ETV Bharat / sukhibhava

Corona Pandemic: 90% ଲୋକ କିଛି ମାତ୍ରାରେ ହରାଉଛନ୍ତି ଦୃଷ୍ଟିଶକ୍ତି

author img

By

Published : Jan 25, 2022, 12:54 PM IST

Corona Pandemic: 90% ଲୋକ କିଛି ମାତ୍ରାରେ ହରାଉଛନ୍ତି ଦୃଷ୍ଟିଶକ୍ତି
Corona Pandemic: 90% ଲୋକ କିଛି ମାତ୍ରାରେ ହରାଉଛନ୍ତି ଦୃଷ୍ଟିଶକ୍ତି

ମହାମାରୀ ସମୟରେ ସଂକ୍ରମଣ ଭୟରେ ବାହାରୁନଥିବାରୁ ପ୍ରଭାବିତ ହେଉଛି ଚକ୍ଷୁରୋଗୀଙ୍କ ଦୃଷ୍ଟି ଶକ୍ତି । ଗବେଷଣାରୁ ଜଣାପଡ଼ିଛି ଯେ 90% ଲୋକ ରୋଗୁଲାର ଚେକ-ଅପ୍‌ ନ କରୁଥିବାରୁ କିଛି ମାତ୍ରାରେ ସେମାନଙ୍କର ଦୃଷ୍ଟିଶକ୍ତି ହରାଉଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: କୋଭିଡ଼ ମହାମାରୀ ଯୋଗୁଁ ଅନେକ ଲୋକ ଭୟରେ ବାହାରକୁ ବାହାରୁ ନାହାନ୍ତି । ଏଥିଲାଗି ସରକାର ମଧ୍ୟ ଅତି ଜରୁରୀ ନଥିଲେ ବାହାରକୁ ବାହାରିବାକୁ ବାରଣ କରିଛନ୍ତି । କିନ୍ତୁ ରୋଗୀମାନେ ମହାମାରୀ ସମୟରେ ନିଜ ଶରୀରକୁ ଅଣଦେଖା କରିବା ଉଚିତ ନୁହେଁ । କୋରୋନା କଟକଣା ମାନି ସେମାନେ ନିରନ୍ତର ଭାବେ ନିଜ ଚିକିତ୍ସା ଜାରି ରଖିବା ଜରୁରୀ । ମାତ୍ର କୋରୋନା ସଂକ୍ରମଣ ଭୟରେ ନିରନ୍ତର ଚେକ୍‌-ଅପ୍‌ କରୁନାହାନ୍ତି ଲୋକେ । ଫଳରେ ଗବେଷଣାରୁ ଜଣାପଡ଼ିଛି ଯେ ମହାମାରୀ ସମୟ ମଧ୍ୟରେ ପ୍ରାୟ ୯୦ ପ୍ରତିଶତ ଲୋକଙ୍କ ଦୃଷ୍ଟିଶକ୍ତି କିଛି ମାତ୍ରାରେ ହ୍ରାସ ପାଇଛି ।

ସାଧାରଣତଃ ଆମ ଆଖିରେ ଥିବା ରେଟିନା ଡାଇବେଟିକ୍‌ ରେଟିନୋପାଥି ଓ ବୟସାଧିକ(age-related macular degeneration) ହେବା ପରେ ଦୃଷ୍ଟିଶକ୍ତି ହ୍ରାସ ପାଇଥାଏ । ତେବେ କୋଭିଡ଼ରେ ଆକ୍ରାନ୍ତ ହେଉଥିବା ୯୦ ପ୍ରତିଶତ AMD ଦ୍ରାରା ଆକ୍ରାନ୍ତ ହେଉଛନ୍ତି । ଏହି ବ୍ୟକ୍ତିମାନେ ତୁରନ୍ତ ଚିକିତ୍ସା ନ କରାଇବା ପରେ ସମୟକ୍ରମେ ସେମାନଙ୍କ ଦୃଷ୍ଟିଶକ୍ତି ଆହୁରି ଅଧିକ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ମୁମ୍ବାଇ ରେଟିନା ସେଣ୍ଟରର ଡକ୍ଟର ଅଜୟ ଡଡାନି କହିଛନ୍ତି । ସଂକ୍ରମଣ ଭୟରେ ଚକ୍ଷୁ ରୋଗୀମାନେ ନିଜର ରେଗୁଲାର ଚେକ୍‌-ଅପ୍‌ କରାଉ ନାହାନ୍ତି ।

