ସଂକ୍ରମଣ ବ୍ୟାପିପାରେ ବୋଲି ବୈଜ୍ଞାନିକମାନେ ମତପୋଷଣ କରିଛନ୍ତି । ଏହି କାରଣରୁ ବିଶ୍ବରେ ଆଉ ଏକ ମହାମାରୀ ଆସିପାରେ ବୋଲି କୁହାଯାଇଛି ।

ଏକ ଅନ୍ତର୍ଜାତୀୟ ରିପୋର୍ଟ ଅନୁଯାୟୀ, ଚାଇନାର ବୈଜ୍ଞାନିକମାନେ ଭବିଷ୍ୟତର ମହାମାରୀ ଉପରେ ଗବେଷଣା କରିସାରିଛନ୍ତି । ଏଥିପାଇଁ ସେମାନେ ଚାଇନର ଏକ ଦ୍ବୀପରେ ମୂଷାମାନଙ୍କ ଠାରୁ 700 ନମୁନା ସଂଗ୍ରହ କରିଥିଲେ । ତେବେ ଅନୁସନ୍ଧାନ ସମୟରେ ନୂଆ 8ଟି ଭାଇରସ ପାଇଛନ୍ତି ବୈଜ୍ଞାନିକ । ସେଥିମଧ୍ୟରୁ ଗୋଟିଏ କୋରୋନା ଭାଇରସ ସହ ସମାନ ବୋଲି କୁହାଯାଇଛି । ଚାଇନା ଆସୋସିଏସନ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ସହିତ ଜଡିତ ଭାଇରୋଲୋଜିକା ସିନିକା ପତ୍ରିକାରେ ଏହି ଅନୁସନ୍ଧାନ ପ୍ରକାଶ ପାଇଛି ।

ରିପୋର୍ଟ ମୁତାବକ, କରାଯାଇଥିବା ଅନୁସନ୍ଧାନରେ 2017 ରୁ 2021 ମଧ୍ୟରେ ମୂଷାମାନଙ୍କର ମଳଦ୍ବାର ଏବଂ ଗଳାରୁ 682ଟି ନମୁନା ସଂଗ୍ରହ କରାଯାଇଥିଲା । ନମୁନାକୁ ସଂଗ୍ରହ କରାଯାଇ ଲ୍ୟାବକୁ ପଠାଯାଇଥିଲା । ତେବେ ଯାଞ୍ଚ ସମୟରେ ଅନେକ ନୂଆ ଭାଇରସ ସାମ୍ନାକୁ ଆସିଥିଲା । କୋରୋନା ଭାଇରସ ଭଳି ଏକ ଭୂତାଣୁ ଚିହ୍ନଟ ହେବା ପରେ ବୈଜ୍ଞାନିକମାନେ CoV-HMU-1 ନାମିତ କରିଥିଲେ।

ଏହା ମଧ୍ୟ ପଢନ୍ତୁ: Another Coronavirus: ନୂଆ ରୂପରେ ଫେରିବ କୋରୋନା ଭାଇରସ ! ଚୀନ ଭାଇରୋଲିଜିଷ୍ଟଙ୍କ ଚେତାବନୀ

ତେବେ ବୈଜ୍ଞାନିକଙ୍କ କହିବା ଅନୁସାରେ, କେବଳ କୋରୋନା ଭାଇରସ ଚିନ୍ତାର କାରଣ ନଥିଲା । ଅନ୍ୟ ଭାଇରସରେ ଦୁଇଟି ପେଷ୍ଟିଭାଇରସ ସାମିଲ ରହିଥିଲା । ଯାହା ୟେଲୋ ଫିବର ଏବଂ ଡେଙ୍ଗୁ ସହିତ ଜଡିତ ରହିଥିଲା । ଏହା ସହିତ ବୈଜ୍ଞାନିକମାନେ ଏକ ଆଷ୍ଟୋଭାଇରସ୍ ମଧ୍ୟ ପାଇଲେ । ଯାହା ପେଟରେ ସଂକ୍ରମଣ, ପାର୍ବୋଭାଇରସ୍, ଫ୍ଲୁ ସୃଷ୍ଟିକାରୀ ଭାଇରସ ଏବଂ ପାପିଲୋମାଭାଇରସ୍ ଯାହା କର୍କଟ ରୋଗ ସୃଷ୍ଟି କରିଥାଏ । ତେବେ ପରବର୍ତ୍ତୀ ସମୟରେ ଏକ ମହାମାରୀର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ବୋଲି କୁହାଯାଇଛି ।

କହିରଖୁଛୁ କି, ଭବିଷ୍ୟତରେ କୋରୋନା ପରି ଆଉ ଭାଇରସ ଆସିପାରେ ବୋଲି ଚୀନର ଜଣେ ବୈଜ୍ଞାନିକ ସି ଜିଙ୍ଗଲି ଚେତାବନୀ ଦେଇଥିଲେ । ସେ ପଶୁଠାରୁ ମଣିଷକୁ ବ୍ୟାପୁଥିବା ଭାଇରସ ଉପରେ ରିସର୍ଚ୍ଚ କରୁଥିବାକୁ ତାଙ୍କୁ ବ୍ୟାଟଓ୍ବିମେନ କୁହାଯାଏ । ଚୀନର ଅନୁସନ୍ଧାନକାରୀମାନେ 40ଟି କରୋନା ଭାଇରସ୍ ପ୍ରଜାତି ଅଧ୍ୟୟନ କରିବା ପରେ ଚେତାବନୀ ଦେଇଛନ୍ତି ଯେ, ଭବିଷ୍ୟତରେ ଏକ ନୂତନ କୋରୋନା ଭାଇରସ୍ ପୁନର୍ବାର ମାନବଜାତି ପାଇଁ କାଳ ସାଜିପାରେ । ଏଭଳି ପରିସ୍ଥିତିରେ ସତର୍କ ରହିବା ଅତ୍ୟନ୍ତ ଜରୁରୀ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.