ETV Bharat / state

ସୁବର୍ଣ୍ଣପୁରରେ ଆରମ୍ଭ ହେଲା ଗୋଶ୍ରଦ୍ଧା କାର୍ଯ୍ୟକ୍ରମ

author img

By

Published : Aug 17, 2021, 6:51 AM IST

ସୁବର୍ଣ୍ଣପୁରରେ ଆରମ୍ଭ ହେଲା ଗୋ ଶ୍ରଦ୍ଧା କାର୍ଯ୍ୟକ୍ରମ
ସୁବର୍ଣ୍ଣପୁରରେ ଆରମ୍ଭ ହେଲା ଗୋ ଶ୍ରଦ୍ଧା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର ସହରରେ ବୁଲା ଗାଇଗୋରୁଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢି ଚାଲିଛି । ଫଳରେ ସହରରେ ଗୋଶ୍ରଦ୍ଧା କାର୍ଯ୍ୟକ୍ରମ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ସୋମବାର ଠାରୁ ଗୋ ଶ୍ରଦ୍ଧା କାର୍ଯ୍ୟକ୍ରମ ଆରମ୍ଭ କରିଛି । ଆଉ ଏନେଇ ଐତିହାସିକ ସହରରେ ବୁଲୁଥିବା ଗାଇଗୋରୁଙ୍କୁ ମାଲିକମାନେ ନିଜ ଗୁହାଳରେ ହିଁ ରଖି ସେମାନଙ୍କ ଯତ୍ନ ନେବା ପାଇଁ ଜିଲ୍ଲାପାଳ ଅବୋଲି ନରଓ୍ବଣେ ଅନୁରୋଧ କରିଛନ୍ତି ।

ସୁବର୍ଣ୍ଣପୁରରେ ଆରମ୍ଭ ହେଲା ଗୋ ଶ୍ରଦ୍ଧା କାର୍ଯ୍ୟକ୍ରମ

ଏହି କ୍ରମରେ ସଦର ପୌର ପରିଷଦ ପକ୍ଷରୁ ଏକ କାଞ୍ଜିଆ ହାଉସର ବ୍ୟବସ୍ଥା କରାଯାଇଥିବା ବେଳେ ବୁଲା ଗାଇଗୋରୁଙ୍କୁ କାଞ୍ଜିଆ ହାଉସରେ ରଖି ସେମାନଙ୍କ ଯତ୍ନ ନେବା ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ସେଠାକୁ ନିଆଯାଇଥିବା ଗୋରୁର ଯଦି କୌଣସି ମାଲିକ ନିଜର ବୋଲି ଦାବି କରନ୍ତି ତେବେ ଦୈନିକ ୫ ଶହ ଟଙ୍କା ଲେଖାଏଁ ଫାଇନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ମନ୍ଦିରମାଳିନୀ ଏହି ଐତିହାସିକ ସହରରେ ବୁଲା ଗାଇଗୋରୁଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢି ଚାଲିଛି । ଗୋରୁ ମାଲିକ ମାନେ ନିଜ ନିଜର ଗାଇଗୋରୁଙ୍କୁ ଛାଡି ଦେଉଛନ୍ତି । ଫଳରେ ଜନଗହଳିପୂର୍ଣ୍ଣ ରାସ୍ତାଗୁଡିକରେ ଗାଇଗୋରୁ ଯାତାୟାତରେ ସମସ୍ୟା ସୃଷ୍ଟି କରୁଛନ୍ତି ।

ସେହିପରି ବିଭିନ୍ନ ସମୟରେ ଗାଇଗୋରୁମାନେ ଭାରି ଯାନର ଶିକାର ହୋଇ ମୃତ୍ୟୁ ବରଣ କରୁଥିବା ବେଳେ ଅନେକ ସମୟରେ ଗୁରୁତର ଭାବେ ଆହତ ହେଉଛନ୍ତି । ତେବେ ସହର ଭିତରେ ଗମନାଗମନ ସୁବିଧା ଦୃଷ୍ଟିରୁ ବିଭିନ୍ନ ସ୍ବେଛାସେବୀ ସଂଗଠନର କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଗୋ ଶ୍ରଦ୍ଧା କାର୍ଯ୍ୟକ୍ରମ ଜରିଆରେ ଗୋରୁ ମାଲିକମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ସହିତ ଗୋରୁଙ୍କ ଯତ୍ନ ନେବା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି । ସହରର ବୁଢାରଜା ଯୁବକ ସଂଘ ,ବୁଢୀମା ଯୁବକ ସଂଘ , ବଜରଂଗ ଦଳ ,ହିନ୍ଦୁ ବାହିନୀ ,ଭଗବତୀ ପାଠାଗାର ସମେତ ଜିଲ୍ଲା ପ୍ରାଣୀ ଧନ ଚିକିତ୍ସା କାର୍ଯ୍ୟାଳୟର ଚିକିତ୍ସକ , କର୍ମଚାରୀ ଓ ପୌର ପରିଷଦର ସମସ୍ତ କର୍ମଚାରୀ ଏହି ଯୋଜନାରେ କାର୍ଯ୍ୟ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି ।

ତେବେ ଦୀର୍ଘ ଦିନରୁ ସହରବାସୀ ପୌର ପରିଷଦ ପାଖରେ ବୁଲା ଗାଇଗୋରୁ ନିୟନ୍ତ୍ରଣ ପାଇଁ ଦାବି କରି ଆସୁଥିଲେ ହେଁ କେହି ଶୁଣୁ ନ ଥିଲେ । ଏବେ ଜିଲ୍ଲା ପ୍ରଶାସନ ଆରମ୍ଭ କରିଥିବା ଏହି କାର୍ଯ୍ୟକ୍ରମ ସଫଳ ହେବ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.