ETV Bharat / state

ବିଜୁ ପଟ୍ଟନାୟକ ପୋଲ ଉପରେ ମୃତଦେହ ରଖି ରାସ୍ତା ଅବରୋଧ

author img

By ETV Bharat Odisha Team

Published : Nov 23, 2023, 9:49 PM IST

ରାସ୍ତା ଅବରୋଧ
ରାସ୍ତା ଅବରୋଧ

ବିଜୁ ପଟ୍ଟନାୟକ ପୋଲ ଉପରେ ମୃତଦେହ ରଖି ରାସ୍ତା ଅବରୋଧ । ମୃତକଙ୍କୁ ହତ୍ୟା କରାଯାଇ ଥିବା ଅଭିଯୋଗ । ନିଖୋଜ ଥିବା ପରିବାର ଲୋକ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଆଗକୁ ପଢ଼ନ୍ତୁ,

ରାସ୍ତା ଅବରୋଧ

ସୁବର୍ଣ୍ଣପୁର: ବିଜୁ ପଟ୍ଟନାୟକ ପୋଲ ଉପରେ ମୃତଦେହ ରଖି ରାସ୍ତା ଅବରୋଧ । ମୃତକଙ୍କୁ ହତ୍ୟା କରାଯାଇ ଥିବା ଅଭିଯୋଗରେ ରାସ୍ତା ରୋକ୍ । ମୃତକ ଗତକାଲି ନିଖୋଜ ଥିବା ପରିବାର ଲୋକ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ଘଟଣାକୁ ଗୁରୁତ୍ବ ଦେଇନଥିଲେ । ସେନେଇ ରାସ୍ତା ଅବରୋଧ କଲେ ପରିବାର ଲୋକ ।

ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ କେଶଲପୁରା ଗାଁର ଲୋକ ରାସ୍ତା ଉପରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି । ତେବେ ମୃତକ ଜଣକ ହେଉଛନ୍ତି ସେହି ଗ୍ରାମର ଲୋକନାଥ ନାଏକ । ଆଜି ସନ୍ଧ୍ୟାରେ ଲୋକନାଥଙ୍କ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚି ଲୋକନାଥଙ୍କ ଶବକୁ ଏକ ଷ୍ଟ୍ରେଚର ଉପରେ ରଖି ନେଇଆସିଥିଲେ । ମୃତଦେହକୁ ସେମାନେ ପାଖାପାଖି ଦେଢ଼ କିଲୋମିଟର ଷ୍ଟ୍ରେଚରରେ ଭିଡ଼ି ଆଣିଥିଲେ । ତେବେ ମୃତଦେହକୁ ଆଣି ସେମାନେ ମହାନଦୀ ପୋଲ ଉପରେ ରଖି ରାସ୍ତା ରୋକ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ... ଜଙ୍ଗଲରୁ ମହିଳାଙ୍କ ଉଲଗ୍ନ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର

ଗତକାଲି ଲୋକନାଥଙ୍କ ପରିବାର ଲୋକେ ତାଙ୍କ ନିଖୋଜ ଥିବା ସମ୍ପର୍କରେ ହିକୁଡି ଫାଣ୍ଡିରେ ଅଭିଯୋଗ କରିଥିଲେ । ତେବେ ହିକୁଡି ଫାଣ୍ଡି ପୋଲିସ ଘଟଣାକୁ ଗୁରୁତ୍ବ ଦେଇନଥିଲେ । ଲୋକନାଥ ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକଙ୍କ ଭିତରେ ଭୟ ସଞ୍ଚାର ହୋଇଥିଲା । ପରେ ସେମାନେ ପୋଲିସର ସହଯୋଗ ଲୋଡିଥିଲେ । କିନ୍ତୁ ପୋଲିସ ଏ ସମ୍ପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ । ଆଜି ଅପରାହ୍ନରେ ସଦର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ମହାନଦୀର ବ୍ରିଜ ତଳୁ ଲୋକନାଥଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠି ଡାକ୍ତର ଲୋକନାଥଙ୍କୁ ମୃତ ଘୋଷଣା କରିଥିଲେ ।

ପରିବାର ଲୋକ ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚି ଥିଲେ । ତେବେ ଲୋକନାଥଙ୍କ ସ୍ୱାଭାବିକ ମୃତ୍ୟୁ ହୋଇ ନଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି । ତେବେ ତାଙ୍କର ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏହି ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରି ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ରାସ୍ତା ଅବରୋଧ କରାଯାଇଛି । ରାସ୍ତା ଅବରୋଧ ଫଳରେ ପୋଲର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମୋଟର ଅଟକି ରହିଛି । ଜିଲ୍ଲା ପୋଲିସ ଘଟଣାସ୍ଥଳକୁ ପହଞ୍ଚ ମୃତକଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରୁଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.