ଏହା ବି ପଢନ୍ତୁ: କୋଭିଡ଼ର ନୂଆ ଓ ଭବିଷ୍ୟତ ଷ୍ଟ୍ରେନରୁ ରକ୍ଷା କରିବ Nano Bubbles: ରିପୋର୍ଟ

ଗତ ୩ରୁ ୪ ମାସ ଧରି ଏଭଳି ହେଉଥିବା ଡକ୍ଟର ଅଜୟ କହିଛନ୍ତି । ଫଳରେ ସେମାନଙ୍କ ଡାଇଗ୍ନୋସିସ୍‌ ଓ ଚିକିତ୍ସାରେ ବିଳମ୍ବ ଘଟୁଛି । ଯାହାକି ସିଧାସଳଖ ସେମାନଙ୍କ ଦୃଷ୍ଟି ଶକ୍ତି ଉପରେ ପ୍ରଭାବ ପକାଉଛି । ଏଥିରୁ ବର୍ତ୍ତିବା ପାଇଁ ରୋଗକୁ ଶୀଘ୍ର ଚିହ୍ନିବା ଏବଂ ଏହାର ଚିକିତ୍ସା କରିବା ନିହାତି ଆବଶ୍ୟକ । ଯେତେ ସମୟ ପର୍ଯ୍ୟନ୍ତ ରୋଗୀ ନିଜର ରେଗୁଲାର ଚେକ-ଅପ୍‌କୁ ବିଳମ୍ବ କରିବେ ସେହି ମାତ୍ରାରେ ସେମାନଙ୍କ ଦୃଷ୍ଟି ଶକ୍ତି ପ୍ରଭାବିତ ହେବ । ତୃତୀୟ ଲହର ସମୟରେ ମଧ୍ୟ ଏଭଳି ଦେଖିବାକୁ ମିଳିଛି । ପ୍ରାୟ ୫୦ ପ୍ରତିଶତ ବୟସ୍କ ବ୍ୟକ୍ତିମାନେ ମଧ୍ୟ ନିଜର ଚିକିତ୍ସା କରାଉ ନାହାନ୍ତି ।

ଏପରି କ୍ଷେତ୍ରରେ ଟେଲି ବା ଅନଲାଇନ ମାଧ୍ୟମରେ ନିଜ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ନିଜ ଦୃଷ୍ଟିଶକ୍ତିର ସ୍ଥିତି କିପରି ଅଛି ତାହା ଜାଣିବା ପାଇଁ ଘରେ ବସି ମଧ୍ୟ ଭିଜନ୍‌ ଟେଷ୍ଟ(Vision Test) ଦେଇପାରିବ ବୋଲି ସେ କହିଛନ୍ତି । ଯଦି ରୋଗୀକୁ ବ୍ଲର୍‌ ଭିଜନ୍‌ ବା ଧୂଆଁଳିଆ ଦେଖାଯାଉଛି ତେବେ ଏପରି କ୍ଷେତ୍ରରେ ସେମାନ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯାଇ ନିଜର ଚିକିତ୍ସା କରାଇବା ଆବଶ୍ୟକ । ତେବେ ମଧୁମେହ ରୋଗୀ ଏଭଳି ସମସ୍ୟାରୁ ଦୂରେଇ ରହିବା ପାଇଁ ସର୍ବଦା ନିଜର ସୁଗାର ଲେଭେଲ ଯାଞ୍ଚ କରିବା ଆବଶ୍ୟକ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.