ETV Bharat / state

ଦିନିକିଆ ସମ୍ବଲପୁର ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା

author img

By

Published : Feb 25, 2023, 9:13 AM IST

ଦିନିକିଆ ସମ୍ବଲପୁର ଗସ୍ତରେ WODC ଅଧ୍ୟକ୍ଷ
ଦିନିକିଆ ସମ୍ବଲପୁର ଗସ୍ତରେ WODC ଅଧ୍ୟକ୍ଷ

ସମ୍ବଲପୁର ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ସହ ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା । ଅଧିକ ପଢନ୍ତୁ

ଦିନିକିଆ ସମ୍ବଲପୁର ଗସ୍ତରେ WODC ଅଧ୍ୟକ୍ଷ

ସମ୍ବଲପୁର: ଦିନିକିଆ ସମ୍ବଲପୁର ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଅସିତ ତ୍ରିପାଠୀ । ପ୍ରଥମେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଵାୟୋଟେକନୋଲୋଜି ଓ ବାୟୋ ଇନ୍ଫୋର୍ମମେଟିକ୍ସ ବିଭାଗକୁ ଯାଇ ସେଠାରେ କଦଳୀର ଟିସୁ କଲଚର ଚାଷ ପଦ୍ଧତିର ସମୀକ୍ଷା କରିଥିଲେ l

ସୂଚନା ଥାଉକି, ପ୍ରଥମ କରି କୌଣସି ବିଶ୍ଵବିଦ୍ୟାଳୟରେ ଏପରି ପଦ୍ଧତିରେ କଦଳୀ ଚାଷ ଆରମ୍ଭ କରାଯାଇଛି । ଏହି ପଦ୍ଧତିରେ 3 ରୁ 4 ସପ୍ତାହ ଭିତରେ ଏହା ପରୀକ୍ଷାଗାରରୁ ଉତ୍ପାଦିତ ହୋଇପାରିବ । ଏହାପରେ 3 ରୁ 4 ସପ୍ତାହ ମଧ୍ୟରେ ଏହି ଚାରା ଚାଷୀମାନଙ୍କୁ ଦିଆଯିବ ବୋଲି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ସେପଟେ ରାଜ୍ୟ ସରକାର ଏବେ ପାରମ୍ପରିକ ଧାନ ଚାଷ ସହ ଚାଷୀଙ୍କ ପାଇଁ କଦଳୀ ଚାଷକୁ ମଧ୍ୟ ପ୍ରୋତ୍ସାହନ ଦେବେ ସେନେଇ ଏଭଳି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ଅସିତ ତ୍ରିପାଠୀ ।

ପରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ଚାଷୀଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ କଦଳୀ ଚାରା ପ୍ରଦାନ କରାଯାଇଥିଲା । ଏହି ଉଦଘାଟନି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଅନନ୍ୟା ଦାସ, ନାବାର୍ଡ ସିଜିଏମ ସି. ଉଦୟ ଭାସ୍କର, ଡବ୍ଲ୍ୟୁଓଡିସି ସିଇଓ ଡ଼. ଅଜିତ କୁମାର ମିଶ୍ର, ବିଶ୍ୱବିଦ୍ୟାଳୟ ରେଜିଷ୍ଟର ଡ଼.ନୃପରାଜ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।


ସେହିପରି ଏହି କାର୍ଯ୍ୟକ୍ରମ ପରେ WODC ଅଧ୍ୟକ୍ଷ ଯୁଜୁମୁରା ବ୍ଲକ ନୁଆଁବରଙ୍ଗମାଲ ପଞ୍ଚାୟତର ଗୋବର୍ଦ୍ଧନ ବଡ଼ମାଲ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅଧୀନରେ 2 କୋଟି ପ୍ରକଳ୍ପ ଖର୍ଚ୍ଚରେ ସୀତାକାନ୍ତ ବେହେରା କରିଥିବା ଇକୋ ଟୁରିଜିମକୁ ପରିଦର୍ଶନ କରିବା ସହ ଦେବଝରଣ ଜଳପ୍ରପାତ ବୁଲି ଦେଖିଥିଲେ । ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ବନ ବିଭାଗର ମିଳିତ ଆନୁକୂଲ୍ୟରେ ପ୍ରାୟ 94 ଲକ୍ଷର ବ୍ୟୟ ଅଟକଳରେ ଏହି ଜଳପ୍ରପାତରେ ପର୍ଯ୍ୟଟକଙ୍କ ପାଇଁ ସବୁ ପ୍ରକାର ସୁବିଧା କରାଯିବ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ପରେ ସେ ରେଢ଼ାଖୋଲ ବ୍ଲକର ବରହମପୁରା ଗସ୍ତ କରିଥିଲେ । ସେଠାରେ 52 ପରିବାରକୁ ସଙ୍ଖପଟିଆ ବାହାଡା ଝରଣାରୁ ପାଇପ ସଂଯୋଗ କରି ଜଳକୁ ବ୍ୟବହାର ଉପଯୋଗୀ କରାଯାଉଥିବା ଦେଖି ଖୁସି ବ୍ୟକ୍ତ କରିବା ସହ ଜିଲ୍ଲା ପ୍ରଶାସନର ପ୍ରଶଂସା କରିଥିଲେ । ଏହାଛଡା 7ଟି ଏସଏଚଜି ଏହି ପାଇପ ପାଣି ଯୋଗେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ସ୍ୱାବଲମ୍ବୀ ହେଉଥିବା ଦେଖି ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଶେଷରେ ରେଢ଼ାଖୋଲ ଏନଏସିରେ ଚାଲିଥିବା ଟାଉନ ହଲ, ବସ ଟର୍ମିନାଲର କାର୍ଯ୍ୟ ସମୀକ୍ଷା କରିବା ସହ ଯଥାଶୀଘ୍ର ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ l ଏବଂ ଥିବା ଫରେଷ୍ଟ ପାର୍କର ରକ୍ଷଣାବେକ୍ଷଣ ନେଇ ଆଲୋଚନା କରିଥିଲେ ।


ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.