ETV Bharat / state

Student Covid Infected: ଗୋଟିଏ ସ୍କୁଲ୍‌ରେ ୫୩ ଛାତ୍ରୀ ଆକ୍ରାନ୍ତ

author img

By

Published : Nov 23, 2021, 8:04 PM IST

53 student infected with covid in saint marry school of sundargarh
Student Covid Infected: ଗୋଟିଏ ସ୍କୁଲ୍‌ରେ ୫୩ ଜଣ ଛାତ୍ରୀ ଆକ୍ରାନ୍ତ

ସୁନ୍ଦରଗଡ଼ରେ ପୁଣିଥରେ ମହାମାରୀ କୋରୋନାର ପ୍ରକୋପ ଦେଖାଇଛି । ସେଣ୍ଟ୍‌ମେରୀ ସ୍କୁଲର ୫୩ ଛାତ୍ରୀ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶିକ୍ଷା ବିଭାଗର ତଦନ୍ତ ଆରମ୍ଭ । ଅଧିକ ପଢ଼ନ୍ତୁ

ସୁନ୍ଦରଗଡ: ଜିଲ୍ଲାରେ ପୁଣି କୋରୋନା କର ଲେଉଟାଇବା ଆରମ୍ଭ କରିଛି । ସୁନ୍ଦରଗଡ଼ ସେଣ୍ଟମେରୀ ସ୍କୁଲରେ ଗତ ୩ ଦିନ ମଧ୍ୟରେ ୫୩ ଛାତ୍ରୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଘଟଣା ପଦାକୁ ଆସିବା ପରେ ଜିଲ୍ଲା ଶିକ୍ଷାଅଧିକାରୀ ସ୍କୁଲ୍‌ରେ ପହଞ୍ଚି କୋଭିଡ କଟକଣା ପାଳିବା ପାଇଁ କଡ଼ାକଡ଼ି ଚେତାବନୀ ଦେଇଛନ୍ତି ।

Student Covid Infected: ଗୋଟିଏ ସ୍କୁଲ୍‌ରେ ୫୩ ଜଣ ଛାତ୍ରୀ ଆକ୍ରାନ୍ତ
ଗତ ଶୁକ୍ରବାର ସ୍କୁଲ୍‌ର ଜଣେ ଛାତ୍ରୀ ହଠାତ ଟଳି ପଡ଼ିଥିଲେ । ଯାଞ୍ଚ ବେଳେ ସେ କୋଭିଡ ପଜିଟିଭ୍‌ ଥିବା ଜଣାପଡ଼ିଥିଲା । ସେହିଦିନ ଅନ୍ୟ କେତେକଙ୍କ ନମୁନା ସଂଗ୍ରହ କରାଯାଇ କୋଭିଡ ଟେଷ୍ଟ କରାଯାଇଥିଲା । ଏହି କ୍ରମରେ ଗତ ଶନିବାର ସ୍କୁଲ୍‌ରେ ୯ ଜଣ ଛାତ୍ରୀ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଗତ ସୋମବାର ସନ୍ଧ୍ୟା ସୁଦ୍ଧା ଏହି ସଂଖ୍ୟା ୨୨ରେ ପହଞ୍ଚିଥିବାବେଳେ ଆଜି(ମଙ୍ଗଳବାର) ତାହା ୫୩ରେ ପହଞ୍ଚିଛି । ସ୍କୁଲରେ କୋଭିଡ୍‌ ଗାଇଡଲାଇନ ପାଳନ କରିବାକୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । କୋରୋନା ସଂକ୍ରମିତ ଚିହ୍ନଟ ହେବାପରେ ସ୍କୁଲ୍‌ ସାନିଟାଇଜ କରାଯାଇଛି । ଆଜି(ମଙ୍ଗଳବାର)ଠାରୁ ସ୍କୁଲର ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଶିକ୍ଷାଦାନକୁ ସ୍ଥଗିତ ରଖିବା ନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନୋଟିସ ଜାରି କରିଛନ୍ତି । ଆସନ୍ତା 26 ତାରିଖରୁ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେଉଥିବାରୁ ସେହି ଦୁଇଟି ଶ୍ରେଣୀର ଛାତ୍ରୀଙ୍କୁ ଭାଗ ଭାଗ କରି ସ୍ୱତନ୍ତ୍ର ନୀରିକ୍ଷଣରେ ଶିକ୍ଷାଦାନ କରାଯିବ । ଯେଉଁମାନେ କୋଭିଡ ପଜିଟିଭ୍ ଅଛନ୍ତି, ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି ।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.