ETV Bharat / state

ରାଉରକେଲାରେ ହଇଜା ଆତଙ୍କ, ସ୍ଥିତି ନିୟନ୍ତ୍ରଣକୁ ଆସୁଛି କହିଲେ ଅତିରିକ୍ତ ଜିଲ୍ଲାପାଳ

author img

By ETV Bharat Odisha Team

Published : Dec 21, 2023, 4:45 PM IST

Updated : Dec 21, 2023, 5:16 PM IST

Cholera breaks out in Rourkela
Cholera breaks out in Rourkela

Cholera breaks out in Rourkela: ରାଉରକେଲାରେ ହଇଜା ଆତଙ୍କ । ଆଗାମୀ ୨ରୁ ୩ ଦିନ ମଧ୍ୟରେ ସ୍ଥିତି ନିୟନ୍ତ୍ରଣକୁ ଆସିବ କହିଲେ ଉପଜିଲ୍ଲାପାଳ । ଅଧିକ ପଢନ୍ତୁ

ରାଉରକେଲାରେ ହଇଜା ଆତଙ୍କ, ସ୍ଥିତି ନିୟନ୍ତ୍ରଣକୁ ଆସୁଛି କହିଲେ ଅତିରିକ୍ତ ଜିଲ୍ଲାପାଳ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରେ ଭୟଙ୍କର ହେବାରେ ଲାଗିଛି ହଇଜା । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ଝାଡାବାନ୍ତିକୁ ନେଇ ସହରବାସୀ ଏବେ ଭୟରେ ରହିଛନ୍ତି । ତେବେ ସ୍ଥିତି ନିୟନ୍ତ୍ରଣକୁ ଆସିଲାଣି । ଆଉ ୨ରୁ ୩ ଦିନ ମଧ୍ୟରେ ସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର । ସେପଟେ ଏ ନେଇ ରାଜ୍ୟ ସରକାର, ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ତତ୍ପର ଅଛନ୍ତି । ଖୁବଶୀଘ୍ର ସ୍ଥିତି ସ୍ବାଭାବିକ ହେବ ବୋଲି କହିଛନ୍ତି ଶ୍ରମମନ୍ତ୍ରୀ ସାରଦା ନାୟକ ।

ଆଜି SCB ଏବଂ RMRC ଟିମ ମଧ୍ୟ ଆସି ରାଉରକେଲା ସହରରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି ବୋଲି କହିଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର କହିଛନ୍ତି, "ଆକ୍ରାନ୍ତଙ୍କ ସଂଖ୍ୟା ଆଉ ବୃଦ୍ଧି ପାଉନାହିଁ । ନୂଆ ରୋଗୀ ଗୁରୁତର ମଧ୍ୟ ହେଉନାହାନ୍ତି । ଆଜି ସକାଳଠାରୁ ସ୍ବତନ୍ତ୍ର ମେଡିକାଲ ଟିମ ବିଭିନ୍ନ ସ୍ଥାନ ବୁଲି ନମୁନା ସଂଗ୍ରହ କରିଛନ୍ତି । ଆମେ ଆଶା କରୁଛୁ ଖୁବଶୀଘ୍ର ଏହାର କାରଣ ଜଣାପଡ଼ିବ । ଆଇସିୟୁରେ ଏବେ କମ ରୋଗୀ ଅଛନ୍ତି । ଜଳ ସାଥୀମାନଙ୍କୁ ମଧ୍ୟ ତାମିଲ ପ୍ରଦାନ କରାଯାଉଛି । ସେମାନେ ସହରରୁ ୱାଟର ସାମ୍ପୁଲ ସଂଗ୍ରହ କରିବେ । ଆରଏମସି ପକ୍ଷରୁ ଟୋଲ ଫି ନମ୍ବର ମଧ୍ୟ ଜାରି କରାଯାଇଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ସ୍ଥିତି ନିୟନ୍ତ୍ରଣକୁ ଆସିବ ।"

ଏହା ବି ପଢନ୍ତୁ- ରାଉରକେଲାରେ ଝାଡାବାନ୍ତି ଆତଙ୍କ: ସଚେତନ କରାଇଲା RMC, ମୃତ୍ୟୁ ସଂଖ୍ୟାକୁ ନେଇ ଦ୍ବନ୍ଦ୍ବ

ସେପଟେ ଶ୍ରମମନ୍ତ୍ରୀ ସାରଦା ନାୟକ କହିଛନ୍ତି, "ସହରରେ ଝାଡାବାନ୍ତି ରୋଗ ବାହାରିବା ପରେ ରାଜ୍ୟ ସରକାର ତତକ୍ଷଣାତ ତତ୍ପର ପ୍ରକାଶ କରିଥିଲେ । ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଗତକାଲି ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଖୁବଶୀଘ୍ର ସ୍ଥିତି ନିୟନ୍ତ୍ରଣରେ ଆସିବ ।" ସୂଚନା ଥାଉ କି ଗତକାଲି ସ୍ବାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ସଚିବ ରାଉରକେଲା ଆସି ପହଞ୍ଚି ସିଧାସଳଖ ସ୍ଥିତିକୁ ସମ୍ପୂର୍ଣ୍ଣ ଭାବରେ ଅନୁଧ୍ୟାନ କରିଛନ୍ତି । ସ୍ଥିତି ଅନୁଧ୍ୟାନ କଲେ ମଧ୍ୟ ବର୍ତ୍ତମାନ ଭୟର ବାତାବରଣ ଲୋକଙ୍କ ମଧ୍ୟରେ ଜାରି ରହିଛି । ସମ୍ପୂର୍ଣ୍ଣ ରାଉରକେଲା ସହର ସମେତ ଜିଲ୍ଲାର ସ୍ଥିତିକୁ ଅନୁଧ୍ୟାନ କରିଥିଲେ ଏବଂ ରୋଗୀଙ୍କୁ ଭେଟିଥିଲେ ।

ଏହା ବି ପଢନ୍ତୁ- କଲବଲ କଲାଣି ଝାଡାବାନ୍ତି, ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ

ଆଜି ମଧ୍ୟ ରାଉରକେଲା ଗସ୍ତରେ ରହିଛନ୍ତି ସ୍ବାସ୍ଥ୍ୟ ବିଭାଗର ୨ଟି ଟିମ । ଆଜି SCB ଏବଂ RMRC ଟିମ ରାଉରକେଲା ସହରରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ରୋଗୀଙ୍କୁ ଚିକିତ୍ସା ପାଇଁ PHC ୨୪ ଘଣ୍ଟା ଚାଲିବ ବୋଲି ସୂଚନା ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ । ରାତିରେ ମଧ୍ୟ ରୋଗୀ ଆସିଲେ ଚିକିତ୍ସା କରାଯିବ ବୋଲି ସୂଚନା ରହିଛି । ବର୍ତ୍ତମାନ ସୁଦ୍ଧା ହଜାରରୁ ଊର୍ଦ୍ଧ୍ବ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଆଉ କେତେ ସଂଖ୍ୟାରେ ରୋଗୀ ଭର୍ତ୍ତି ହୋଇଛନ୍ତି ଏବଂ ଡାଇରିଆ ଆତଙ୍କ ବର୍ତ୍ତମାନ କେତେ ପହଞ୍ଚିଛି ତାହା ନେଇ କୌଣସି ସୂଚନା ରହିନାହିଁ ।

ଇଟିଭି ଭାରତ, ରାଉରକେଲା

Last Updated :Dec 21, 2023, 5:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.