ETV Bharat / state

ପଦବୀ ସୃଷ୍ଟି ଦାବି, କଲେଜ ପରିସରରେ ଆୟୁଷ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

author img

By ETV Bharat Odisha Team

Published : Sep 1, 2023, 12:15 PM IST

ayush medical students stage protest
ayush medical students protest

ନୂଆ ନିଯୁକ୍ତି ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆୟୁଷ ଛାତ୍ରଛାତ୍ରୀ । ରାଉରକେଲା ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ସହ ରାଜ୍ୟ ସରକାର ବିରୋଧରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଦେଇଛନ୍ତି ଆୟୁଷ ଡାକ୍ତର । ଅଧିକ ପଢନ୍ତୁ

ayush medical students protest

ରାଉରକେଲା: ନୂତନ ପଦବୀ ସୃଷ୍ଟି ଦାବି କରି ଆୟୁଷ ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି । ଏହା ସହ ଆୟୁଷ ଡାକ୍ତରମାନେ ମଧ୍ୟ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି । ରାଉରକେଲା ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ସମ୍ମୁଖରେ ରାଜ୍ୟ ସରକାର ବିରୋଧରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଦେଇଛନ୍ତି ଆୟୁଷ ଛାତ୍ରଛାତ୍ରଙ୍କ ସମେତ ଆୟୁଷ ଡାକ୍ତର । ଅଲ ଓଡିଶା ଆୟୁଷ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି । ସେପଟେ କଲେଜ ସମ୍ମୁଖରେ କାର୍ଯ୍ୟ ବନ୍ଦ କରି ଧାରଣା ଦେଇଛନ୍ତି ସମସ୍ତ ଆୟୁଷ ଡାକ୍ତର । ରାଜ୍ୟ ସରକାରଙ୍କ ଆୟୁଷ ଡାକ୍ତର ମାନଙ୍କ ପ୍ରତି ଉଦାସୀନତା ଏବଂ ଅବହେଳାକୁ ବିରୋଧ କରି ଧାରଣାରେ ସମସ୍ତ ଆୟୁଷ ଡାକ୍ତର ଓ ଛାତ୍ରଛାତ୍ରୀ । ରାଉରକେଲା ଗୋପବନ୍ଧୁ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟରେ ଗତକାଲି ଧାରଣାରେ ବସିଥିଲେ ସମସ୍ତ ଡାକ୍ତର ।

କିଛିଦିନ ତଳେ କଳା ବ୍ୟାଚ ପିନ୍ଧି ରାଜ୍ୟ ସରକାରଙ୍କ ବିରୋଧରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏବେ ପୁଣି ଧାରଣାରେ ବସି ନିଜର ଦାବି ଏବଂ ଅଧିକାରକୁ ଜାହିର କରିଛନ୍ତି ସମସ୍ତ ଆୟୁଷ ଡାକ୍ତର । ଆୟୁଷ ଡାକ୍ତର ମାନଙ୍କ ପକ୍ଷରୁ କାର୍ଯ୍ୟ ବନ୍ଦ କରି ଧାରଣ ପ୍ରଦର୍ଶନ କରାଯାଉଛି ଏବଂ ଅଭିଯୋଗ କରିଛନ୍ତି, ''ଦୀର୍ଘ ୨୧ ବର୍ଷ ଭିତରେ ଜଣେ ହେଲେ ଆୟୁଷ ଚିକିତ୍ସା ପଦାଧିକାରୀ ରାଜ୍ୟରେ ନିଯୁକ୍ତ ହୋଇ ନାହାନ୍ତି । ସରକାରଙ୍କୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ସତେ ଯେମିତି ସରକାର ଏଥିପ୍ରତି ନିଦାବିଷ୍ଣୁ ପାଲଟି ଯାଇଛନ୍ତି ରାଜ୍ୟ ସରକାର । ଅନ୍ୟପକ୍ଷରେ ତଥ୍ୟ ଅନୁଯାୟୀ ଆମ ରାଜ୍ୟରେ ୮୦୦୦ ଆୟୁଷ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ୮୦୦ ହସ୍ପିଟାଲ ଖୋଲାଯିବା କଥା । କିନ୍ତୁ ଏଥିପ୍ରତି ସରକାରଙ୍କର କୌଣସି ନଜର ନାହିଁ । ରାଜ୍ୟର ଉତ୍ତମ ସ୍ୱାସ୍ଥ୍ୟ ସେବାପାଇଁ ସମସ୍ତ ଆୟୁଷ ଡାକ୍ତର ପ୍ରତିବର୍ଷ ଆୟୁଷ ଚିକତ୍ସା ପଦାଧିକାରୀ ନିଯୁକ୍ତି ହେଉ ବୋଲି ଆୟୁଷ ଡାକ୍ତର ମାନେ ଦାବି କରିଛନ୍ତି ।''

