ମଦପିଇ ବସ ଚଳାଉଥିଲେ ଡ୍ରାଇଭର, ଅଟକାଇ ଗିରଫ କରିଲା ପୋଲିସ

author img

By

Published : Nov 2, 2022, 3:36 PM IST

ମଦପିଇ ବସ ଚଳାଉଥିଲେ ଡ୍ରାଇଭର, ଅଟକାଇ ଗିରଫ କରିଲା ପୋଲିସ

ମଦୁଆ ଡ୍ରାଇଭର ଗିରଫ । ମଦପିଇ ବସ ଚଳାଇଥିବା ସମୟରେ ସୁବର୍ଣ୍ଣପୁର ସହରର ବ୍ଲକ ଛକରେ ବସକୁ ଅଟକାଇ ଡ୍ରାଇଭରକୁ ଗିରଫକଲା ସୋନପୁର ପୋଲିସ । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ମଦୁଆ ଡ୍ରାଇଭର ଗିରଫ । ମହଙ୍ଗାପଡିଲା ମଦପିଇ ବସ ଚଳାଇବା । ବସକୁ ଅଟକାଇ ଡ୍ରାଇଭରକୁ ଗିରଫ କଲା ପୋଲିସ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ସହରର ବ୍ଲକ ଛକରେ । ସୋନପୁର ପୋଲିସ ଏକ ଯାତ୍ରୀବାହି ବସକୁ ଜବତ କରିବା ସହିତ ମଦ୍ୟପ ଡ୍ରାଇଭରକୁ ଗିରଫ କରିଛି ।

ମଦପିଇ ବସ ଚଳାଉଥିଲେ ଡ୍ରାଇଭର

ସୂଚନା ଅନୁସାରେ, ନୟାଗଡ ରଙ୍ଗମାଟି ଗାଁରୁ ଏକ ଯାତ୍ରୀବାହି ବସ ହରିଶଙ୍କର ଅଭିମୁଖେ ବାହାରିଥିଲା । ତେବେ ଡ୍ରାଇଭର ଜଣକ ପୁରୁଣା କଟକରେ ପ୍ରଚୁର ମଦ୍ୟପାନ କରିଥିବା ନେଇ କୌଣସି ଏକ ସୁତ୍ରରୁ ଖବର ପାଇଥିଲା ପୋଲିସ । କାହ୍ନା ଟ୍ରାଭେଲ୍ସ ନାମକ ବସଟିର ପରମିଟ ନ ଥିବା ବେଳେ ଶ୍ରଦ୍ଧାଳୁମାନଙ୍କୁ ନେଇ ରାତିରେ ହରିଶଙ୍କର ପର୍ଯ୍ୟଟନ ପୀଠ ଅଭିମୁଖେ ଯାଉଥିବା ବେଳେ ପୋଲିସ ଜବତ କରିଛି । ଡ୍ରାଇଭର ନାଁରେ ଏକ ମାମଲା ରୁଜୁ କରିଥିବା ବେଳେ ଯାତ୍ରୀମାନେ କୌଣସି ଉପାୟ ନପାଇ ଥାନାରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରାଜଧାନୀରେ ପଶି ନାକେଦମ କଲା ଦନ୍ତା, ଟ୍ରାଙ୍କୁଲାଇଜ ପରେ କରାଗଲା ସ୍ଥାନାନ୍ତର

ବ୍ଳକ ଛକ ଦେଇ ଏକ ମଦ୍ୟପ ଡ୍ରାଇଭର ବସଟିକୁ ନେଉଥିବା ବେଳେ ପୋଲିସ ବସଟିକୁ ଅଟକାଇଥିଲା । ଡ୍ରାଇଭର ପ୍ରଚୁର ପରିମାଣରେ ମଦ ପିଇ ବସ ଚଳାଉଥିବା ପୋଲିସ ଜାଣିବାକୁ ପାଇଥିଲା । ତେବେ ପୋଲିସ ବସଟିକୁ ଜବତ କରି ଡ୍ରାଇଭରକୁ ଗିରଫ କରିଛି । ଗିରଫ ବସ୍ ଡ୍ରାଇଭର ହେଲେ କିଶୋର ଚନ୍ଦ୍ର ମହାନ୍ତି । ତେବେ ସେ ପ୍ରଚୁର ମଦ ପିଇ ଗାଡି ଚଳାଉଥିବାରୁ ତାକୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । ଯାତ୍ରୀମାନଙ୍କ ଯିବା ପାଇଁ ପୋଲିସ ଆବଶ୍ୟକ ପଦକ୍ଷେପ ନେବ ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.