ETV Bharat / state

ସ୍କୁଲରେ ପ୍ରାର୍ଥନା ବେଳେ ଟଳି ପଡିଲେ ଦଶମ ଶ୍ରେଣୀ ଛାତ୍ର

author img

By

Published : Aug 20, 2023, 11:45 AM IST

Updated : Aug 20, 2023, 1:26 PM IST

ସ୍କୁଲରେ ପ୍ରାର୍ଥନା ଚାଲିଥିବା ବେଳେ ଚେତାଶୂନ୍ୟ ହୋଇଗଲେ ଦଶମ ଶ୍ରେଣୀ ଛାତ୍ର । ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ଅଧିକ ପଢନ୍ତୁ

ସ୍କୁଲରେ ପ୍ରାର୍ଥନା ବେଳେ ଛାତ୍ରଙ୍କ ମୃତ୍ୟୁ
ସ୍କୁଲରେ ପ୍ରାର୍ଥନା ବେଳେ ଛାତ୍ରଙ୍କ ମୃତ୍ୟୁ

ସ୍କୁଲରେ ପ୍ରାର୍ଥନା ବେଳେ ଛାତ୍ରଙ୍କ ମୃତ୍ୟୁ

ରାଉରକେଲା: ସକାଳୁ ସ୍କୁଲରେ ପ୍ରାର୍ଥନା ଚାଲିଥିଲା । ହଠାତ୍ ଟଳି ପଡିଲେ ଜଣେ ଦଶମ ଶ୍ରେଣୀ ଛାତ୍ର । ହସ୍ପିଟାଲ ନିଆଯିବାରୁ ଡାକ୍ତର ମୃତ ଘୋଷଣା କଲେ । ଗତକାଲି(ଶନିବାର) ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଏକ ଘରୋଇ ବିଦ୍ୟାଳୟରେ ଏଭଳି ଦୁଃଖଦ ଘଟଣା ଘଟିଛି । ମୃତ ଛାତ୍ର ହେଉଛନ୍ତି ମହମ୍ମଦ ନୌସାଦ ଓ ସହରର ଶ୍ରୀ ଅରବିନ୍ଦ ସ୍କୁଲରେ ପାଠ ପଢୁଥିଲେ । ଏହି ଘଟଣା ସ୍ଥାନୀୟ ଶୋକର ଛାୟା ଖେଳାଇଛି । ଛାତ୍ରଙ୍କ ସହପାଠୀ, ଶିକ୍ଷକ ଓ ସାଙ୍ଗସାଥୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏ ଯାଏଁ ଛାତ୍ରଙ୍କ ଆକସ୍ମିକ ମୃତ୍ୟୁର କାରଣ ଜଣାପଡିନି ।

ସୂଚନା ଅନୁଯାୟୀ, ପ୍ରତି ଶନିବାର ଭଳି ଗତକାଲି ସକାଳେ ସ୍କୁଲରେ ଯୋଗାଭ୍ୟାସ ଓ ପ୍ରାର୍ଥନା ଆରମ୍ଭ ହୋଇଥିଲା । ସବୁ ଛାତ୍ରଛାତ୍ରୀ ପ୍ରାର୍ଥନା କରୁଥିଲେ । ଏହି ସମୟରେ ଦଶମ ଶ୍ରେଣୀରେ ପଢୁଥିବା ମହମ୍ମଦ ହଠାତ୍ ଅନୁଭବ କରିଥିଲେ ଓ ସେହିଠାରେ ହିଁ ଚେତାଶୂନ୍ୟ ହୋଇଯାଇଥିଲେ । ସ୍କୁଲ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସ୍ବାସ୍ଥ୍ୟବସ୍ଥା ଅଧିକ ସଂକଟାପନ୍ନ ହେବାରୁ ତାଙ୍କୁ ରାଉରକେଲା ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଡାକ୍ତରୀ ଦଳର ଶତ ଚେଷ୍ଟା ସତ୍ତ୍ବେ ମହମ୍ମଦଙ୍କ ଜୀବନ ବଞ୍ଚି ପାରିନଥିଲା । ତେବେ କାହିଁକି ଛାତ୍ରଙ୍କର ମୃତ୍ୟୁ ଘଟିଲା ତାହା ଏ ଯାଏଁ ସ୍ପଷ୍ଟ ହୋଇପାରିନି । ଏହି ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।

ଏହାମଧ୍ୟ ପଢନ୍ତୁ: ଶିକ୍ଷକ ଭୁଲିଗଲେ ହିତାହିତ ଜ୍ଞାନ, ଶ୍ରେଣୀ ଗୃହରେ ମଦ୍ୟପାନର ଭିଡିଓ ଭାଇରାଲ

ମହମ୍ମଦଙ୍କ ଆକସ୍ମିକ ମୃତ୍ୟୁର କାରଣ ଖୋଜିବାକୁ ପୋଲିସ ଛାନଭିନ କରୁଛି । ପ୍ରାଥମିକ ତଦନ୍ତରୁ, ଏହି ଦୁର୍ଭାଗ୍ୟଜନକ ଘଟଣା ପଛରେ ମହମ୍ମଦଙ୍କ ଅସୁସ୍ଥତା ଥାଇପାରେ ବୋଲି ଅନୁମାନ କରାଯାଉଛି । ଏହି କଠିନ ସମୟରେ ମୃତ ଛାତ୍ର ମହମ୍ମଦଙ୍କ ପରିବାରକୁ ସ୍କୁଲ ପ୍ରଶାସନ ଓ ଶିକ୍ଷକମାନେ ଶାନ୍ତ୍ବନା ଜଣାଉଛନ୍ତି । ଦଶମ ଶ୍ରେଣୀ ଛାତ୍ରଙ୍କ ଅକାଳ ବିୟୋଗରେ ରାଜଗାଙ୍ଗପୁର ଅଞ୍ଚଳରେ ଶୋକର ଲହରୀ ଖେଳି ଯାଇଛି ।

ଏହାମଧ୍ୟ ପଢନ୍ତୁ: Assam shocker: ମଦ୍ରାସା ହଷ୍ଟେଲରୁ ମିଳିଲା ଛାତ୍ରଙ୍କ ମୁଣ୍ଡବିହୀନ ମୃତଦେହ

ଏହାମଧ୍ୟ ପଢନ୍ତୁ : ବିରଳ ରୋଗରେ ପୀଡିତ ବାଳକକୁ ସହାୟତା, ଚିକିତ୍ସା ପାଇଁ ୧୦ ଲକ୍ଷ ପ୍ରଦାନ କଲା ଜିଲ୍ଲା ପ୍ରଶାସନ

ଇଟିଭି ଭାରତ, ରାଉରକେଲା

Last Updated : Aug 20, 2023, 1:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.