ଏବେ ବୟସ୍କ ଓ ରୋଗାଗ୍ରସ୍ତ ଭକ୍ତ ଶ୍ରୀମନ୍ଦିର ଆସନ୍ତୁ ନାହିଁ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

By ETV Bharat Odisha Team

Published : Nov 20, 2023, 9:51 PM IST

thumbnail

ପୁରୀ: ଜଗା ଦ୍ବାରକୁ ଯିବାକୁ ଭକ୍ତଙ୍କୁ ମନା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ । କାର୍ତ୍ତିକ ମାସରେ ପ୍ରବଳ ଭିଡ଼ ହେଉଥିବାରୁ ବୟସ୍କ ଓ ରୋଗାଗ୍ରସ୍ତ ଭକ୍ତଙ୍କୁ ଶ୍ରୀମନ୍ଦିର ଏବେ ନ ଆସିବାକୁ ଦେଲେ ପରାମର୍ଶ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଦୀର୍ଘ ଦିନରୁ ଶ୍ରୀମନ୍ଦିରରେ ସୁରୁଖୁରୁରେ ଜଗା ଦର୍ଶନ ଲାଗି ବ୍ୟବସ୍ଥା କରିବା ପାଇଁ ଦାବି ହୋଇଆସୁଛି । ଭକ୍ତମାନେ କେବଳ ସିଂହଦ୍ବାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରୁଥିବାରୁ ପ୍ରାୟ ୨ କିମି ପର୍ଯ୍ୟନ୍ତ ଲମ୍ବା ଧାଡି ଲାଗୁଛି । ଟାଣଖରାରେ ଭକ୍ତ ସିଝୁଥିବା ବେଳେ ବର୍ଷାରେ ଓଦା ହେଉଛି । ଏଣୁ ଚାରି ଦ୍ବାର ଖୋଲିବା ଲାଗି ସାଧାରଣ ଜନତାଙ୍କଠୁ ଆରମ୍ଭ କରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଦାବି କରୁଥିଲେ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନ କି ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ଏଣୁ କେତେବେଳେ ଭକ୍ତ ଜଗା ପାଖକୁ ଆସି ଚେତାଶୂନ୍ୟ ହେଉଛି ତ ଆଉ କେତେବେଳେ ଅସହାୟ ବୃଦ୍ଧବୃଦ୍ଧା କାଳିଆକୁ ଦର୍ଶନ କରିନପାରି କାନ୍ଦି କାନ୍ଦି ଘରକୁ ଫେରୁଛନ୍ତି । ଏଭଳି ସ୍ଥିତିରେ ଅବ୍ୟବସ୍ଥାକୁ ସୁଧାରିବା ପରିବର୍ତ୍ତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏଭଳି ପରାମର୍ଶକୁ ସାଧାରଣରେ ସମାଲୋଚନା କରାଯାଇଛି । ଶୁଣନ୍ତୁ ଭିଡ଼ ଲାଗି ଭକ୍ତଙ୍କୁ କଣ ପରାମର୍ଶ ଦେଉଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.