ରାଜଧାନୀରେ ପଶି ନାକେଦମ କଲା ଦନ୍ତା, ଟ୍ରାଙ୍କୁଲାଇଜ ପରେ କରାଗଲା ସ୍ଥାନାନ୍ତର

author img

By

Published : Nov 2, 2022, 11:34 AM IST

Updated : Nov 2, 2022, 12:06 PM IST

ରାଜଧାନୀରେ ପଶିଲା ଦନ୍ତା ହାତୀ

ରାଜଧାନୀରେ ହାତୀ ଆତଙ୍କ । ମଙ୍ଗଳବାର ବିଳମ୍ବିତ ରାତିରେ ଭୁବନେଶ୍ବର ସହର ମଧ୍ୟକୁ ପଶିଆସିଥିଲା ଦନ୍ତାହାତୀ । ତେବେ ଆଜି ବନେଶ୍ବର ଆଇଗିଣିଆ ଅଞ୍ଚଳରୁ ହାତୀକୁ ଟ୍ରାଙ୍କୁଲାଇଜ୍ କଲା ବନବିଭାଗ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜଧାନୀରେ ପଶିଲା ହାତୀ (Elephant Enters Bhubaneswar)। ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଭୁବନେଶ୍ବର ସହର ମଧ୍ୟକୁ ପଶିଆସିଥିଲା ଦନ୍ତାହାତୀ । ହାତୀଟି ଧଉଳିରୁ ଗ୍ୟାରେଜ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଆସିଥିବା ସୂଚନା । ମଙ୍ଗଳବାର ରାତିରେ ସହର ମଧ୍ୟକୁ ଏକ ହାତୀ ପଶି ଆସିଥିବାରୁ ଘଉଡ଼ାଇବାକୁ ନାକେଦମ ହୋଇଥିଲେ ବନବିଭାଗ ଏବଂ ସ୍ଥାନୀୟ ଲୋକେ । ତେବେ ଆଜି ଆଇଗିଣିଆ ଅଞ୍ଚଳରେ ହାତୀକୁ ଟ୍ରାଙ୍କୁଲାଇଜ୍ କରିବାରେ ସମର୍ଥ ହୋଇଛି ବନବିଭାଗ ।

ରାଜଧାନୀରେ ପଶି ନାକେଦମ କଲା ଦନ୍ତା

ଏହା ମଧ୍ୟ ପଢନ୍ତୁ: କୃଷି କ୍ଷେତ୍ରରେ ବିପ୍ଳବ ଆଣିବାକୁ ସଲାଇଙ୍କ ପ୍ରୟାସ, ବୁଲେଟ୍‌ରେ ବୁଲୁଛନ୍ତି ବିଭିନ୍ନ ରାଜ୍ୟ

ସୂଚନାଅନୁସାରେ, ହାତୀଟି ଦିନରେ ପିପିଲି ଉପଦ୍ରବ କରିବାପରେ ରାତିରେ ରାଜଧାନୀମୁହାଁ ହୋଇଥିଲା । ଧଉଳିରୁ ଗ୍ୟାରେଜ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଆସିଯାଇଥିଲା ହାତୀ । ରାତିରେ ସହର ମଧ୍ୟକୁ ଏକ ହାତୀ ପଶି ଆସିଥିବାରୁ ଘଉଡ଼ାଇବାକୁ ନାକେଦମ ହୋଇଥିଲେ ବନବିଭାଗ ଏବଂ ସ୍ଥାନୀୟ ଲୋକେ । ପ୍ରାୟ 50ରୁ ଅଧିକ ବନ କର୍ମଚାରୀ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରି ବିଫଳ ମଧ୍ୟ ହୋଇଥିଲେ।

ଏହାସହ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ଭୟଭୀତ ହୋଇପଡିଥିଲେ । ଶେଷରେ ଆଜି ସକାଳ ସମୟରେ ଆଇଗିଣିଆରେ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ କରିବାରେ ସକ୍ଷମ ହୋଇଛି ବନବିଭାଗ । ତେବେ ବର୍ତ୍ତମାନ ହାତୀକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପକ୍ରିୟା ଜାରି ରହିଛି। ଟ୍ରାଙ୍କୁଲାଇଡ ପରେ ହାତୀଟି ସ୍ଥିର ଥିବା ସହ ସୁରକ୍ଷିତ ଥିବା ଜଣାପଡିଛି । ତେବେ ବର୍ତ୍ତମାନ ହାତୀକୁ ଚନ୍ଦକା ଅଭିମୁଖେ ନିଆଯାଉଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 2, 2022, 12:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.