ETV Bharat / state

ଲୁପୁରସିଂହା ଗ୍ରାମବାସୀଙ୍କ ପାଇଁ ସାତ ସପନ ବିଶୁଦ୍ଧ ପାଣି, ଟାଙ୍କିରେ ସୀମିତ ପ୍ରକଳ୍ପ କାର୍ଯ୍ୟ

author img

By

Published : Aug 11, 2020, 6:36 AM IST

ତିନି ବର୍ଷ ପୂର୍ବରୁ ଜିଲ୍ଲା ଜଳ ଓ ପରିମଳ ବିଭାଗ ପକ୍ଷରୁ ପାଇପ ଜଳ ଯୋଗାଣ ପକ୍ଷରୁ ଓଭର ହେଡ ପାଣି ତିଆରି ହୋଇଛି । ମାତ୍ର କାର୍ଯ୍ୟକ୍ଷମ ହେଉନଥିବାରୁ ପାନୀୟ ଜଳରୁ ବଞ୍ଚିତ ଏମାନେ । ଅଧିକ ପଢନ୍ତୁ...

ଟାଙ୍କିରେ ସୀମିତ ପ୍ରକଳ୍ପ କାର୍ଯ୍ୟ
ଟାଙ୍କିରେ ସୀମିତ ପ୍ରକଳ୍ପ କାର୍ଯ୍ୟ

ସୁବର୍ଣ୍ଣପୁର: ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଲୁପୁରସିଂହା ଗାଁରେ ବିଶୁଦ୍ଧ ପାନୀୟ ଜଳ ପାଇବା ଏବେ ସ୍ୱପ୍ନ ହୋଇ ରହିଯାଇଛି । ଗାଁରେ ଜିଲ୍ଲା ଜଳ ଓ ପରିମଳ ବିଭାଗ ପକ୍ଷରୁ ପାଇପ ଜଳ ଯୋଗାଣ ପାଇଁ ଆଜକୁ ତିନି ବର୍ଷ ହେଲା ଓଭରହେଡ ପାଣି ଟାଙ୍କି ତିଆରି ହୋଇଛି। ହେଲେ ତାହା କାର୍ଯ୍ୟକ୍ଷମ ହେଉ ନ ଥିବାରୁ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।

ଟାଙ୍କିରେ ସୀମିତ ପ୍ରକଳ୍ପ କାର୍ଯ୍ୟ

ସେପଟେ,ଜିଲ୍ଲା ଜଳ ଓ ପରିମଳ ବିଭାଗ ପ୍ରକଳ୍ପ ତିଆରି କରି ଗ୍ରାମପଞ୍ଚାୟତକୁ ହସ୍ତାନ୍ତର କରିଛି । ଅନେକ ପରିବାର ପାଇପ ପାଣି ଯୋଗାଇ ଦେବାକୁ ଗ୍ରାମ ପଞ୍ଚାୟତରେ ଆବେଦନ କରିଛନ୍ତି । ମାତ୍ର ଓଭରହେଡ ପାଣି ଟାଙ୍କି କାର୍ଯ୍ୟକ୍ଷମ ହେଉ ନ ଥିବାରୁ ଗାଁର ଢିପ ଅଞ୍ଚଳକୁ ପହଞ୍ଚି ପାରୁନି ପାଣି । ତେଣୁ ଗ୍ରାମବାସୀ ତୁରନ୍ତ ପାନୀୟ ଜଳ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି।

ଅନ୍ୟପଟେ,ଆବଶ୍ୟକ ମରାମତି କାର୍ଯ୍ୟ କରାଯାଇ ଗ୍ରାମବାସୀଙ୍କୁ ପାଣି ଯୋଗାଇ ଦିଆଯିବ ବୋଲି ଜିଲ୍ଲା ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବିପିନ ଦାସ କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.