ETV Bharat / state

24ଘଣ୍ଟିଆ ବିଦ୍ୟୁତ ଯୋଗାଣ ଦାବିରେ ବିଜୁଳି ଅଫିସ ଘେରାଉ

author img

By

Published : Oct 22, 2019, 9:37 PM IST

ବଲାଡି ଗ୍ରାମବାସୀ ଲୋ ଭୋଲଟେଜର ସମ୍ମୁଖୀନ ହେଉଛନ୍ତି । ଗତ ଲୋକସଭା ନିର୍ବାଚନ ପୂର୍ବରୁ ଗାଁ ଲୋକେ ବିଦ୍ୟୁତ ବିଭାଗ ପାଖରେ ଦାବି କରି ଆସୁଥିଲେ ହେଁ କେହି ଶୁଣୁ ନଥିବା ଅଭିଯୋଗ ହେଉଛି । ଫଳରେ ମଙ୍ଗଳବାର ଉପଭୋକ୍ତାମାନେ ଖାରୀ ବିଜୁଳି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଘେରାଉ

ସୁବର୍ଣ୍ଣପୁର: ବଲାଡି ଗ୍ରାମବାସୀ 24 ଘଣ୍ଟିଆ ବିଜୁଳି ଯୋଗାଣ ଦାବିରେ ଖାରୀ ବିଜୁଳି ଅଫିସ ଘେରାଉ କରିଛନ୍ତି ।

ଲୋ-ଭୋଲଟେଜ ସମସ୍ୟା, ଖାରୀ ବିଜୁଳି ଅଫିସ ଘେରାଉ

ବଲାଡି ଗାଁରେ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା 67 ଟି ପରିବାରକୁ ଗୋଟିଏ 25 କେଭି ବିଦ୍ୟୁତ ଟ୍ରାନସଫ୍ରମରରୁ ବିଜୁଳି ଯୋଗାଇ ଦିଆଯାଉଥିବାରୁ ଉପଭୋକ୍ତାମାନେ ଲୋ-ଭୋଲଟେଜ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗାଁରେ ବ୍ୟବହାର ହେଉ ନଥିବା ଅନ୍ୟ ଏକ 63 କେଭି ଟ୍ରାନସଫ୍ରମରରରୁ ଗ୍ରାହକମାନଙ୍କୁ ବିଦ୍ୟୁତ ଯୋଗାଇ ଦେବା ପାଇଁ ଦୀର୍ଘ ଦିନରୁ ଦାବି ହେଉଛି ।

ଗତ ଲୋକସଭା ନିର୍ବାଚନ ପୂର୍ବରୁ ଗାଁଲୋକେ ବିଦ୍ୟୁତ ବିଭାଗ ପାଖରେ ଦାବି କରି ଆସୁଥିଲେ ହେଁ କେହି ଶୁଣୁ ନଥିବା ଅଭିଯୋଗ ହେଉଛି । ଉପଭୋକ୍ତାମାନେ ଅନେକ ଥର ଲିଖିତ ଆକାରରେ ଜଣାଇ ଥିଲେ ହେଁ ବିଦ୍ୟୁତ ବିଭାଗ ଗୁହାରି ଶୁଣୁ ନାହିଁ । ଫଳରେ ମଙ୍ଗଳବାର ଉପଭୋକ୍ତାମାନେ ଖାରୀ ବିଜୁଳି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଘେରାଉ କରିଛନ୍ତି ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ବଲାଡି ଗାଁ ଲୋକେ ଆଜି ୱୈସ୍କୋ ବିଦ୍ୟୁତ ବିଭାଗର ଖାରୀ ସେକସନ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଯୁବନେତା ବଳଦେବ ବେଦବାଗଙ୍କ ନେତୃତ୍ବରେ ଶତାଧିକ ବିଦ୍ୟୁତ ଗ୍ରାହକ ଆଜି ଆନ୍ଦୋଳ କରିଛନ୍ତି ।ବଲାଡି ଗାଁରେ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା 67 ଟି ପରିବାରକୁ ଗୋଟିଏ 25 କେଭି ବିଦ୍ୟୁତ ଟ୍ରାନସଫରମରରୁ ବିଜୁଳି ଯୋଗାଇ ଦିଆଯାଉଥିବାରୁ ଉପଭୋକ୍ତାମାନେ ଲୋ-ଭୋଲଟେଜ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ଗାଁରେ ବ୍ୟବହାର ହେଉ ନ ଥିବା ଅନ୍ୟ ଏକ 63 କେଭି ଟ୍ରାନସଫରମରରୁ ଗ୍ରାହକମାନଙ୍କୁ ବିଦ୍ୟୁତ ଯୋଗାଇ ଦେବା ପାଇଁ ଦୀର୍ଘ ଦିନରୁ ଦାବୀ ହେଉଛି ।ଗତ ଲୋକ ସଭା ନିର୍ବାଚନ ପୂର୍ବରୁ ଗାଁଲୋକେ ବିଦ୍ୟୁତ ବିଭାଗ ପାଖରେ ଦାବୀ କରି ଆସୁଥିଲେ ହେଁ କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି ।ଉପଭୋକ୍ତାମାନେ ଅନେକବାର ଲିଖିତ ଆକାରରେ ଜଣାଇ ଥିଲେ ହେଁ ବିଦ୍ୟୁତ ବିଭାଗ ଗ୍ରାହକଙ୍କ ଗୁହାରୀ ଶୁଣୁ ନାହିଁ ।ଫଳରେ ଆଜି ଉପଭୋକ୍ତାମାନେ ଖାରୀ ସେକସନ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଘେରାଉ କରିଛନ୍ତି ।Body:63 କେଭି ଟ୍ରାନସ ଫରମରରୁ ବିଦ୍ୟୁତ ସଂଯୋଗ କରା ନ ଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଉପଭୋକ୍ତାମାନେ ବିଦ୍ୟୁତ ବିଭାଗକୁ ଚେତାବନୀ ଦେଇଛନ୍ତି ।
Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.