ETV Bharat / state

ରାଉରକେଲାରେ ଡରାଉଛି ଡାଇରିଆ, ସ୍ଥିତି ନିୟନ୍ତ୍ରଣରେ ଅଛି କହିଲେ କମିଶନର

author img

By ETV Bharat Odisha Team

Published : Dec 22, 2023, 4:10 PM IST

ଚିନ୍ତା ବଢ଼ାଉଛି ଡାଇରିଆ ଏବଂ ହଇଜାର , ସ୍ଥିତି ନିୟନ୍ତ୍ରଣରେ ରହିଛି ଭୟଭୀତ ହେବାର ନାହିଁ କହିଲେ କମିଶନର
ଚିନ୍ତା ବଢ଼ାଉଛି ଡାଇରିଆ ଏବଂ ହଇଜାର , ସ୍ଥିତି ନିୟନ୍ତ୍ରଣରେ ରହିଛି ଭୟଭୀତ ହେବାର ନାହିଁ କହିଲେ କମିଶନର

Cholera Under control in Rourkela: ରାଉରକେଲାରେ ଦିନକୁ ଦିନ ଚିନ୍ତା ବଢ଼ାଉଛି ଡାଇରିଆ ଏବଂ ହଇଜା । ଝାଡ଼ାବାନ୍ତିରେ ୧୨ ଦିନରେ ୧୩୦୦ରୁ ଊର୍ଦ୍ଧ୍ବ ରୋଗୀ ଚିହ୍ନଟ ,୧୮ ଜଣ ହଇଜା ଆକ୍ରାନ୍ତ ଚିହ୍ନଟ । ସହରରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ କରୁଛନ୍ତି ଅନୁଧ୍ୟାନ । ଅଧିକ ପଢନ୍ତୁ

ଚିନ୍ତା ବଢ଼ାଉଛି ଡାଇରିଆ ଏବଂ ହଇଜାର , ସ୍ଥିତି ନିୟନ୍ତ୍ରଣରେ ରହିଛି ଭୟଭୀତ ହେବାର ନାହିଁ କହିଲେ କମିଶନର

ରାଉରକେଲା: ଝାଡ଼ାବାନ୍ତିରେ ଜନିତ ଆକ୍ରାନ୍ତ ସଂଖ୍ୟା ବର୍ତ୍ତମାନ ରାଉରକେଲାରେ ବଢ଼ିବାରେ ଲାଗିଛି । ରାଉରକେଲାରେ ଆକ୍ରାନ୍ତ ସଂଖ୍ୟା ବର୍ତ୍ତମାନ ବଢିବାର ଲାଗିଛି । 12 ଦିନରେ ଅକ୍ରାନ୍ତଙ୍କ ସଂଖ୍ୟା ୧୩୦୦ରୁ ଊର୍ଦ୍ଧ୍ବ ହୋଇଥିବା ନେଇ ରହିଛି ସୂଚନା । ଏହାରି ମଧ୍ୟରେ ପୁଣି ଚିହ୍ନଟ ହୋଇଛନ୍ତି ହଇଜା ଆକ୍ରାନ୍ତ । ତେବେ ଦିନକୁ ଦିନ ବଢୁଛି ଚିନ୍ତା । ଏହାକୁ ନେଇ ବର୍ତ୍ତମାନ ଚିନ୍ତାରେ ରାଜ୍ୟ ସରକାର ଏବଂ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ ଏବଂ ଭୟରେ ସହରବାସୀ । ରାଉରକେଲା ସମେତ ସମ୍ପୂର୍ଣ୍ଣ ଜିଲ୍ଲାରେ ବର୍ତ୍ତମାନ ସ୍ଥିତି ଅନୁଧ୍ୟାନ ଚାଲିଛି । ତେବେ ଏହାରି ମଧ୍ୟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ହାଇ କମିଟି ଗସ୍ତ ଦୁଇଦିନ ତଳେ କରି ସାରିଥିବା ବେଳେ । ରାଜ୍ୟ ସରକାର ମଧ୍ୟ ନିଜେ ଏହି ସହର ପ୍ରତି ଧ୍ୟାନ ଦେଇ ପୁଣି ଏକ ଟିମକୁ ପଠାଇଛନ୍ତି ।