ଆନ୍ଦୋଳନ କାରୀ ଡାକ୍ତର ଅଭିଯୋଗ କରିଛନ୍ତି ଯେ,''ସ୍ୱାସ୍ଥ୍ୟ ସେବା ଏକ ମୌଳିକ ଆବଶ୍ୟକତା ପ୍ରତ୍ୟେକ ରାଜ୍ୟ ସରକାର ତାଙ୍କ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବାର ସୁବିଧା କରିବା ଅତ୍ୟନ୍ତ ଆବଶ୍ୟକ କିନ୍ତୁ ଏଠାରେ ରାଜ୍ୟ ସରକାର ଏହାକୁ ତୁଲାଇବାରେ ଅସମର୍ଥ । ରାଜ୍ୟରେ ଜନ ସାଧାରଣଙ୍କ ପାଇଁ କେବଳ ୫୬୨ ହୋମିଓପ୍ୟାଥିକ ଡାକ୍ତର ଏବଂ ୬୧୯ ଆୟୁର୍ବେଦିକ ଡାକ୍ତର ନିଯୁକ୍ତ ଅଛନ୍ତି । ଅର୍ଥାତ ମୋଟ ୧୧୭୯ ସରକାରୀ ଆୟୁଷ ଡାକ୍ତର ଓଡ଼ିଶାରେ ସେବା ପ୍ରଦାନ କରୁଛନ୍ତି ଯାହା ଏକ ନିନ୍ଦାର ବିଷୟ । ଏତିକି ସଂଖ୍ୟକ ଡାକ୍ତରଙ୍କ ସାହାଯ୍ୟରେ ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଅସମ୍ଭବ ହୋଇପଡୁଛି । ତେଣୁ ବହୁବାର ନୂଆ ନିଯୁକ୍ତି ନେଇ ଦାବି ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି ।''

ଏହା ବି ପଢନ୍ତୁ...ଆୟୁଷ ଡାକ୍ତର ପଦବୀ ସୃଷ୍ଟି ଦାବି, କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭାରତ ସରକାରଙ୍କର ଆୟୁଷ ମନ୍ତ୍ରାଳୟ ଅନୁସାରେ କୁହାଯାଇଛି ଯେ,'' ଦେଶରେ ବିଭିନ୍ନ ରାଜ୍ୟରେ ସମାନ ଭାବରେ ଆଧୁନିକ ଚିକତ୍ସା ଓ ଆୟୁଷ ଚିକତ୍ସାକୁ ପ୍ରାଧାନ୍ୟ ଦିଆଯିବ । କିନ୍ତୁ ଦୁଃଖର କଥା ଯେ ଆମ ରାଜ୍ୟର ସରକାର ଆୟୁଷ ସେବାପ୍ରତି ବୈମାତୃକ ମନଭାବ ପୋଷଣ କରୁଛନ୍ତି ଏବଂ ଆୟୁଷ ଡାକ୍ତର ମାନଙ୍କ ପ୍ରତି ଅବହେଳା କରୁଛନ୍ତି । ଯେହେତୁ ୨୧ ବର୍ଷ ହେଲା ଆୟୁଷ ଚିକତ୍ସା ପଦାଧିକାରୀ ନିଯୁକ୍ତ ହୋଇ ନାହାନ୍ତି ତେଣୁ ଅତି କମରେ ୫୦୦ ଲେଖାଏଁ ଆୟୁଷ ଚିକିତ୍ସା ପଦାଧିକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍ପିଟାଲମାନଙ୍କରେ ଅବିଳମ୍ବେ ନିଯୁକ୍ତ କରାଯାଉ । ପ୍ରତିବର୍ଷ ଅତି କମରେ ୧୦୦ ଆୟୁଷ ଡାକ୍ତର ଏନଏଏମ ମାନଙ୍କୁ ମଧ୍ୟ ଆବଶ୍ୟକତାକୁ ଆଖି ଆଗରେ ରଖି ନିଯୁକ୍ତି ଦିଆଯାଉ ।''

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.