ETV Bharat / state

ମମିତା ମର୍ଡର ମାମଲା; ନ୍ୟାୟ ଦାବିରେ ୧୨ ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ

author img

By

Published : Oct 28, 2021, 10:38 AM IST

ମମିତା ମେହେର ହତ୍ୟାକାଣ୍ଡ ଘଟଣା ; ନ୍ୟାୟ ଦାବିରେ ବିଜେପିର ୧୨ ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ
ମମିତା ମେହେର ହତ୍ୟାକାଣ୍ଡ ଘଟଣା ; ନ୍ୟାୟ ଦାବିରେ ବିଜେପିର ୧୨ ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ

ତେଜୁଛି ମମିତା ମେହେର ହତ୍ୟାକାଣ୍ଡ ଘଟଣା । ନ୍ୟାୟ ଦାବିରେ ବିଜେପି ପକ୍ଷରୁ ସୁବର୍ଣ୍ଣପୁର ବନ୍ଦ ପାଳନ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଜିଲ୍ଲାରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଉଛି । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ମେହେରକୁ ଫାଶି ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛି ଦଳ । ଏନେଇ ରାଜ୍ୟ ସରକାର ଆବଶ୍ୟକ ପ୍ରମାଣ କୋର୍ଟରେ ଉପସ୍ଥାପନ କରିବାକୁ ଦାବି ହୋଇଛି ।

ମମିତା ମେହେର ହତ୍ୟାକାଣ୍ଡ ଘଟଣା ; ନ୍ୟାୟ ଦାବିରେ ବିଜେପିର ୧୨ ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ

ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ତଦନ୍ତ ଭାର ଦେବା ପାଇଁ ରାଜ୍ୟ ସରକାର ସୁପାରିଶ କରିବା ପାଇଁ ବିଜେପି କହିଛି । ଏହାସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରି ଗିରଫ କରିବାକୁ ଦାବି କରିଛି । ତେବେ ଏସବୁ ଦାବିକୁ ନେଇ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପୂର୍ବରୁ ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ କରାଯାଇଥିଲା । ଏଥିପାଇଁ ଆଜି ବୀରମହାରାଜପୁରକୁ ବନ୍ଦରୁ ବାଦ ଦିଆଯାଇଛି।

ଅନ୍ୟ ସମସ୍ତ ୫ଟି ବ୍ଲକ , ୨ଟି ଏନଏସି ଓ ଗୋଟିଏ ମ୍ୟୁନିସିପାଲିଟିରେ ବନ୍ଦ ପାଳନ କରାଯାଇଛି । ଜିଲ୍ଲାର ଦୋକାନ ବଜାର, ସରକାରୀ ,ବେସରକାରୀ କାର୍ଯ୍ୟାଳୟ ,ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ଥିବା ବେଳେ ଗାଡ଼ି ଚଳାଚଳ ସମ୍ପୁର୍ଣ୍ଣ ଠପ ହୋଇଯାଇଛି । ବିଜେପିର କର୍ମୀମାନେ ବିଭିନ୍ନ ଛକରେ ପିକେଟିଂ କରୁଥିବା ଦେଖିବାକୁ ମିଳିଛି । ସେହିପରି ଅପ୍ରୀତିକର ପରିସ୍ଥିତିକୁ ଏଡେଇବା ପାଇଁ ବିଭିନ୍ନ ଛକରେ ପୋଲିସ ମୁତୟନ କରାଯାଇଛି ଓ ପାଟ୍ରୋଲିଂକୁ ଜୋରଦାର କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.