ETV Bharat / state

ପାଣି ସମସ୍ୟାକୁ ନେଇ ଗରା, ବାଲ୍ଟି ଧରି ଛାତ୍ରଛାତ୍ରୀଙ୍କ ପ୍ରତିବାଦ, ସାମିଲ ହେଲେ ବିଧାୟିକା

author img

By ETV Bharat Odisha Team

Published : Nov 21, 2023, 6:08 PM IST

ପାଣି ପାଇଁ କଲେଜ ସମ୍ମୁଖରେ ଗରା,ବାଲ୍ଟି ଧରି ଧାରଣାରେ ଛାତ୍ରଛାତ୍ରୀ, ସାମିଲ ହେଲେ ବିଧାୟିକା କୁଷୁମ ଟେଟେ
ପାଣି ପାଇଁ କଲେଜ ସମ୍ମୁଖରେ ଗରା,ବାଲ୍ଟି ଧରି ଧାରଣାରେ ଛାତ୍ରଛାତ୍ରୀ, ସାମିଲ ହେଲେ ବିଧାୟିକା କୁଷୁମ ଟେଟେ

ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ କଲେଜ ହଷ୍ଟେଲରେ ଆସୁନି ପାଣି । କଲେଜ ସମ୍ମୁଖରେ ଗରା,ବାଲ୍ଟି ଧରି ଧାରଣାରେ ଛାତ୍ରଛାତ୍ରୀ । ସାମିଲ ହେଲେ ସ୍ଥାନୀୟ ବିଧାୟିକା କୁସୁମ ଟେଟେ । ଅଧିକ ପଢ଼ନ୍ତୁ

ପାଣି ପାଇଁ କଲେଜ ସମ୍ମୁଖରେ ଗରା,ବାଲ୍ଟି ଧରି ଧାରଣାରେ ଛାତ୍ରଛାତ୍ରୀ, ସାମିଲ ହେଲେ ବିଧାୟିକା କୁଷୁମ ଟେଟେ

ରାଉରକେଲା/ସୁନ୍ଦରଗଡ: କଲେଜ ହଷ୍ଟେଲରେ ପାଣି ସମସ୍ୟା ପାଇଁ ଧାରାଣାରେ ବସିଥିବା ଛାତ୍ରଛାତ୍ରୀଙ୍କ ସହ ସାମିଲ ହେଲେ ବିଜେପି ବିଧାୟିକା କୁସୁମ ଟେଟେ । ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ ଏପରି ସମସ୍ୟା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ ସମସ୍ୟାର ସମାଧାନ ନହେବା କାରଣରୁ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ଅଭିଯୋଗ ଅନୁସାରେ, ବହୁଦିନରୁ ହଷ୍ଟେଲରେ ପାଣି ସମସ୍ୟା ଲାଗି ରହିଛି । ଏନେଇ ବାରମ୍ବାର ଅଭିଯୋଗ କରିବା ପରେ କିନ୍ତୁ ଅସୁବିଧା ଦୂର କରିବାରେ କଲେଜ କର୍ତ୍ତୃପକ୍ଷ ସକ୍ଷମ ହୋଇନାହାନ୍ତି । ତେଣୁ କରି ଶେଷରେ ଛାତ୍ରଛାତ୍ରୀ କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ପ୍ରତିକାତ୍ମକ ଭାବେ ହାତରେ ଗରା, ବାଲ୍ଟି ଧରି କଲେଜ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ନିଆରା ଢଙ୍ଗରେ ଧାରଣା ଓ ପ୍ରତିବାଦ ଦେଖିବାକୁ ମିଳିଛି । ତେବେ ସୁନ୍ଦରଗଡ଼ ବିଧାୟିକା ମଧ୍ୟ ଏହି ଧାରଣାରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କ ସହ କଲେଜ ସମ୍ମୁଖରେ ନଜର ଆସିଛନ୍ତି । ସମସ୍ୟା ନେଇ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରାବାଜୀ ମଧ୍ୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଯେଉଁ କଥା କହିଛନ୍ତି ତାହା ଗ୍ରହଣୀୟ ନୁହଁ: ଭର୍ତ୍ତୃହରି

ଅଭିଯୋଗ ଅନୁସାରେ, ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ଚାରୋଟି ହଷ୍ଟେଲରେ ଗତ 4 ମାସରୁ ଅଧିକ ସମୟ ଧରି ପାଣି ସମସ୍ୟା ଲାଗି ରହିଛି । ଅନ୍ୟପଟେ ଗତ ଚାରି ଦିନ ହେବ ହଷ୍ଟେଲ ମୋଟେ ବୁନ୍ଦାଏ ପାଣି ଆସିନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ବିଶେଷ କରି ଛାତ୍ରୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ପୂର୍ବରୁ ବାରମ୍ବାର କଲେଜ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୋଗର ଫଳ ଶୂନ ।

ଫଳରେ ଛାତ୍ରଛାତ୍ରୀ ଆଜି ଶେଷରେ କଲେଜ ଘେରାଉ କରିଛନ୍ତି । କଲେଜ ପ୍ରବେଶ ଦ୍ଵାରରେ ତାଲା ପକାଇ ବସି କଲେଜ ବନ୍ଦ କରିଛନ୍ତି । ବିଧାୟିକା କୁସୁମ ଟେଟେ କହିଛନ୍ତି, "ଯେପର୍ଯ୍ୟନ୍ତ ପାଣି ସମସ୍ୟା ଓ ଡ୍ରେନ ସମସ୍ୟା ଦୂର ନହେବ ସେ ପର୍ଯ୍ୟନ୍ତ ଧାରଣାରୁ ଓହରିବେ ନାହିଁ । ସରକାରଙ୍କ ଅନେକ ଯୋଜନା ତଥା DMF ଫଣ୍ଡ ରହିଛି ହେଲେ, ଆଜିବି ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।" ଅନ୍ୟପଟେ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରାଯାଉଥିବା ଓ ଏହା ଖୁବଶିଘ୍ର ସମାଧାନ ହେବା ନେଇ କହିଛନ୍ତି କଲେଜ ଭାଇସ ପ୍ରିନ୍ସିପାଲ । ତଥାପି ଛାତ୍ରଛାତ୍ରୀ ସମାଧାନ ନହେବା ଯାଏଁ ଧାରଣା ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.