ETV Bharat / state

ହକି ବିଶ୍ୱକପ ଡ୍ୟୁଟିକୁ ଯିବାବେଳେ ଦୁର୍ଘଟଣାରେ ପ୍ରାଣ ହାରିଲେ ହୋମଗାର୍ଡ

author img

By

Published : Jan 10, 2023, 8:34 PM IST

ମୃତ  ହୋମଗାର୍ଡ
ମୃତ ହୋମଗାର୍ଡ

ରାଉରକେଲାର ମହିଳା ହୋମଗାର୍ଡଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ । ହକି ବିଶ୍ବକପ ଡ୍ୟୁଟି ଯିବା ସମୟରେ ଟ୍ରକ ସହିତା ଧକ୍କା ହେବା ଫଳରେ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ରାଉରକେଲା: ହକି ବିଶ୍ବକପ ଡ୍ୟୁଟି ଯିବା ସମୟରେ ପ୍ରାଣ ହାରିଲେ ହୋମଗାର୍ଡ । ରାଉରକେଲାର ମହିଳା ହୋମଗାର୍ଡଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ମଙ୍ଗଳବାର ସକାଳେ ହକି ବିଶ୍ବକପ ଡ୍ୟୁଟି ପାଇଁ ଯାଉଥିବା ବେଳେ ସେ ଦୁର୍ଘଟଣାରେ ଶିକାର ହୋଇଥିଲେ । ମୃତ ହୋମଗାର୍ଡଙ୍କ ନାମ ଜୋହାନି ତିର୍କୀ । ସେ ବନ୍ଧମୁଣ୍ଡା ଅଞ୍ଚଳର ବାସିନ୍ଦା । ଉଦିତନଗର ଥାନା ପୋଲିସ ଶବ ବ୍ୟବଚ୍ଛେଦ ପରେ ମୃତ ହୋମଗାର୍ଡଙ୍କ ମର ଶରୀରରୁ ପରିବାରଙ୍କୁ ହସ୍ତନ୍ତର କରିଛି । ହୋମଗାର୍ଡ ଜୋହାନି ମଙ୍ଗଳବାର ସକାଳ ପ୍ରାୟ ୭ଟା ସମୟରେ ଛେଣ୍ଡ କଲୋନୀସ୍ଥିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମକୁ ଡ୍ୟୁଟିରେ ବାହାରିଥିଲେ । ସେ ସାଇକେଲ ଯୋଗେ ବିର୍ସାମୁଣ୍ଡା ଡ୍ୟୁଟିରେ ଯାଉଥିଲେ । ଉଦିତନଗର ଥାନା ଅନ୍ତର୍ଗତ ହନୁମାନ ବଟିକା ଛକ ନିକଟରେ ଏକ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

ଆସନ୍ତା 13 ତାରିଖରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ବକପ । ଏନେଇ ବିଭିନ୍ନ ଦେଶର ଖେଳାଳିମାନେ ଓଡିଶାରେ ପହଁଞ୍ଚିବାରେ ଲାଗିଛନ୍ତି । ବିଶ୍ବକପର ସମସ୍ତ ମ୍ୟାଚ ଭୁବନେଶ୍ଵର ଏବଂ ରାଉରକେଲାରେ ଖେଳାଯିବ। । ଜାନୁଆରୀ ୧୩ରୁ ୨୯ ଯାଏଁ ଓଡ଼ିଶାରେ ହକି ବିଶ୍ବକପ ଖେଳାଯିବ(Hockey World Cup 2023) । ସେପଟେ ୧୧ ତାରିଖରେ ବାରବାଟୀ ଷ୍ଟାଡିୟମ (FIH Men's Hockey World Cup)ରେ ହକି ବିଶ୍ବକପ ପାଇଁ ଉଦଘାଟନୀ ଉତ୍ସବ (Opening Ceremony)ର ଆୟୋଜନ କରାଯିବ । ୨୦୧୮ ମସିହାରେ ଓଡ଼ିଶାରେ ହକିର କ୍ରେଜ ଯେତିକି ରହିଥିଲା ତାହା ୨୦୨୩ରେ ଦ୍ବିଗୁଣିତ ହୋଇଛି ।

ତେବେ ଆସନ୍ତା ହକି ବିଶ୍ବକପ ବେଶ ଉଚ୍ଚକୋଟୀର ହେବ । ଉଦଘାଟନୀ ଉତ୍ସବର ପ୍ରସ୍ତୁତି ପାଇଁ ପ୍ରତିଦିନ ସମୀକ୍ଷା କରୁଛି କ୍ରୀଡା ବିଭାଗ । ଷ୍ଟାଡିୟମ ସୌନ୍ଦଯ୍ୟକରଣ, ଟ୍ରାଫିକ ବ୍ୟବସ୍ଥା, ପରିମଳ, ଜଳ ଯୋଗାଣ ଆଦିକୁ ନେଇ ଘନ ଘନ ବୈଠକରେ ଆଲୋଚନା ହୋଇଛି । ସାରା ଓଡ଼ିଶାରେ ଦେଖିବାକୁ ମିଳିଛି ହକି ଫିଭର । ଦିନ ଗଡ଼ିବା ସହ ହକି ବିଶ୍ବକପକୁ ନେଇ ବଢ଼ୁଛି ଉତ୍କଣ୍ଠା । ଦ୍ଵିତୀୟ ଥର ପାଇଁ ଓଡ଼ିଶା ହକି ବିଶ୍ବକପ ଆୟୋଜକ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଉତ୍ସାହ ରହିଛି । ୨୦୨୩ ହକି ବିଶ୍ବ କପ ପାଇଁ ପ୍ରାୟୋଜକ ରହିଛି ଓଡିଶା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.