ETV Bharat / sukhibhava

AIIMSର ଅନୁସନ୍ଧାନ: ଅପସ୍ମାର ରୋଗୀଙ୍କ ପାଇଁ ଲାଭଦାୟକ ଯୋଗାଭ୍ୟାସ

author img

By ETV Bharat Odisha Team

Published : Nov 24, 2023, 5:51 PM IST

AIIMSର ଅନୁସନ୍ଧାନ: ଅପସ୍ମାର ରୋଗୀଙ୍କ ପାଇଁ ଲାଭଦାୟକ ଯୋଗାଭ୍ୟାସ
AIIMSର ଅନୁସନ୍ଧାନ: ଅପସ୍ମାର ରୋଗୀଙ୍କ ପାଇଁ ଲାଭଦାୟକ ଯୋଗାଭ୍ୟାସ

AIIMS Epilepsy Research: ଏମ୍ସ ଦ୍ବାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଯୋଗାଭ୍ୟାସ କରିବା ଅପସ୍ମାର ରୋଗୀଙ୍କ ପାଇଁ ଲାଭଦାୟକ ଅଟେ । ଯୋଗାଭ୍ୟାସ ଦ୍ବାରା ଅପସ୍ମାର ରୋଗୀଙ୍କ ସଂଖ୍ୟାରେ 50 ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । ଅଧି ପଢନ୍ତୁ

ହାଇଦ୍ରାବାଦ: ଅପସ୍ମାର ହେଉଛି ସ୍ନାୟୁଗତ ବ୍ୟାଧି ବା ମସ୍ତିଷ୍କର ଏକ ରୋଗ । WHO(ହୁ) ଅନୁଯାୟୀ, ଏହା ଫିଟ୍ସ ମସ୍ତିଷ୍କର ଏକ ପୁରୁଣା ଅଣସଂକ୍ରାମକ ରୋଗ ବୋଲି କୁହାଯାଇଛି । ଯେଉଁଥିରେ ରୋଗୀର ବାରମ୍ବାର ବାତ ମାରିବା ଏବଂ ତାଙ୍କର ମାନସିକ ସନ୍ତୁଳନ ବିଚଳିତ ହୁଏ । ଅପସ୍ମାର ଆକ୍ରମଣ ହେତୁ ରୋଗୀ ବେଳେବେଳେ ରୋଗୀ ମୂର୍ଚ୍ଛା ବା ଚେତାଶୂନ୍ୟ ହୋଇଯାଏ । କେତେକ କ୍ଷେତ୍ରରେ ଶରୀରର ପୁରା ଅଂଶରେ ଏହି ବାତ୍‌ ମାରିଥାଏ । ଏହାରି ମଧ୍ୟରେ ଏମ୍ସ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଯୋଗ ଏପିଲେପସି ବା ଅପସ୍ମାର ରୋଗୀଙ୍କ ପାଇଁ ଲାଭଦାୟକ ଅଟେ । ଏହି ଅଧ୍ୟୟନରୁ ଜଣାପଡିଛି ଯେ ଏହା ଦ୍ବାରା କେବଳ ଯେ ବାତ ମାରିବାକୁ କମ କରେ ନାହିଁ ବରଂ ଚିନ୍ତାକୁ ମଧ୍ୟ ହ୍ରାସ କରିଥାଏ ।

ଏହି ଅଧ୍ୟୟନରେ ସେହି ଲୋକମାନଙ୍କୁ ଚୟନ କରାଯାଇଥିଲା । ଯେଉଁମାନେ ଅନ୍ତତଃ ଦୁଇ ପ୍ରକାରର (anti-seizure drugs) ଔଷଧ ବ୍ୟବହାର କରୁଥିଲେ ବା ସପ୍ତାହରେ ହାରାହାରି ଥରେ ଅପସ୍ମାରର ଶିକାର ହେଉଥିଲେ । ସେମାନଙ୍କୁ ମାଂସପେଶୀକୁ ଆରାମ ଦେବା ପାଇଁ ଯୋଗାସନ, ଧ୍ୟାନ, ସକରାତ୍ମକ ମନୋଭାବ ଏବଂ ଶ୍ୱାସକ୍ରିୟା ଉପରେ ଧ୍ୟାନ ଦେବା ସହ ଯୋଗାଭ୍ୟାସ କୌଶଳ ଶିକ୍ଷା ଦିଆଯାଇଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ଛଅ ମାସ ପରେ ଏପିଲେପସି ବା ଅପସ୍ମାର ପୀଡିତଙ୍କ ସଂଖ୍ୟା ୫୦ପ୍ରତିଶତ ହ୍ରାସ ପାଇଛି । ଚିନ୍ତା ମଧ୍ୟ ଯଥେଷ୍ଟ କମିଯାଇଛି । ଯେଉଁମାନେ ଅଧିକ ଯୋଗାଭ୍ୟାସ କରୁଥିଲେ ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ପ୍ରମାଣିତ ହୋଇଛି ।

