ETV Bharat / state

5 ସନ୍ଦିଗ୍ଧ ଡକାୟତ ଗିରଫ ହୋଇ କୋର୍ଟ ଚାଲାଣ

author img

By

Published : Feb 17, 2021, 10:13 PM IST

5 ଜଣ ସନ୍ଦିଗ୍ଧ ଡକାୟତ ଗିରଫ ହୋଇ କୋର୍ଟ ଚାଲାଣ
5 ଜଣ ସନ୍ଦିଗ୍ଧ ଡକାୟତ ଗିରଫ ହୋଇ କୋର୍ଟ ଚାଲାଣ

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ପୋଲିସକୁ ବଡ ସଫଳତା । କୁତ୍ରା ଓ ରାଜଗାଙ୍ଗପୁର ଅଞ୍ଚଳରେ ବିଭିନ୍ନ ଅପରାଧିକ ଘଟଣା ଘଟାଇ ଆତଙ୍କ ଖାଳାଉଥିବା 5 ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ରାଜଗାଙ୍ଗପୁର ପୋଲିସ । ଅଧିକ ପଢନ୍ତୁ...

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ପୋଲିସ ଆଜି 5 ଜଣ ସନ୍ଦିଗ୍ଧ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ସେମାନଙ୍କ ନିକଟରୁ ବିଭିନ୍ନ ଦରକାରି ନଥିପତ୍ର ସମ୍ବଳିତ ଦୁଇଟି ବ୍ୟାଗ, ଗୋଟିଏ ସ୍କୁଟି, ଗୋଟିଏ ମୋଟର ସାଇକେଲ, ଗୋଟିଏ ଭୁଜାଲି, ଦୁଇଟି ମୋବାଇଲ ଫୋନ ଓ ନଗଦ 1340 ଟଙ୍କା ଜବତ କରିଛି । ଏହି ଡକାୟତ ମାନେ ହେଲେ ଅମର ଟପ୍ପୋ ଓରଫ ମଙ୍ଗଳୁ, ପୂରଣ ରାୟ ଓରଫ ରାଜା, ଶୈଳେନ୍ଦ୍ର ରଥ, ବିକି ସୋନୀ ଓ ମହମ୍ମଦ ଇଜାଜ୍ । ସମସ୍ତ ଅପରାଧିଙ୍କ ଘର ରାଜଗାଙ୍ଗପୁର ଅଞ୍ଚଳର ବୋଲି ରାଜଗାଙ୍ଗପୁର ପୋଲିସ କହିଛି ।

5 ଜଣ ସନ୍ଦିଗ୍ଧ ଡକାୟତ ଗିରଫ ହୋଇ କୋର୍ଟ ଚାଲାଣ

ଏହି ଅଭିଯୁକ୍ତ ମାନେ ଚୋରି, ଡକାୟତି, ଛନତାଇ ଓ ରାହାଜାନୀ ପରି ଗୋଟିକ ପରେ ଗୋଟିଏ କାଣ୍ଡ ଘଟାଇ କୁତ୍ରା ଓ ରାଜଗାଙ୍ଗପୁର ଏବଂ ରାଜ୍ୟ ରାଜପଥ 10ରେ ଆତଙ୍କ ଖେଳାଇ ଆସୁଥିଲେ । ଆଜି ରାଜଗାଙ୍ଗପୁର ଓ କୁତ୍ରା ପୋଲିସ ମିଳିତ ଭାବେ ଏହି ଅଭିଯୁକ୍ତ ମାନଙ୍କୁ ରାଜଗାଙ୍ଗପୁର ଅଞ୍ଚଳରୁ ଗିରଫ କରିଥିଲେ । ରାଜଗାଙ୍ଗ ପୁର ପୋଲିସ ଧାରା 394/457/380 IPC ଓ 27 Arms actରେ କୋର୍ଟ ଚାଲାଣ କରିଛି ।

ସୁନ୍ଦରଗଡରୁ ହରିହର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.