ETV Bharat / state

ଥାନା ପରିସରରେ ସ୍ବାମୀ ସାମ୍ନାରେ ଦିଅରକୁ ବିବାହ କଲା ସ୍ତ୍ରୀ

author img

By

Published : Jul 24, 2023, 9:00 PM IST

Updated : Jul 24, 2023, 9:24 PM IST

ବିନା ବେଦୀ, ମନ୍ତ୍ରପାଠରେ ଦିଅରକୁ ବିବାହ କଲା ସ୍ତ୍ରୀ । ଉପସ୍ଥିତ ଥିଲେ ସ୍ବାମୀ ଓ ଶାଶୁ ଘର ଲୋକେ । ଅଧିକ ପଢନ୍ତୁ

Etv Bharat
Etv Bharat

ଥାନା ପରିସରରେ ସ୍ବାମୀ ସାମ୍ନାରେ ଦିଅରକୁ ବିବାହ କଲା ସ୍ତ୍ରୀ

ସୁବର୍ଣ୍ଣପୁର: ସ୍ବାମୀ ସାମ୍ନାରେ ଦିଅରକୁ ବିବାହ କଲା ସ୍ତ୍ରୀ । ପୋଲିସ ଷ୍ଟେସନରେ ପ୍ରେମୀ ଯୁଗଳ ପରସ୍ପରକୁ ପିନ୍ଧାଇଲେ ବରମାଳା । ବିବାହିତ ମହିଳା ଜଣକ ଦିଅର ସାଙ୍ଗରେ ଘରୁ ଫେରାର ହେବା ପରେ ଶେଷରେ ପୋଲିସ ହାତରେ ଧରାପଡ଼ିଛନ୍ତି । ଆଉ ଥାନାରେ ହିଁ ପରସ୍ପରକୁ ବିବାହ କରିଛନ୍ତି । ଏପରି ଏକ ଘଟଣା ଜିଲ୍ଲାର ବୀରମହାରାଜପୁର ଥାନା ଅଧୀନସ୍ଥ ସୁବଳୟା ଗ୍ରାମରେ ଘଟିଛି । ବିବାହ ସମୟରେ ନା ଥିଲା ବ୍ରାହ୍ମଣର ମନ୍ତ୍ରପାଠ ନା ବାଜୁଥିଲା ଶାହାନାଇଁ । ନିରାଡମ୍ବର ଭାବରେ ଶେଷ ହୋଇଯାଇଛି ଏଭଳି ଏକ ବାହାଘର । ଉଭୟ ପ୍ରେମ ଯୁଗଳ ପରସ୍ପରକୁ ଫୁଲମାଳ ଦେଇ ଥାନା ଅଧିକାରୀ, ପୋଲିସ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲାର ୨୨ ବର୍ଷୀୟ ଝିଲ୍ଲୀ ପ୍ରଧାନ ଗତ ୩ ବର୍ଷ ପୂର୍ବେ ସୁବର୍ଣ୍ଣପୁର ଜିଲ୍ଲାର ମାଧବ ପ୍ରଧାନଙ୍କୁ ବିବାହ କରିଥିଲେ । ଉଭୟଙ୍କ ବୈବାହିକ ଜୀବନ ଖୁସିରେ ଚାଲିଥିଲା । ହେଲେ ଯେତେବେଳେ ଝିଲ୍ଲୀ ଦିଅର ପରମେଶ୍ବର ପ୍ରଧାନକୁ ଭେଟିଲେ ଏହାପରେ ମାଧବ ଓ ଝିଲ୍ଲୀଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା । ମାଧବଙ୍କ ନଜର ଆଢୁଆଳରେ ପତ୍ନୀ ଝିଲ୍ଲୀ ଦିଅର ପରମେଶ୍ବରଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିଲେ । ମାଧବଙ୍କ ଅନୁପସ୍ଥିତିରେ ଝିଲ୍ଲୀ ଓ ପରମେଶ୍ବର ପରସ୍ପରକୁ ଭେଟିଥିଲେ । ହେଲେ ଯେତେବେଳେ ଏ ସମ୍ପର୍କରେ ପରିବାର ସଦସ୍ୟ ଜାଣିଥିଲେ, ଏହାପରେ ଘରୁ ଫେରାର ହୋଇଯାଇଥିଲେ ଏହି ପ୍ରେମୀ ଯୁଗଳ ।

