ETV Bharat / state

ସହରର ମୁଖ୍ୟ ଏକ ରାସ୍ତା ପାଲଟିଛି ମରଣଯନ୍ତା

author img

By

Published : Jun 19, 2021, 7:56 AM IST

road problem in subarnapur
ସହରର ମୁଖ୍ୟ ଏକ ରାସ୍ତା ପାଲଟିଛି ମରଣଯନ୍ତା

ସହରର ମୁଖ୍ୟ ଏକ ରାସ୍ତା ପାଲଟିଛି ମରଣଯନ୍ତା । ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ....

ସୁବର୍ଣ୍ଣପୁର: ଶୋଚନୀୟ ହୋଇପଡିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମୁଖ ରାସ୍ତାର ଅବସ୍ଥା । ଦୈନିକ ହଜ଼ାର ହଜ଼ାର ଲୋକ ଏହି ରାସ୍ତାରେ ଯିବା ଆସିବା କରୁଥିଲେ ବି ସଦର ପୌର ପରିଷଦ ପକ୍ଷରୁ ଏହି ରାସ୍ତାର ଉନ୍ନତି କରଣ କରାଯାଉନାହିଁ । ରାସ୍ତାଟି ଖାଲଖମାରେ ପରିପୂର୍ଣ୍ଣ ହୋଇଛି । ସାମାନ୍ୟ ବର୍ଷା ହେଲେ ପାଣି ନିଷ୍କାସନ ହୋଇ ପାରୁ ନ ଥିବାରୁ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହୁଛି । ସହରର ବିଜୁ ପଟ୍ଟନାୟକ ଛକରୁ ଆମ୍ବେଦକର ଛକ ରାସ୍ତା ଯାଏଁ ପ୍ରାୟ ଏକ କିଲୋମିଟର ରାସ୍ତା ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି ।

ସହରର ମୁଖ୍ୟ ଏକ ରାସ୍ତା ପାଲଟିଛି ମରଣଯନ୍ତା

ଏହା ମୁଖ୍ୟ ଚିକିତ୍ସାଳୟ ଓ ସଦର ଅଗ୍ନିଶମ କାର୍ଯ୍ୟାଳୟକୁ ଯିବା ପାଇଁ ଏକମାତ୍ର ରାସ୍ତା ହୋଇ ଥିବାରୁ ଲୋକେ ଅନ୍ୟ ଉପାୟ ନ ପାଇ ବାଧ୍ୟ ହୋଇ ଆଣ୍ଠୁଏ ପାଣିରେ ଯିବା ଆସିବା କରୁଛନ୍ତି। ତେବେ ପ୍ରାୟ ଦୁଇ ବର୍ଷ ହେଲା ଏହି ରାସ୍ତାର ଉନ୍ନତି କରଣ କରାଯାଇ ନାହିଁ। ବାରମ୍ବାର ସଦର ପୌର ପରିଷଦର ଦୃଷ୍ଟି ଆକର୍ଷଣ କରାଯାଉ ଥିଲେ ବି କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି। ସଦର ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ୍ୟ ରାସ୍ତାଟି ତୁରନ୍ତ ଆବଶ୍ୟକ ମରାମତି କରିବା ସହିତ ଉନ୍ନତି କରଣ ଦିଗରେ ପ୍ରଶାସନ ଧ୍ୟାନ ଦେବାକୁ ଦାବି କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ତା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.