ନୂଆଁଖାଇ ତିହାର, ସୁରେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ

author img

By

Published : Sep 1, 2022, 12:25 PM IST

ନୂଆଁଖାଇ ତିହାର, ସୁରେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ

କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏନେଇ ଚଳଚଞ୍ଚଳ ପୁରା ପଶ୍ଚିମ ଓଡିଶା । ସୁବର୍ଣ୍ଣପୁର ଜିଲ୍ଲା ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ଇଷ୍ଟ ଦେବୀ ମା’ ସୁରେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହୋଇଛି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ଆଜି କୃଷିଭିତ୍ତିକ ପର୍ବ ନୂଆଁଖାଇ । ଗଣପର୍ବ ନୂଆଁଖାଇରେ ଉଠୁଛି ପଡୁଛି ପଶ୍ଚିମ ଓଡିଶା । ସୁବର୍ଣ୍ଣପୁର ଜିଲ୍ଲା ଉତ୍ସବ ମୁଖର ହୋଇ ଉଠିଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ଇଷ୍ଟଦେବୀ ସୁରେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହୋଇଛି । ନୂଆ ଲାଗିହେବା ପରେ ସୁବର୍ଣ୍ଣପୁର ଜିଲ୍ଲାବାସୀ ନବାନ୍ନ ଭକ୍ଷଣ କରିବେ ।

ସୋନପୁର ଗଡଜାତ ଓ ପଞ୍ଚରା ଅଞ୍ଚଳବାସୀ ଚଳିତ ବର୍ଷର ନବାନ୍ନ ପର୍ଵ ପାଳନ କରିଛନ୍ତି । ପରମ୍ପରା ଅନୁଯାୟୀ ଗଡଜାତର ଇଷ୍ଟ ଦେବୀ ମା’ ସୁରେଶ୍ବରୀଙ୍କ ଆଦ୍ୟ ଅକ୍ଷର ସ ବର୍ଣ୍ଣ ଓ ଦେବୀ ମା’ ସୁରେଶ୍ବରୀଙ୍କ ନାମରେ ମାହେନ୍ଦ୍ର ବେଳା ନିର୍ଣ୍ଣୟ କରାଯାଇଥିବା ଲଗ୍ନରେ ଦେବୀ ପୀଠ ଗୁଡିକରେ ନବାନ୍ନ ସମର୍ପଣ କରାଯାଇଛି । ଭାଦ୍ରବ ଶୁକ୍ଲ ଋଷି ପଞ୍ଚମୀ ଗୁରୁବାର, ଇଂରାଜୀ ମାସ 1 ସେପ୍ଟେମ୍ବର 2022,ସ୍ବାତୀ ନକ୍ଷତ୍ର, ତୁଳା ରାଶି ମାହେନ୍ଦ୍ର ବେଳା ସକାଳ 10 ଘଣ୍ଟା 7 ମିନିଟରୁ 10 ଘଣ୍ଟା 21 ମିନିଟ ମଧ୍ୟେ ମୀନ ନବାଂଶେ ଇଷ୍ଟ ଦେବୀ ମା’ ସୁରେଶ୍ବରୀଙ୍କ ପାଖରେ ନବାର୍ଣ୍ଣ ସମର୍ପଣ କରାଯାଇଛି ।

ଏହା ବି ପଢନ୍ତୁ...କୃଷିଭିତ୍ତିକ ପର୍ବ ନୂଆଁଖାଇ, ଲଙ୍କେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ

ନୂଆଁଖାଇ ତିହାର, ସୁରେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ

ସେହିପରି ସକାଳ 8 ଘଣ୍ଟା20 ମିନିଟରୁ 9 ଘଣ୍ଟା 20 ମିନିଟ ମଧ୍ୟରେ ଦେବୀ ମା’ ସମଲେଇଙ୍କ ପୀଠରୁ ଇଷ୍ଟଦେବୀ ମା' ସୁରେଶ୍ବରୀଙ୍କ ସମେତ ଅଷ୍ଟ ଚଣ୍ଡୀ ଓ ହନୁମାନ ପୀଠକୁ ପାହୁର ପାହୁର ପହଞ୍ଚିଛି । ନିର୍ଦ୍ଧାରିତ ଲଗ୍ନରେ ଗଡଜାତ ଅଞ୍ଚଳର ଜନସାଧାରଣ ନବାନ୍ନ ପାଳନ କରିବା ପାଇଁ ପୌର ପରିଷଦ ପକ୍ଷରୁ ବାଣ ଫୁଟାଇ ଜଣେଇ ଦିଆଯାଇଛି ।

ନୂଆଁଖାଇ ପର୍ବ ଅତ୍ୟନ୍ତ ନିଆରା ଓ ସ୍ବତନ୍ତ୍ର । ଏହି ପର୍ବର ନିଆରା ଧାରା ରହିଛି । ପ୍ରାଚୀନ କାଳରୁ ଅନ୍ନକୁ ଭଗବାନଙ୍କ ଅନ୍ୟରୂପ ଏବଂ ତାଙ୍କ ଦାନର ସୂରୁପ ବୋଲି କଳ୍ପନା କରାଯାଇଛି । ଅନେକ ପର୍ବ ମଧ୍ୟରେ ନବାନ୍ନ ପର୍ବ ଅନ୍ୟତମ । ପଶ୍ଚିମ ଓଡିଶାରେ ଏହା ନୂଆଁଖାଇ ପର୍ବ ଭାବେ ଜଣାଶୁଣା । ଏହି ଦିନ ପ୍ରତ୍ୟେକ ଘରେ ପିଠାପଣା, ଖୀରି ଆଦି ପ୍ରସ୍ତୁତ କରାଯାଇଥାଏ । ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ଇଷ୍ଟଦେବୀଙ୍କ ପାଖରେ ନୂଆ ଲାଗିହେବା ପରେ ସମସ୍ତେ ନବାନ୍ନ ଭକ୍ଷଣ କରିଥାନ୍ତି । ଏହି ପର୍ବରେ ଦୂରରେ ଥିବା ସମସ୍ତ ଘରକୁ ଫେରି ଏକାଠି ହୋଇଥାନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.