ଅପସ୍ମାର ରୋଗ ଅନେକାଂଶରେ ଜୀବନକୁ ପ୍ରଭାବିତ କରିଥାଏ । ରୋଗର ଖରାପ ନିୟନ୍ତ୍ରଣ, ଜରୁରୀକାଳୀନ ଚିକିତ୍ସା ପାଇଁ ବାରମ୍ବାର ମେଡିକାଲ ଯିବା, ଔଷଧର ଅନୁପଯୁକ୍ତ ବ୍ୟବହାର ଏବଂ ମାନସିକ ସ୍ବାସ୍ଥ୍ୟରେ ଅବନତି ଅପସ୍ମାର ରୋଗୀଙ୍କ ନିକଟରେ ଦେଖିବାକୁ ମିଳେ । ଏମ୍ସର ଅନୁସନ୍ଧାନର ଫଳାଫଳ ଦର୍ଶାଏ ଯେ ଅପସ୍ମାରରେ ପୀଡିତ ରୋଗୀଙ୍କ ପାଇଁ ବିକଳ୍ପ ଚିକିତ୍ସାର ଆବଶ୍ୟକତା ଅଛି । ତେବେ ଅପସ୍ମାର ରୋଗୀଙ୍କ ପାଇଁ ଯୋଗାଭ୍ୟାସ ଅତ୍ୟନ୍ତ ଉପଯୋଗୀ ।

ଏହା ମଧ୍ୟ ପଢନ୍ତୁ: ଅଛୁଆଁ ରୋଗ ନୁହେଁ ଅପସ୍ମାର, ରୋଗୀଙ୍କୁ ବଢାନ୍ତୁ ସହାୟତାର ହାତ

ଅପସ୍ମାରର କାରଣ:-

ବିଭିନ୍ନ କାରଣ ଯୋଗୁଁ ଅପସ୍ମାର ହୋଇଥାଏ । ବେଳେବେଳେ କାରଣ ଜଣାପଡିନଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅପସ୍ମାରର ବିଭିନ୍ନ କାରଣ ଦର୍ଶାଇଛି । ତାହା ହେଲା- ଜନ୍ମ ସମୟରେ ଅକ୍ସିଜେନର ଅଭାବ ବା କୌଣସି ଟ୍ରମା ଓ କମ୍ ଓଜନ ଏବଂ ମସ୍ତିଷ୍କ କ୍ଷତିଗ୍ରସ୍ତ ଅପସ୍ମାରର ମୁଖ୍ୟ କାରଣ ।

  • ଜନ୍ମଜାତ ଅସ୍ୱାଭାବିକତା ବା ମସ୍ତିଷ୍କ ବିକୃତି ସହ ଜଡିତ ଜେନେଟିକ ସ୍ଥିତି
  • ମୁଣ୍ଡରେ ଗୁରୁତର ଆଘାତ
  • ମସ୍ତିଷ୍କକୁ ଅକ୍ସିଜେନ ଯୋଗାଣ ସୀମିତ କରିଦେବା ଭଳି ଷ୍ଟ୍ରୋକ୍
  • ମସ୍ତିଷ୍କ ସଂକ୍ରମଣ
  • ନିର୍ଦ୍ଦିଷ୍ଟ ଜେନେଟିକ ସିଣ୍ଡ୍ରୋମ
  • ବ୍ରେନ ଟ୍ୟୁମର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.