ଏହା ବି ପଢନ୍ତୁ- ଭାଉଜଙ୍କ ମଥାରେ ସିନ୍ଦୂର ଦେଲା ଦିଅର, ଶାଶୁ-ଶ୍ୱଶୁରଙ୍କୁ ଭୂୟସୀ ପ୍ରଶଂସା

ଗତ ଏକ ସପ୍ତାହ ଧରି ଦିଅର ମାଧବ ସହିତ ଝିଲ୍ଲୀ ଫେରାର ହେବା ପରେ ଆଉ ଘରକୁ ଫେରିନଥିଲେ । ସ୍ବାମୀ ମାଧବଙ୍କ ଅଭିଯୋଗ ଆଧାରରେ ସୁବାଳୟା ଥାନାରେ କେସ ନଂ ୨୫/୨୩ ରେ ଏକ ଅଭିଯୋଗ ପଞ୍ଜିକରଣ ମଧ୍ୟ ହୋଇଥିଲା । ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଗତ ଗୁରୁବାର ଉଭୟ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା ।ଉଭୟ ଦିଅର ଭାଉଜ ପରସ୍ପରକୁ ବିବାହ କରିବେ ବୋଲି ଅଡି ବସିଥିଲେ । ଉଭୟେ ସାବାଳକ ଥିବାରୁ ତାଙ୍କ ପରିବାର ଲୋକଙ୍କୁ ଥାନାକୁ ଡକାଗଲା । ଦ୍ବିତୀୟ ବିବାହ ନ କରିବା ଲାଗି ପରିବାର ଝିଲ୍ଲୀଙ୍କୁ ଯେତେ ବୁଝାଇଥିଲେ ସୁଦ୍ଧା ସେ ରାଜି ନ ହେବାରୁ ଶେଷରେ ଉଭୟ ପକ୍ଷର ସମ୍ମତି କ୍ରମେ ବିବାହ ଅନୁଷ୍ଠିତ ହୋଇଥିଲା । ଥାନାରେ ଝିଲ୍ଲୀଙ୍କ ମଥାରେ ସିନ୍ଦୂର ଭରିଥିଲେ ଦିଅର ପରମେଶ୍ବର । ବିବାହ ସମୟରେ ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ, ଏସଆଇ ଦୀପ୍ତି ରଞ୍ଜନ ଦିଗାଲ ସମେତ ତିନି ପରିବାରର ସଦସ୍ୟ ଉପସ୍ଥିତ ଥିଲେ । ଉକ୍ତ ଘଟଣାଟି ଏବେ ସୁବଳୟା ଅଞ୍ଚଳରେ ତଥା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଥାଉ କି କେନ୍ଦ୍ରାପଡ଼ାରେ ଭାଉଜକୁ ବିବାହ କରିଥିଲା ଦିଅର । ହେଲେ ଏଠାରେ ବଡ଼ଭାଇର ମୃତ୍ୟୁ ପରେ ଭାଉଜକୁ ଆପଣାଇଥିଲା ଯୁବକ । ବାପ ଛେଉଣ୍ଡ ପିଲା ତଥା ନିଜର ପୁତୁରାଙ୍କୁ ସାହାରା ହୋଇଥିଲେ । ଭାଉଜ ମଥାରେ ସିନ୍ଦୂର ପିନ୍ଧାଇ ଉଦାହରଣ ସାଜିଥିଲା ଦିଅର । ଏହି ବିବାହକୁ ସାମାଜିକ ସ୍ବୀକୃତି ମିଳିଥିବା ବେଳେ ଏଭଳି ମହତ କାମକୁ ରୂପରେଖ ଦେଇଥିବା ଶାଶୁ ଶ୍ବଶୁରଙ୍କୁ ପ୍ରଶଂସା କରାଯାଇଥିଲା । କେନ୍ଦ୍ରାପଡ଼ା ଆଳି ବ୍ଲକରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated :Jul 24, 2023, 9:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.