ETV Bharat / sukhibhava

Monsoon Health Tips: ବର୍ଷା ଋତୁରେ ଆପଣାନ୍ତୁ ଏହି ଟିପ୍ସ, ପାଖ ମାଡିବନି ରୋଗ

author img

By ETV Bharat Odisha Team

Published : Aug 22, 2023, 9:45 PM IST

Monsoon Health Tips
Monsoon Health Tips

ବର୍ଷା ଋତୁରେ ସଂକ୍ରାମକ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ। ତେବେ ଏହି ଟିପ୍ସ ଆପଣାଇଲେ ପାଖମାଡିବନି ରୋଗ । ଅଧିକ ପଢନ୍ତୁ

ହାଇଦ୍ରାବାଦ: କିଛି ଦିନର ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଛି ବର୍ଷା। ତେବେ ବର୍ଷା ଧରତ୍ରୀକୁ ଶୀତଳ କରୁଥିଲେ ହେଁ ସାଙ୍ଗରେ ଅନେକ ରୋଗ ନେଇ ଆସିଥାଏ ବୋଲି ସମସ୍ତେ ଜାଣନ୍ତି। ବର୍ଷା ଋତୁରେ ଖାଦ୍ୟ ଦ୍ବାରା ଅନେକ ରୋଗ ବ୍ୟାପିଥାଏ। ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ଋତୁରେ ଖାଦ୍ୟ ପ୍ରତି ଯତ୍ନ ନେବା ଆବଶ୍ୟକ।

ଭଜା ଖାଦ୍ୟ: ବର୍ଷା ଦିନରେ ଭଜା ଖାଦ୍ୟର ମଜା ନିଆରା। ସମସ୍ତେ ଭଜା ଖାଦ୍ୟ ଖାଇବା ପସନ୍ଦ କରିଥାଆନ୍ତି। କିନ୍ତୁ ବର୍ଷା ଦିନରେ ଏହି ଖାଦ୍ୟ ସ୍ବାସ୍ଥ୍ୟ ଉପକାରୀ ନୁହେଁ ବୋଲି ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି। କାରଣ ବର୍ଷା ଋତୁରେ ଆଦ୍ରତା ଅଧିକ ରହୁଥିବା ବେଳେ ହଜମ ପ୍ରକ୍ରିୟାରେ ମଧ୍ୟ ବିଳମ୍ବ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଅଧିକ ତେଲ ଜାତୀୟ ଖାଦ୍ୟ ହଜମ ହେବା ପାଇଁ ସମୟ ଲାଗିଥାଏ। ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏଭଳି ଖାଦ୍ୟ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ଅଧିକ ତେଲ ଜାତୀୟ ଖାଦ୍ୟ ଖାଇବା ଦ୍ବାରା ହଜମ ହେଉନଥିବା ବେଳେ ପେଟରେ ଚର୍ବି ଜମା ହୋଇଥାଏ। ଏହା ଦ୍ବାରା ମେଦବହୁଳତା ସମସ୍ୟା ଦେଖାଯାଇଥାଏ। ତେଣୁ ବର୍ଷା ଋତୁରେ ଏଭଳି ଖାଦ୍ୟ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି।

ରାସ୍ତାକଡ ଖାଦ୍ୟ: ଅନ୍ୟପଟେ ବର୍ଷା ଋତୁରେ ରାସ୍ତାକଡରେ ଖାଦ୍ୟ ନଖାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥାଏ। ଏହା ଖାଇବା ଦ୍ବାରା ଡାଇରିଆ ଏବଂ ଜଣ୍ଡିସ ଭଳି ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ। କାରଣ ଖାଦ୍ୟ ପ୍ରସ୍ତୁତି ସମୟରେ ବିଶୁଦ୍ଧ ଜଳ ବ୍ୟବହାର କରୁନଥିବା ହେତୁ ରୋଗ ହେବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଥାଏ। ତେଣୁ ଏଭଳି ଖାଦ୍ୟଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଏହାସହ ଫ୍ରୁଟଜୁସ ଠାରୁ ମଧ୍ୟ ଦୂରେଇ ରହିବା ସ୍ବାସ୍ଥ୍ୟ ପକ୍ଷେ ଉପକାରୀ ବୋଲି କୁହାଯାଇଛି।

ସବୁଜ ପନିପରିବା: ଏହି ଋତୁରେ ପନିପରିବା ଠାରୁ ଖାଇବା ସମୟରେ ମଧ୍ୟ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଖାସ କରି ମାଟି ତଳେ ବଢୁଥିବା ପରିବା ଖାଇବା ସମୟରେ ଏହାକୁ ଭଲଭାବେ ସଫା କରିବା ପାଇଁ ପରାମର୍ଶ ଦିଆଯାଇଛି। କାରଣ ବର୍ଷାରେ ଫସଲ ନଷ୍ଟ ହେବାର ସମ୍ଭାବନା ରହିଥିବାରୁ କମ ସମୟରେ ଫଳ ଫଳିବା ପାଇଁ ରାସାୟନିକ ସାର ପ୍ରୟୋଗ କରାଯାଇଥାଏ। ଫଳରେ କୀଟନାଶକ ଔଷଧ ଖାଇବା ଦ୍ବାରା ଶରୀରରେ ଅନେକ ରୋଗ ହେବାର ସମ୍ଭାବନା ରହିଥାଏ। ଛତୁ ଠାରୁ ଦୂରେଇ ରହିବା ସହିତ ପନିପିରବାକୁ 2 ଥର ଧୋଇ ଖାଇବା ଉଚିତ।

