ପ୍ରେମ ବିବାହ ପାଇଁ ସମଲେଶ୍ୱରୀଙ୍କୁ ଚିଠି ଲେଖିଲେ ଯୁବତୀ

author img

By

Published : Sep 26, 2022, 7:58 PM IST

ପ୍ରେମ ବିବାହ ପାଇଁ ସମଲେଶ୍ବରୀଙ୍କୁ ଚିଠି ଲେଖିଲେ ଯୁବତୀ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ହୁଣ୍ଡିରୁ ବାହାରିଥିବା ଚିଠିକୁ ନେଇ ଚର୍ଚ୍ଚା । ପ୍ରେମିକ ସହ ବିବାହ କରାଇଦେବାକୁ ଚିଠି ଲେଖି ମା'ଙ୍କ ନିକଟରେ ଗୁହାରି କଲେ ଯୁବତୀ । ଅଧିକ ପଢନ୍ତୁ

ସମ୍ବଲପୁର: ପ୍ରେମ ବିବାହ ତଥା ପ୍ରେମିକଙ୍କୁ ପାଇବା ପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା'ଙ୍କୁ ଚିଠି ଲେଖିଲେ ଯୁବତୀ । ସମଲେଶ୍ବରୀଙ୍କ ହୁଣ୍ଡି ଖୋଲିବା ପରେ ମା'ଙ୍କ ନିକଟକୁ ଆସିଥିବା ଏକ ଚିଠି ମିଳିଛି । ଯୁବତୀ ପ୍ରେମ ବିବାହ କରିଦେବା ପାଇଁ ପ୍ରଗାଢ ବିଶ୍ବାସର ସହିତ ମା'ଙ୍କ ନିକଟରେ ଚିଠି ଲେଖି ପ୍ରାର୍ଥନା କରିଛନ୍ତି । ମା'ଙ୍କ ପ୍ରତି ଭକ୍ତଙ୍କ ବିଶ୍ବାସ କେତେ ଯେ ଗଭୀର ରହିଛି ତାହା ଆଜି ମନ୍ଦିରର ହୁଣ୍ଡି ଖୋଲିଲା ପରେ ଏହି ଘଟଣାରୁ ଜଣାପଡ଼ିଛି l

ପ୍ରେମ ବିବାହ ପାଇଁ ସମଲେଶ୍ବରୀଙ୍କୁ ଚିଠି ଲେଖିଲେ ଯୁବତୀ

ମନ୍ଦିରର ହୁଣ୍ଡି ଖୋଲାଯିବା ପରେ ଏଥିରୁ ଟଙ୍କା ସୁନା, ରୂପା, ଗହଣା ସହ ବାହାରିଛି କିଛି ଚିଠି । ତାହା ପୁଣି ବିଭିନ୍ନ ଭାଷାର ରହିଛି । ସବୁଠାରୁ ବଡ଼ କଥା ହେଉଛି ଚିଠିରେ କିଏ ନିଜର ପ୍ରେମକୁ ପାଇବାକୁ ମା'ଙ୍କୁ ଗୁହାରି କରିଛି ତ ଆଉ କିଏ ନିଜ ଝିଅର ନିଟ (NEET) ପରୀକ୍ଷାରେ ସଫଳତା ପାଇଁ ଗୁହାରି କରିଛନ୍ତି । ସବୁଠାରୁ ବଡ଼ କଥା ହେଲା ବଙ୍ଗାଳୀ ପରି ଦେଖା ଯାଇଥିବା ଅନ୍ୟ କୌଣସି ଭାଷାର ଲିପିରେ ଲେଖା ଥିବା କେତୋଟି ଚିଠି ମଧ୍ୟ ମିଳିଛି । ଏଭଳି ଚିଠିକୁ ନେଇ ଏବେ ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ- Mahalaya: ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

ମା' ସମଲଶ୍ବେରୀ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହୋଇଥିଲେ ମଧ୍ୟ ତାଙ୍କ ଭକ୍ତ ଶ୍ରଦ୍ଧାଳୁ କେବଳ ସମ୍ବଲପୁରରେ ସୀମିତ ନୁହେଁ । ମା'ଙ୍କ ପ୍ରତି ଅଗାଢ଼ ବିଶ୍ବାସ ରଖୁଥିବା ଭକ୍ତ ସାରା ବିଶ୍ବରେ ଅଛନ୍ତି । ଆଉ ମା'ଙ୍କ ପ୍ରତି ଭକ୍ତଙ୍କ ବିଶ୍ବାସ କେତେ ଯେ ଗଭୀର ରହିଛି ତାହା ଆଜି ସମଲେଶ୍ବରୀ ମନ୍ଦିରର ହୁଣ୍ଡି ଖୋଲିଲା ପରେ ଏକ ଘଟଣାରୁ ଜଣାପଡ଼ିଛି । ଆଜି ସମଲେଶ୍ବରୀ ମନ୍ଦିରର ହୁଣ୍ଡି ଖୋଲିଲା ପରେ ଏଭଳି ଚିଠି ବାହାରିଛି ।

ଯୁବତୀ ଜଣକ ଚିଠିରେ ନିଜ ପ୍ରେମ ପାଇଁ ଗୁହାରି କରିଛନ୍ତି । ସେ ମା'ଙ୍କ ନିକଟକୁ ଗଭୀର ବିଶ୍ବାସ ନେଇ ଆସୁଥିବା କହୁଥିବା ବେଳେ ତାଙ୍କ ପ୍ରେମିକ ସହିତ ବିବାହ କରାଇଦେବାକୁ ମା'ଙ୍କୁ ଗୁହାରି କରିଛନ୍ତି । ସେପଟେ ଜଣେ ମହିଳା ଡାକ୍ତରୀ ପ୍ରବେଶିକ ପରୀକ୍ଷା ନିଟ୍‌ରେ ନିଜ ଝିଅର କୃତକାର୍ଯ୍ୟ ଲାଗି ମା'ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ତେବେ ଏହା ଏକ ସାଧାରଣ ଭକ୍ତର ମାନସିକ ବା ଗୁହାରୀ କୁହାଯାଇପାରେ । ଅନ୍ୟ ଅର୍ଥରେ ଏହା ମା' ସମଲେଶ୍ବରୀଙ୍କ ପ୍ରତି ଥିବା ଭକ୍ତଙ୍କ ଗଭୀର ବିଶ୍ବାସକୁ ମଧ୍ୟ ପ୍ରମାଣିତ କରିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.