ETV Bharat / state

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକଲା ବିଜେପି

author img

By

Published : Feb 15, 2023, 3:54 PM IST

ଇସ୍ତଫା ଦିଅନ୍ତୁ  ମୁଖ୍ୟମନ୍ତ୍ରୀ
ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ବିଗିଡିବାରେ ଲାଗିଛି ଆଇନ ଶୃଙ୍ଖଳା ପରିସ୍ଥିତି । ମୁଖ୍ୟମନ୍ତ୍ରୀଙ୍କ ଅପାରତା ପାଇଁ ଏପରି ପରିସ୍ଥିତି ଉପୁଜିଥିବା କହି ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି କଲା ବିଜେପି । ଅଧିକ ପଢ଼ନ୍ତୁ

ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ: ବିଜେପି

ରାଉରକେଲା: ନବୀନ ପଟ୍ଟନାୟକ ଇସ୍ତଫା ଦିଅ । ଗଣବିକ୍ଷୋଭ କରି ଆଜି ଏଭଳି ସ୍ଲୋଗାନ ଦେଇଛି ବିଜେପି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ସାରା ରାଜ୍ୟରେ ଆଜି ଆଇନ ଶୃଙ୍ଖଳାକୁ ନେଇ ଗର୍ଜିଛି ବିଜେପି । ରାଜ୍ୟର ଆଇନ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ ନଚେତ୍‌ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି କହିଛି ବିଜେପି ଦଳ ।

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ପ୍ରତିବାଦରେ ବିଜେପି ଆନ୍ଦୋଳନ କରିବା ସହ ଧାରଣା ଦେଇଛି । ଏହି ପ୍ରସଙ୍ଗରେ ୩ ଦିନିଆ ହରତାଳ କରିବାକୁ ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇଛି । ଆଜି ଦ୍ୱିତୀୟ ଦିନରେ ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛି ଭାରତୀୟ ଜନତା ଦଳ । ଏହାକୁ ନେଇ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଦଳୀୟ ନେତା ଓ କର୍ମୀ ଏକାଠି ହୋଇ ନାରାବାଜି ସହ ଧାରଣା ଦେଇଥିଲେ ।

ଏହାସହ ରାଉରକେଲା ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେପି । ଦିନକୁ ଦିନ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡିବାରେ ଲାଗିଛି ଆଜି ଓଡ଼ିଶାରେ ସାଧାରଣ ଲୋକ ସୁରକ୍ଷିତ ରହୁଛନ୍ତି ଯାହା ରାଜ୍ୟ ସରକାରଙ୍କ ଉପରେ ଏକ ବଡ଼ ପ୍ରଶ୍ନ ଉଠାଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ସାଧାରଣଲୋକେ ରାଜ୍ୟରେ ଜମାରୁ ସୁରକ୍ଷିତ ନୁହନ୍ତି କେବଳ ରାଜ୍ୟ ନୁହେଁ ରାଉରକେଲା ସହରବାସୀ ମଧ୍ୟ ସୁରକ୍ଷିତ ମଣୁ ନାହାନ୍ତି ବୋଲି କହିଛି । ବିପର୍ଯ୍ଯସ୍ତ ଆଇନ ଶୃଙ୍ଖଳାକୁ ତୀଵ୍ର ପ୍ରତିବାଦ କରି ରାଜ୍ୟ ସରକାରଙ୍କ ବିରୋଧରେ ଜୋରଦାର ବର୍ଷିଛି ଦଳ ।

ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି ପ୍ରବଳ ସମାଲୋଚନା କରିଛି ବିଜେପି । ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପ୍ରସଙ୍ଗରେ ମଧ୍ୟ ଭାରତୀୟ ଜନତା ଦଳ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରି ସରକାରର ଇସ୍ତଫା ଦାବି କରିଛି । ବିଜେପି କହିଛି, ‘‘ଯଦି ରାଜ୍ଯରେ ଜଣେ ମନ୍ତ୍ରୀଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେବାରେ ଅସମର୍ଥ ତେବେ ରାଜ୍ୟବାସୀ କିପରି ସୁରକ୍ଷିତ ରହିବେ’’ ବୋଲି ପ୍ରଶ୍ନ କରିଛି ବିଜେପି ।

ସେପଟେ ବିଜେପିର କାର୍ଯ୍ୟକ୍ରମକୁ କାଉଣ୍ଟର କରିବାକୁ ବିଜେଡି ବି ଜୋରଦାର ଆନ୍ଦୋଳନ କରୁଛି । କେନ୍ଦ୍ର ସରକାର ୫ କିଲୋ ମାଗଣା ଚାଉଳ କାଟିବା, ଧାନ କ୍ରୟ କ୍ଷେତ୍ରରେ କେନ୍ଦ୍ର ବଜେଟରେ ୨୦ ହଜାର କୋଟି କମ୍ ବ୍ୟୟବରାଦ କରିବା ଭଳି ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ଦଳ । ଏ ପ୍ରସଙ୍ଗରେ ମଧ୍ୟ ସାରା ରାଜ୍ୟରେ ଆନ୍ଦୋଳନ ଡାକରା ଦେଇଛି ବିଜେଡି । ରାଉରକେଲାରେ ବିଜେପିକୁ କାଉଣ୍ଟର କରି ବିଜୁ ଜନତା ଦଳ ଆସନ୍ତାକାଲି ବିକ୍ଷୋଭ ପ୍ରଦର୍ଶନ କରିବ । କିନ୍ତୁ ଆଜି ରାଜ୍ୟ ସରକାରଙ୍କୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ନେଇ ତୀଵ୍ର ସମାଲୋଚନା କରିଛି ବିଜେପି ଦଳ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.