ETV Bharat / state

ଖୋଲିଲା ମା' ସୁରେଶ୍ବରୀଙ୍କ ପୀଠ, ଆଶିଷ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

author img

By

Published : Jan 8, 2021, 10:21 PM IST

maa sureshwari temple open after long lockdown
ଖୋଲିଲା ମା' ସୁରେଶ୍ବରୀଙ୍କ ପୀଠ, ଆଶିଷ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ଲକଡାଉନ ପରେ ପ୍ରଥମ ଥର ପାଇଁ ସୋନପୁର ଗଡଜାତର ଇଷ୍ଟ ଦେବୀ ମା ସୁରେଶ୍ବରୀଙ୍କ ମନ୍ଦିର ଖୋଲିଛି। ଏଥିପାଇଁ ମାଙ୍କ ପୀଠରେ ଭକ୍ତଙ୍କ ସମାଗମ ହୋଇଥିଲା। ଅଧିକ ପଢ଼ନ୍ତୁ..

ସୁବର୍ଣ୍ଣପୁର: ଦୀର୍ଘ 9 ମାସ ପରେ ଭକ୍ତଙ୍କୁ ଦର୍ଶନ ଦେଲେ ସୋନପୁର ଗଡଜାତର ଇଷ୍ଟ ଦେବୀ ମା ସୁରେଶ୍ବରୀ। ଲକଡାଉନ ଯୋଗୁଁ ମା'ଙ୍କ ମନ୍ଦିର ବନ୍ଦ ରହିଥିଲା। ଆଜି(ଶୁକ୍ରବାର) ମା'ଙ୍କ ମନ୍ଦିର ଖୋଲିବା ପରେ ପ୍ରଥମ ସଂନ୍ଧ୍ୟା ଆଳତୀ କରାଯାଇଥିଲା। ମା'ଙ୍କ ଆଶିଷ ପାଇବା ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।

ଲକଡାଉନ ଆରମ୍ଭ ହେବା ପରଠୁ ଶ୍ରଦ୍ଧାଳୁମାନେ ଦେବୀ ଦର୍ଶନ କରିବାର ସୁଯୋଗ ପାଉ ନଥିଲେ। ଗତକାଲି(ଗୁରୁବାର) ସୁବର୍ଣ୍ଣପୁର ଦେବୋତ୍ତର ବିଭାଗ ଜିଲ୍ଲାରେ ମଠ ଓ ମନ୍ଦିର ଖୋଲିବା ପାଇଁ ଅନୁମତି ଦେଇଥିଲା। ଏହାପରେ ସହରରେ ଦେବାଦେବୀଙ୍କ ମନ୍ଦିରଗୁଡିକରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କୋଭିଡ ନିୟମ ପାଳନ କରି ସେବାୟତ ମାନେ ଦେବାଦେବୀଙ୍କ ନୀତିକାନ୍ତି କରିଥିଲେ ।

ତେବେ ସହରର ଇଷ୍ଟ ଦେବୀ ମା' ସୁରେଶ୍ବରୀଙ୍କ ପୀଠରେ ଶ୍ରଦ୍ଧାଳୁମାନେ ସନ୍ଧ୍ୟା ଆରତୀ ଦର୍ଶନ କରିବା ସହିତ ଦେବୀ କୃପାଲାଭ କରିଛନ୍ତି। ଶ୍ରଦ୍ଧାଳୁମାନେ ମଧ୍ୟ କୋଭିଡ ନିୟମକୁ ମାନି ଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.