ଅନେକ ଲୋକ ଏଭଳି ଅଛନ୍ତି ଯେଉଁମାନେ ସମୟ ବଞ୍ଚାଇବା ପାଇଁ ବହୁ ଆଗରୁ ପରିବା କାଟି ରଖିଥାଆନ୍ତି। ରାତିରେ ପରିବା କାଟି ସକାଳୁ ଖାଦ୍ୟ ତିଆରି କରିଥାଆନ୍ତି। କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ଉପାୟ ବର୍ଷା ଋତୁରେ ଆଦୌ ଗ୍ରହଣୀୟ ନୁହେଁ। କାରଣ କଟା ପରିବାରେ ବ୍ୟାକ୍ଟେରିଆ ବଢିବାର ସମ୍ଭାବନା ବହୁତ ଅଧିକ ରହିଥାଏ। ବାୟୁମଣ୍ଡଳର ଆଦ୍ରତା ଯୋଗୁଁ ବ୍ୟାକ୍ଟେରିଆ ମଧ୍ୟ ବଂଶ ବୃଦ୍ଧି କରିଥାଆନ୍ତି। ତେଣୁ ଖାଦ୍ୟ ପ୍ରସୁତ କରିବା ସମୟରେ ହିଁ ପରିବା କାଟିବା ଉଚିତ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

ଏହା ମଧ୍ୟ ପଢନ୍ତୁ: Monsoon Health Tips: ବର୍ଷା ଋତୁରେ ଖାଆନ୍ତୁନି ଏହି ଖାଦ୍ୟ, ନଚେତ ବିଗିଡିପାରେ ସ୍ବାସ୍ଥ୍ୟ

ମାଂସ: ଏହି ଋତୁରେ ଅତ୍ୟଧିକ ମାଂସ ଖାଇବା ଦ୍ବାରା ପାଚନ ତନ୍ତ୍ରରେ ଅସୁବିଧା ହୋଇଥାଏ। କାରଣ ବର୍ଷା ଋତୁରେ ପାଚନତନ୍ତ୍ରରେ ପ୍ରକ୍ରିୟା ଧୀର ହୋଇଥାଏ। କାରଣ କଞ୍ଚାମାଂଶରେ ଶୀଘ୍ର ବ୍ୟାକ୍ଟେରିଆ ବୃଦ୍ଧି ପାଇଥାଏ। ତେଣୁ ମାଂସ ଆଣିବା ପରେ ତାକୁ ପ୍ରଥମେ ହଳଦୀରେ ଧୋଇ ରୋଷେଇ କରିଦେବା ଆବଶ୍ୟକ। ନଚେତ ଭଲ ଭାବେ ସାଇତି ରଖିବା ଆବଶ୍ୟକ।

ପରାମର୍ଶ: କିଛି ଲୋକ ବର୍ଷା ଦିନରେ ବ୍ୟାୟାମ କରିବା ଉଚିତ ନୁହେଁ ବୋଲି ଭାବନ୍ତି। କିନ୍ତୁ ବର୍ଷା ଋତୁରେ ଅଧିକ ବ୍ୟାୟାମ କରିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। କାରଣ ବର୍ଷା ଋତୁରେ ବ୍ୟାୟାମ କରିବା ଦ୍ବାରା ଶରୀରର ମଇଳା ପଦାର୍ଥ ଝାଳ ଆକାରରେ ବାହାରି ଆସିଥାଏ।

ଏହି ଋତୁରେ କମ ଖାଦ୍ୟ ଖାଇବା ଉଚିତ। ଫଳରେ ପେଟ ସମସ୍ୟା ବା ଇନଡାଇଜେସନ ସମସ୍ୟା ହେବାର ସମ୍ଭାବନା କମ ରହିଥାଏ।

କିଛି ଲୋକ ଭାବନ୍ତି ଶୋଷ ହେଲେ ହିଁ ପାଣି ପିଇବା ଆବଶ୍ୟକ। କିନ୍ତୁ ବର୍ଷା ଦିନେ ଅଧିକ ଶୋଷ ନଲାଗିବା କାରଣରୁ ଲୋକେ ପାଣି ପିଇବା କମ କରିଦେଇଥାଆନ୍ତି। ଫଳରେ ହଜମଜନିତ ସମସ୍ୟା ଦେଖାଯାଇଥାଏ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଖାଦ୍ୟ ଖାଇବା ଆଗରୁ ହାତକୁ ସାବୁନରେ ଧୋଇବା ଆବଶ୍ୟକ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.