ETV Bharat / state

କୋରନା ମୁକ୍ତ ହେଲା ସୁବର୍ଣ୍ଣପୁର, ସମସ୍ତ 44 ଆକ୍ରାନ୍ତ ସୁସ୍ଥ

author img

By

Published : Jul 17, 2020, 2:21 AM IST

କୋରୋନା ମୁକ୍ତ ହୋଇଛି ସୁବର୍ଣ୍ଣପୁର । ଗୁରୁବାର କୌଣସି ପଜିଟିଭ ମାମଲା ସାମ୍ନାକୁ ଆସିନାହିଁ । ସ୍ଥିତି ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

କୋରନା ମୁକ୍ତ ହେଲା ସୁବର୍ଣ୍ଣପୁର, ସମସ୍ତ 44 ଆକ୍ରାନ୍ତ ସୁସ୍ଥ
କୋରନା ମୁକ୍ତ ହେଲା ସୁବର୍ଣ୍ଣପୁର, ସମସ୍ତ 44 ଆକ୍ରାନ୍ତ ସୁସ୍ଥ

ସୁବର୍ଣ୍ଣପୁର: ରାଜ୍ୟରେ ମହାମାରୀ କୋରୋନାର ସଂକ୍ରମଣ ବଢୁଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଗୁରୁବାର କୌଣସି ପଜିଟିଭ ଚିହ୍ନଟ ହୋଇନାହାନ୍ତି । ତେବେ କୋରୋନାକୁ ପ୍ରତିହତ କରିବା ପାଇଁ ଜିଲ୍ଲାରେ ସାପ୍ତାହିକ ଦୁଇ ଦିନିଆ ସଟଡାଉନ ମଧ୍ୟ କରାଯାଉଛି ।

ଜିଲ୍ଲାପ୍ରଶାସନ କୋରନା ସଂକ୍ରମଣ ପାଇଁ ସଚେତନ ରହିଛି । ଜିଲ୍ଲାର ସମସ୍ତ 109ଟି ଗ୍ରାମ ପଞ୍ଚାୟତରେ କୋଭିଡ କେୟାର ହୋମ ସହିତ କୋଭିଡ କେୟାର ହସ୍ପିଟାଲ ମଧ୍ୟ ଖୋଲାଯାଇଛି । ଅନ୍ୟପକ୍ଷେ କ୍ଲଷ୍ଟର ଲେବେଲ ଟିଏମସି ଓ 862 ଗାଁରେ କୋଭିଡ କମିଟି ଗଠନ କରାଯାଇଛି । ତେବେ ସୁବର୍ଣ୍ଣ ଜିଲ୍ଲା ଅଧିକାଂଶ ଦିନ ଗ୍ରୀନ ଜୋନରେ ରହିଛି ।

କୋରନା ମୁକ୍ତ ହେଲା ସୁବର୍ଣ୍ଣପୁର, ସମସ୍ତ 44 ଆକ୍ରାନ୍ତ ସୁସ୍ଥ

ଜିଲ୍ଲାରେ ଚିହ୍ନଟ ହୋଇଥିବା ସମସ୍ତ 44 ଜଣ କୋରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇସାରିଥିବା ବେଳେ ଏମାନେ ହୋମ କ୍ବାରେଣ୍ଟାଇନରେ ରହିଥିବା ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଜନସାଧାରଣ ସବୁ ସମୟରେ ସାମାଜିକ ଦୂରତ୍ବ ରକ୍ଷା କରିବା, ମାସ୍କ ପରିଧାନ କରିବା ତଥା ହାତ ଧୋଇବା ଦିଗରେ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଛନ୍ତି ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ନୀତିରଞ୍ଜନ ସେନ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.