ETV Bharat / state

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଯେଉଁ କଥା କହିଛନ୍ତି ତାହା ଗ୍ରହଣୀୟ ନୁହଁ: ଭର୍ତ୍ତୃହରି

author img

By ETV Bharat Odisha Team

Published : Nov 21, 2023, 3:45 PM IST

Updated : Nov 21, 2023, 4:17 PM IST

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଯେଉଁ କଥା କହିଛନ୍ତି ତାହା ଗ୍ରହଣୀୟ ନୁହଁ ବୋଲି କହିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ଅଧିକ ପଢନ୍ତୁ

Cuttack MP Bhartuhari Mahatab
Cuttack MP Bhartuhari Mahatab

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଯେଉଁ କଥା କହିଛନ୍ତି ତାହା ଗ୍ରହଣୀୟ ନୁହଁ: ଭର୍ତ୍ତୃହରି

କଟକ: ସାଧାରଣତଃ କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଭିଡ଼ ରହେ । ହେଲେ ଗୋଟିଏ ଦ୍ବାର ଦେଇ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରୁଥିବାରୁ ସ୍ଥିତି ଆହୁରି ଗମ୍ଭୀର ହୋଇଛି । ତେବେ ଏହାର ସମାଧାନ କରିବା ପରିବର୍ତ୍ତେ ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ ଦାସ ଗତକାଲି ବୟସ୍କାଧିକ ଓ ରୋଗାଗ୍ରସ୍ତ ଭକ୍ତଙ୍କୁ ଶ୍ରୀମନ୍ଦିର ଆସିବାକୁ ବାରଣ କରିଥିଲେ । ଭିଡ଼ ଯୋଗୁଁ ଏହି ସମୟରେ ଆସିବାକୁ ମନା କରିବା ପରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ- ଏବେ ବୟସ୍କ ଓ ରୋଗାଗ୍ରସ୍ତ ଭକ୍ତ ଶ୍ରୀମନ୍ଦିର ଆସନ୍ତୁ ନାହିଁ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଏ ନେଇ ସାଂସଦ ଭର୍ତ୍ତୃହରି କହିଛନ୍ତି, "କିଛି ଆନୁସଙ୍ଗିକ କାର୍ଯ୍ୟ ରହି ଯାଇଥିବାରୁ ଚାରି ଦୁଆର ଖୋଲା ଯାଇପାରୁନାହିଁ । କାର୍ତ୍ତିକ ମାସରେ ଯଦି ଚାରି ଦୁଆର ଖୋଲିଥାଆନ୍ତା, ତାହାଲେ ଭକ୍ତମାନେ ଏଭଳି ଭିଡ଼ର ସମ୍ମୁଖୀନ ହୋଇ ନଥାଆନ୍ତେ । ମନ୍ଦିର ପ୍ରଶାସନ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ମନ୍ଦିର ନଆସିବା କହିବା ଠିକ ନୁହେଁ । "କାର୍ତ୍ତିକ ମାସରେ ଲୋକେ ୮ ଘଣ୍ଟାରୁ ଅଧିକ ସମୟ ଧରି ଲମ୍ବା ଲାଇନ୍‌ରେ ରହି ଦର୍ଶନ କରୁଛନ୍ତି । କିଛି ଲୋକ ମଧ୍ୟ ଅଚେତ ହୋଇ ମେଡିକାଲକୁ ସ୍ଥାନାନ୍ତରିତ ହେଉଛନ୍ତି । ଗତକାଲି ଛତିଶଗଡ଼ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଚାରି ଦ୍ବାର ନଖୋଲିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ପ୍ରଶାସନ ଭକ୍ତଙ୍କ ଦୁଃଖକୁ ଅନୁଭବ କରୁ ବୋଲି ସେ କହିଥିଲେ ।

ଏହା ବି ପଢନ୍ତୁ- ଜଗା ଦର୍ଶନରେ ଅବ୍ୟବସ୍ଥା ଓ ଚାରିଦ୍ବାର ଖୋଲିବା ପ୍ରସଙ୍ଗ, ଛତିଶଗଡ଼ ରାଜ୍ୟପାଳଙ୍କ କ୍ଷୋଭ

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳଠୁ ଆରମ୍ଭ କରି ଅନୁଷ୍ଠାନ ସମସ୍ତେ ରାଜ୍ୟ ସରକାରଙ୍କୁ ନିବେଦନ କରିବା ସତ୍ତ୍ବେ ମଧ୍ୟ ଖୋଲାଯାଉନାହିଁ ୪ ଦ୍ବାର । ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିଲେ ମନ୍ଦିର ଭିତରକୁ ଶ୍ରଦ୍ଧାଳୁମାନଙ୍କ ପ୍ରବେଶ, ପ୍ରସ୍ଥାନ ଓ ଦର୍ଶନ ସହଜ ହେବ । ଶ୍ରଦ୍ଧାଳୁମାନଙ୍କୁ ଅଜଥାରେ ଦର୍ଶନ ପାଇଁ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଛିଡା ହେବାକୁ ପଡ଼ିବ ନାହିଁ । ତେବେ କେଉଁ ଅନାଦି କାଳରୁ ଏହି ୪ ଦ୍ବାରର ନିର୍ମାଣ ହୋଇଛି । ସେତେବେଳେ ଲୋକଙ୍କ ସଂଖ୍ୟା କମ ଥିବାରୁ ଏଭଳି ସମସ୍ୟା ଉପୁଜି ନଥିଲା । ହେଲେ ଏବେ ମନ୍ଦିରକୁ ଲକ୍ଷ ଲକ୍ଷ ଭକ୍ତ ଆସୁଥିବାରୁ ସେମାନଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିବା ଦରକାର ବୋଲି ଦାବି ହୋଇଆସୁଛି ।

ଇଟିଭି ଭାରତ, କଟକ

Last Updated : Nov 21, 2023, 4:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.