ETV Bharat / state

ଏସଟିଏଫର ଚଢାଉରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, 4 ଗିରଫ

author img

By

Published : Sep 13, 2020, 3:39 PM IST

Updated : Sep 13, 2020, 4:19 PM IST

ସୁବର୍ଣ୍ଣପୁର ସୁବଳୟା ଥାନା ଅଞ୍ଚଳରେ ଏସଟିଏଫ ଚଢାଉ କରି 4 କୁଇଣ୍ଟାଲ 80 କେଜି ଗଞ୍ଜେଇ ଜବତ କରିଛି । ଏକ ବ୍ୟାଗରେ 9 ଲକ୍ଷ 77 ହଜାର ଦୁଇ ସହ ଟଙ୍କା ଜବତ କରିବା ସହ 4 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ଏସଟିଏଫର ଚଢାଉ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, 4 ଗିରଫ
ଏସଟିଏଫର ଚଢାଉ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, 4 ଗିରଫ

ସୁବର୍ଣ୍ଣପୁର: ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ। ଏସଟିଏଫ ଚଢାଉ କରି ପିକଅପ ସହ ହୋଣ୍ଡା ସିଟି କାରକୁ ଜବତ କଲା ପୋଲିସ । ଏହା ସହ 4 ଜଣକୁ ଗିରଫ କରିଛି ପୋଲିସ ।

ଏସଟିଏଫର ଚଢାଉ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, 4 ଗିରଫ

ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ କାଶଲପୁର ଗାଁରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏକ ନୂଆ ଟାଟା ପିକଅପ ଗାଡିରେ ୪ କୁଇଣ୍ଟାଲ ୮୦ କେଜି ଓଜନର ଗଞ୍ଜେଇ ଚାଲାଣ ହେଉଥିବାର କୌଣସି ସୂତ୍ରରୁ ଖବର ପାଇ ଏସଟିଏଫ ଚଢାଉ କରିଥିଲା । ସଂପୃକ୍ତ ବ୍ୟବସାୟୀଙ୍କ ଘରୁ ଗଞ୍ଜାଇ ସହ ଟାଟା ପିକଅପ ଓ ହୋଣ୍ଡା ସିଟି କାର ଗାଡିକୁ ଜବତ କରାଯାଇଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତ ନାରାୟଣ ପାତ୍ର ସହ ୪ ଜଣକୁ ପୋଲିସ ଗିରଫ କରିଛି । ଏଥିସହ ଏକ ଟଙ୍କା ଭର୍ତ୍ତି ବ୍ୟାଗ ଜବତ ହୋଇଛି । ଏହି ବ୍ୟାଗରେ 9 ଲକ୍ଷ 77 ହଜାର ଦୁଇ ସହ ଟଙ୍କା ଥିଲା।

ତେବେ ଏହି ଅଞ୍ଚଳରେ ବିପୁଳ ପରିମାଣର ବେଆଇନ ଗଞ୍ଜେଇ କାରବାର ହେଉଥିବା ଅଭିଯୋଗ ହେଉଛି । ପୋଲିସର ନାକ ତଳେ ଗଞ୍ଜେଇ କାରବାର ଚାଲିଥିବା ବେଳେ କିଭଳି ସ୍ଥାନୀୟ ପୋଲିସ ସୁରାକ ପାଇପାରୁ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Sep 13, 2020, 4:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.