ଆଜି ଦ୍ୱିତୀୟ ଦିନରେ ମଧ୍ୟ ରାଜ୍ୟର SCB ଟିମ ଏବଂ RMRC ଟିମ ବର୍ତ୍ତମାନ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଉରକେଲାରେ ପହଞ୍ଚିବା ପରେ ଗତକାଲି ଠାରୁ ନିଜର ତଦନ୍ତ ଆରମ୍ଭ କରିଛନ୍ତି SCB ମେଡ଼ିକାଲ ଟିମ ଏବଂ RMRC ଟିମ । ସମସ୍ତ ଦିଗକୁ ନେଇ ଚାଲିଛି ଅନୁଧ୍ୟାନ । ଦୁଇଦିନ ହେବ ରାଉରକେଲା ସହରର ଗଳି ଗଳି ବୁଲି ଡାକ୍ତରୀ ଟିମ ସହ ଚାଲିଛି ଘନଘନ ତଦନ୍ତ ଏବଂ ତର୍ଜମା ।

ଅନ୍ୟପଟେ ସହରର ଫୁଡ଼ ବିଭାଗ, ୱାଟକ, ଜିଲ୍ଲା ସହ ସ୍ୱାସ୍ଥ୍ୟ ବିଭାଗ ଏବଂ ଡାକ୍ତରଙ୍କ ସହ ଚାଲିଛି ମିଟିଂ ଏବଂ ଆଜି ମଧ୍ୟ ବିଭିନ୍ନ ସ୍ଥାନ ବୁଲି ପାଣି ସଂଗ୍ରହ ସହ ଆଖପାଖ ପଡୋଶୀଙ୍କ ମଧ୍ୟ ସାମ୍ପୁଲ ସଂଗ୍ରହ କରାଯାଇଛି । ଏହାରି ମଧ୍ୟରେ ଆଜି ସହରରେ ଆହୁରି ୧୮ଜଣ ହଇଜା ରୋଗୀ ଚିହ୍ନଟ ହୋଇଥିବା ସୂଚନା ରହିଛି । ତେବେ ଆଜି ରାଉରକେଲା ସହରର ଏକ ଉଚ୍ଚସ୍ତରୀୟ ମିଟିଂର ଆୟୋଜନ ହୋଇଛି । ଏହି ମିଟିଂରେ RMRC ଏବଂ SCB ଟିମ ସହ ରାଉରକେଲା ସରକାରୀ ହସ୍ପିଟାଲର ଡ଼ାଇରେକ୍ଟରଙ୍କ ସହ ଆଲୋଚନା ଜାରି ରହିଛି । ଏକ ବନ୍ଦ କୋଠରୀରେ ଉଚ୍ଚ ସ୍ତରୀୟ ମିଟିଂ ଚାଲିଛି ।

ଏହା ମଧ୍ୟ ପଢନ୍ତୁ....ରାଉରକେଲାରେ ହଇଜା ଆତଙ୍କ, ସ୍ଥିତି ନିୟନ୍ତ୍ରଣକୁ ଆସୁଛି କହିଲେ ଅତିରିକ୍ତ ଜିଲ୍ଲାପାଳ

ତେବେ ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏହି ଝାଡ଼ାବାନ୍ତି ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି,"ବର୍ତ୍ତମାନ ରାଉରକେଲା ସହରରେ ସ୍ଥିତି ସୁଧୁରିବାରେ ଲାଗିଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି ସ୍ଥିତି ସୁଧୁରିବାରେ ଲାଗିଲାଣି ପୂର୍ବଭଳି ଆକ୍ରାନ୍ତ ବର୍ତ୍ତମାନ ଆଉ ଆସୁନାହାନ୍ତି । ବର୍ତ୍ତମାନ ସ୍ଥିତିରେ ଧୀରେ ଧୀରେ ସୁସ୍ଥ ହାର ବଢ଼ିବାରେ ଲାଗିଛି । ବର୍ତ୍ତମାନ ପ୍ରତ୍ୟେକ ଦିନ ଭଲ ଭାବରେ ସୁସ୍ଥ ଲୋକେ ଘରକୁ ଫେରୁଛନ୍ତି ଏବଂ ସ୍ଥିତି ଖୁବ ଶୀଘ୍ର ସୁଧୁରିଯିବ । ଏହାସହ ବର୍ତ୍ତମାନ ସୁଦ୍ଧା ରାଉରକେଲାରେ ଏହି ଡାଇରିଆ ଏବଂ ହଇଜାର ଆତଙ୍କର ମୂଳ କାରଣକୁ ଖୋଜିବାପାଇଁ ତଦନ୍ତ ଚାଲିଛି । ଖୁବ ଶୀଘ୍ର ଆଉ ଦୁଇ ତିନି ଦିନ ମଧ୍ୟରେ ଏହାର କାରଣ ଜଣା ପଡିବ । "

ଇଟିଭି ଭାରତ,ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.