ETV Bharat / state

Elephant Attack: ଘର ମୂରବୀଙ୍କୁ ଦଳିଦେଲା ଦନ୍ତା, ଅଳ୍ପେକ ବର୍ତ୍ତିଗଲା ପରିବାର

author img

By

Published : Dec 26, 2021, 6:29 PM IST

Elephant Tusker: ଦନ୍ତା ଆକ୍ରମଣରେ ଜଣେ ମୃତ, ଅଳ୍ପେକ ବର୍ତ୍ତିଗଲା ପରିବାର
Elephant Tusker: ଦନ୍ତା ଆକ୍ରମଣରେ ଜଣେ ମୃତ, ଅଳ୍ପେକ ବର୍ତ୍ତିଗଲା ପରିବାର

ସୁନ୍ଦରଗଡ ଲେଫ୍ରିପଡା ରେଞ୍ଜରେ ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ( Elephant attack in sundergarh)। ଘଟଣାସ୍ଥଳରେ ବନ ବିଭାଗର ତଦନ୍ତ ଆରମ୍ଭ କରିଛି। ଅଧିକ ପଢନ୍ତୁ

ସୁନ୍ଦରଗଡ: ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ । ଲେଫ୍ରିପଡ଼ା ରେଞ୍ଜ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ( Elephant attack sundergarh) ହୋଇଛି । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Elephant Tusker: ଦନ୍ତା ଆକ୍ରମଣରେ ଜଣେ ମୃତ, ଅଳ୍ପେକ ବର୍ତ୍ତିଗଲା ପରିବାର
Elephant Tusker: ଦନ୍ତା ଆକ୍ରମଣରେ ଜଣେ ମୃତ, ଅଳ୍ପେକ ବର୍ତ୍ତିଗଲା ପରିବାର

ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ରେଞ୍ଜ ଅନ୍ତର୍ଗତ ଦଲକିଝରଣ ଗ୍ରାମରେ ଦନ୍ତାହାତୀ ନାରକୀୟ କାଣ୍ଡ ଘଟାଇଛି । ଶନିବାର ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ଗ୍ରାମର ସୁରଜ ବାର୍ଲା (୪୫) ନାମକ ବ୍ୟକ୍ତିଙ୍କ ଘରକୁ ଆକ୍ରମଣ କରି ଦଳିଚକଟି ଦେଇଛି ଦନ୍ତା ହାତୀ। ହାତୀ ଆକ୍ରମଣ ଯୋଗୁଁ ଘରଦ୍ବାର ଭାଙ୍ଗି ସମ୍ପୂଣ୍ଣ ନଷ୍ଟ ହୋଇଯାଇଛି । ଏଥିରେ ଘରର ମୁରବୀ ସୁରଜଙ୍କ ମୃତ୍ୟୁ ଘଟିଛି । ଘର ଦ୍ବାର ଭାଙ୍ଗି ଚୁରମାର ହୋଇଯାଇଥିବାବେଳେ ଦନ୍ତା ଆକ୍ରମଣରୁ ସୁରଜଙ୍କ ପତ୍ନୀ ଓ ଚାରି ଛୁଆ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Elephant Tusker: ଦନ୍ତା ଆକ୍ରମଣରେ ଜଣେ ମୃତ, ଅଳ୍ପେକ ବର୍ତ୍ତିଗଲା ପରିବାର
Elephant Tusker: ଦନ୍ତା ଆକ୍ରମଣରେ ଜଣେ ମୃତ, ଅଳ୍ପେକ ବର୍ତ୍ତିଗଲା ପରିବାର

କାନ୍ଥ ଭୁଷୁଡିବା ଶବ୍ଦ ଶୁଣି ସୁରଜର ସ୍ତ୍ରୀ ଓ ତାଙ୍କ ପିଲାମାନେ ଘରୁ ଦୌଡି ପଳାଇଥିଲେ । ଘଟଣା ଆଜି ଜଣାପଡିବା ପରେ ଲେଫ୍ରିପଡ଼ା ରେଞ୍ଜ ଅଫିସର ସୁଶାନ୍ତ କୁମାର ପ୍ରଧାନ, ଫରେଷ୍ଟର ଅଶ୍ବିନୀ କୁମାର ପଟେଲ ଓ ବନରକ୍ଷୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.