ETV Bharat / sukhibhava

ବର୍ଷା ଋତୁରେ ଆପଣାନ୍ତୁ ଏହି ଉପାୟ, ବଢିବ ରୋଗ ପ୍ରତିରୋଧକ ଶକ୍ତି

author img

By ETV Bharat Odisha Team

Published : Sep 9, 2023, 1:49 PM IST

ବର୍ଷା ଋତୁ ସାଙ୍ଗରେ ଅନେକ ରୋଗ ନେଇ ଆସିଥାଏ ବୋଲି କୁହାଯାଏ । ଯେଉଁ ବ୍ୟକ୍ତିମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ରହିଥାଏ ସେମାନଙ୍କୁ ରୋଗ ହେବାର ଆଶଙ୍କା ଅଧିକ ରହିଥାଏ । ଏଭଳି କରିଲେ ବଢିପାରିବ ଇମ୍ୟୁନିଟି ପାଓ୍ବାର

Boost Immunity to Avoid Diseases in Monsoon
Boost Immunity to Avoid Diseases in Monsoon

ହାଇଦ୍ରାବାଦ: ଯେତେବେଳେ ପାଗରେ ପରିବର୍ତ୍ତନ ହୁଏ ସେତେବେଳେ ଅନେର ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ। ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ରହିଥାଏ ସେମାନଙ୍କ କ୍ଷେତ୍ରରେ ରୋଗର ଆଶଙ୍କା ଅଧିକ ରହିଥାଏ। ସାଧାରଣତଃ ବର୍ଷା ଋତୁରେ ଥଣ୍ଡା, ଜ୍ବର, କାଶ ଅଧିକ ହୋଇଥାଏ। ଅନେକ ସ୍ଥାନରେ ପାଣି ଜମିବା କାରଣରୁ ଆଲର୍ଜି ବା ସଂକ୍ରାମକ ରୋଗ ମଧ୍ୟ ହୋଇଥାଏ। ଯାହାକି ସ୍ବାସ୍ଥ୍ୟ ସମସ୍ୟାକୁ ବିଗାଡି ଥାଏ । ବର୍ଷା ଋତୁରେ ଆଦ୍ରତା ଅଧିକ ରହୁଥିବା ବେଳେ ହଜମ ପ୍ରକ୍ରିୟାରେ ମଧ୍ୟ ବିଳମ୍ବ ହୋଇଥାଏ। ଅଧିକ ତେଲ ଜାତୀୟ ଖାଦ୍ୟ ହଜମ ହେବା ପାଇଁ ସମୟ ଲାଗିଥାଏ । ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏଭଳି ଖାଦ୍ୟ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଘରୋଇ ଉପଚାର ଦ୍ବାରା ମଧ୍ୟ ଏହି ସମସ୍ୟାରୁ ବର୍ତ୍ତି ପାରିବେ।

ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆବଶ୍ୟକୀୟ ସାମଗ୍ରୀ:

⚛ ଗରମ ପାଣି 2 କପ

⚛ ଗୋଟିଏ ଲେମ୍ବୁ

⚛ ଗୋଟିଏ ଚାମଚ ଅଦା ରସ

⚛ ଆମ୍ବକସି ଅଦା ଗୋଟିଏ ଚାମଚ

⚛ ମହୁ 2 ଚାମଚ

⚛ ଅଳ୍ପ ପରିମାଣର ଲୁଣ

⚛ ଅଳ୍ପ ପରିମାଣର ଡାଲଚିନି

ଏହା ମଧ୍ୟ ପଢନ୍ତୁ: ବର୍ଷା ଋତୁରେ ଆଉଟିଂ ଯୋଜନା ରହିଛି କି ? ଏହି ଟିପ୍ସ ଆପଣାଇଲେ ପାଖ ମାଡିବନି ସମସ୍ୟା

ପ୍ରଥମେ ମହୁ, ଲେମ୍ବୁରସ, ଅଦାରସ, ଆମ୍ବକସି ଅଦା ଦୂର, ଡାଲଚିନି ଏବଂ ଲୁଣ ନେଇ ଏକ ପାତ୍ରରେ ଭଲ ଭାବେ ମିଶାନ୍ତୁ। ଏହାପରେ ସେଥିରେ ଗରମ ପାଣିରେ ମିଶାଇ ଭଲ ଭାବେ ଗୋଳାନ୍ତୁ। ଏହାପରେ 5ରୁ 6 ମିନିଟ ପର୍ଯ୍ୟନ୍ତ ଘୋଡାଇ ରଖି ତାପରେ ପିଅନ୍ତୁ। ଏହା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।

⚛ ମହୁରେ ଆଣ୍ଟିଅକ୍ସଡାଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥାଏ। ଏହା ହଜମ ଶକ୍ତି ବଢାଇବାରେ ସହାୟକ ଅଟେ।

⚛ ଅଦାରେ ରହିଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଶରୀରକୁ ଡିଟକ୍ସିଫାଇ କରିଥାଏ। ଏହା ହଜମ ଜନିତ ସମସ୍ୟାକୁ ହ୍ରାସ କରିବା ସହିତ ମେଟାବୋଲିକ ହାରରେ ଉନ୍ନତି ଆଣିଥାଏ।

ଏହା ମଧ୍ୟ ପଢନ୍ତୁ: Monsoon Health Tips: ବର୍ଷା ଋତୁରେ ଆପଣାନ୍ତୁ ଏହି ଟିପ୍ସ, ପାଖ ମାଡିବନି ରୋଗ

⚛ ଲେମ୍ବୁରେ ଭିଟାମିନ ସି ଏବଂ ପୋଟାସିୟମ ରହିଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

⚛ Mango Ginger(ଆମ୍ବକସି ଅଦା)ରେ ଅନେକ ପୋଷକ ତତ୍ତ୍ବ ରହିଛି। ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଫଙ୍ଗଲ, ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଛି। ଏହା ଦ୍ବାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଚର୍ମ ଆଲର୍ଜି ଏବଂ ଘା' ଠାରୁ ଦୂରେଇ ରଖିଥାଏ। ଏହାସହିତ କଫ ଏବଂ ଡିହାଇଟ୍ରେସନ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.