ETV Bharat / state

ନିୟନ୍ତ୍ରଣକୁ ଆସୁଛି ଡାଇରିଆ, ଷ୍ଟିଲ ସିଟିରେ ଚାଲିଛି ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା

author img

By ETV Bharat Odisha Team

Published : Dec 24, 2023, 2:22 PM IST

diarrhea situation is under control
diarrhea situation is under control

diarrhea situation is under control: ଷ୍ଟିଲ ସିଟିରେ ହ୍ରାସ ପାଉଛି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା । ଲୋକଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ଚାଲିଛି ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା । ଅଧିକ ପଢନ୍ତୁ

diarrhea situation is under control

ରାଉରକେଲା: ଷ୍ଟିଲ ସିଟିରେ ସୁଧୁରିବାରେ ଲାଗିଛି ଡାଇରିଆ ସ୍ଥିତି । ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ରାଉରକେଲା ମହାନଗର ନିଗମ ସହ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରିସ୍ଥିତିର ମୁକାବିଲା ପାଇଁ ମିଳିତ ଉଦ୍ୟମ ଜାରି ରହିଛି । ତେବେ ସହରର ସମସ୍ତ ପବ୍ଲିକ ହେଲ୍‌ଥ ସେଣ୍ଟରରେ ଚାଲିଛି ୨୪ ଘଣ୍ଟା ଚିକିତ୍ସା ସେବା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ୨୪ ଘଣ୍ଟା ମୁତୟନ ହୋଇରହିଛନ୍ତି ସ୍ୱାସ୍ଥ୍ୟକର୍ମୀ ଏବଂ ଡାକ୍ତର ।

ଏହା ମଧ୍ୟ ପଢନ୍ତୁ- ରାଉରକେଲାରେ ଡରାଉଛି ଡାଇରିଆ, ସ୍ଥିତି ନିୟନ୍ତ୍ରଣରେ ଅଛି କହିଲେ କମିଶନର

ରାଉରକେଲା ସମେତ ଗ୍ରାମାଞ୍ଚଳରେ ଶହ ଶହ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏବେ ସ୍ଥିତିକୁ ସୁଧାରିବାରେ ଲାଗି ପଡିଛନ୍ତି ଡାକ୍ତର । ରାତିରେ ନଶୋଇ ହାଡ଼ଭଙ୍ଗା ଶୀତରେ ଜାରି ରଖିଛନ୍ତି ନିଜର ସେବା କାର୍ଯ୍ୟ । ସମସ୍ତ ପବ୍ଲିକ ହେଲ୍‌ଥ ସେଣ୍ଟରରେ ବ୍ୟାପକ ଡାକ୍ତର ସହ ମେଡ଼ିକାଲ ଷ୍ଟାଫ ନିୟୋଜିତ ରହିଛନ୍ତି । କିଛିଦିନ ତଳେ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ନିର୍ଦ୍ଦେଶ ଅନୁସାରେ ରାଉରକେଲାରେ ହଇଜା ଏବଂ ଡାଇରିଆ ଆକ୍ରାନ୍ତ ପାଇଁ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଆରମ୍ଭ କରାଯାଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଯଥେଷ୍ଟ ଔଷଧ ଓ ଚିକିତ୍ସା ସୁବିଧା ସହ ଆମ୍ବୁଲାନ୍ସ ସେବା ଉପଲବ୍ଧ ରହିଛି ।

ଏହା ମଧ୍ୟ ପଢନ୍ତୁ- ନିୟନ୍ତ୍ରଣକୁ ଆସୁଛି ହଇଜା ସଂକ୍ରମଣ, ଏବେ ବି ରୋଗର କାରଣ ଅସ୍ପଷ୍ଟ

ଏହା ମଧ୍ୟ ପଢନ୍ତୁ- ରାଉରକେଲାରେ ହଇଜା ଆତଙ୍କ, ସ୍ଥିତି ନିୟନ୍ତ୍ରଣକୁ ଆସୁଛି କହିଲେ ଅତିରିକ୍ତ ଜିଲ୍ଲାପାଳ

ସେପଟେ ଡାଇରିଆରେ ଘଟିଥିବା ମୃତ୍ୟୁର ଚିହ୍ନଟ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନେତୃତ୍ବରେ ଏକ ଅଡିଟ୍ କମିଟି ଗଠନ କରାଯାଇଛି । ଏହି ଅଡିଟ୍ କମିଟିର ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଡାଇରିଆରେ ୯ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । ଏଥିସହ ଡାଇରିଆ ପରିସ୍ଥିତିର ପ୍ରକୃତ କାରଣ ଜାଣିବା ପାଇଁ ବ୍ୟୁରୋଲୋଜି ଏବଂ ମାଇକ୍ରୋବାୟୋଲୋଜି ବିଭାଗ ସମସ୍ତ ସ୍ଥାନରୁ ସମ୍ପୂଲ ଗ୍ରହଣ କରି ଟେଷ୍ଟ କରିଛି । ଏହି ରୋଗ ୱାଟକ ଦ୍ୱାରା ଯୋଗାଇ ଦିଆଯାଉଥିବା ପାଣି ଯୋଗୁଁ ହୋଇଛି । ପାଇପ ଫାଟି ଡ୍ରେନ ପାଣି ମିଶିଥିବାରୁ ଲୋକେ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଏହାପରେ ପାଇପ ଫାଟିଥିବା ସମସ୍ତ ୧୪ଟି ସ୍ଥାନରେ ମରାମତି ହୋଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.