ETV Bharat / state

ସମ୍ବଲପୁର ଗସ୍ତରେ WODC ଚେୟାରମ୍ୟାନ, ବିଭିନ୍ନ ଉନ୍ନୟନ ପ୍ରକଳ୍ପର କଲେ ସମୀକ୍ଷା

author img

By ETV Bharat Odisha Team

Published : Oct 20, 2023, 10:59 PM IST

ସମ୍ବଲପୁର ଗସ୍ତରେ WODC ଚେୟାରମ୍ୟାନ, ବିଭିନ୍ନ ଉନ୍ନୟନ ପ୍ରକଳ୍ପର କଲେ ସମୀକ୍ଷା
ସମ୍ବଲପୁର ଗସ୍ତରେ WODC ଚେୟାରମ୍ୟାନ, ବିଭିନ୍ନ ଉନ୍ନୟନ ପ୍ରକଳ୍ପର କଲେ ସମୀକ୍ଷା

ଆଜି (ଶୁକ୍ରବାର) ଦ୍ବିତୀୟ ଦିନରେ ଡବ୍ଲୁଓଡିସି ଅଧ୍ୟକ୍ଷ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସି ବୁର୍ଲା ଠାରେ ଗୋପବନ୍ଧୁ ପାଠାଗାର ଉଦଘାଟନ କରିଛନ୍ତି । ଏହି ଅବସରରେ ଅସିତ ତ୍ରିପାଠୀ କହିଛନ୍ତି ‘‘ ବହି ପଠନ କରିବା ଏକ ଭଲ ଅଭ୍ୟାସ । ସମସ୍ତେ ବହି ପଢିବା ଉଚିତ୍‌ । ଆଜି କାଲି ପାଠକ ବହି ଠାରୁ ଦୂରେଇବାରେ ଲାଗିଛନ୍ତି । ଏହି ଅଭ୍ୟାସ ଜାରୀ ରହିବା ଜରୁରୀ । ସମସ୍ତେ ପାଠାଗାରକୁ ଆସି ପୁସ୍ତକ ପାଠ କରନ୍ତୁ । ଅଧିକ ପଢନ୍ତୁ

ସମ୍ବଲପୁର ଗସ୍ତରେ WODC ଚେୟାରମ୍ୟାନ, ବିଭିନ୍ନ ଉନ୍ନୟନ ପ୍ରକଳ୍ପର କଲେ ସମୀକ୍ଷା

ସମ୍ବଲପୁର: ବହି ପଠନ କରିବା ଏକ ଭଲ ଅଭ୍ୟାସ । ସମସ୍ତେ ବହି ପଢିବା ଉଚିତ। ଆଜି କାଲି ପାଠକ ବହି ଠାରୁ ଦୂରେଇବାରେ ଲାଗିଛନ୍ତି । ଏହି ଅଭ୍ୟାସ ଜାରୀ ରହିବା ଜରୁରୀ । ସମସ୍ତେ ପାଠାଗାରକୁ ଆସି ପୁସ୍ତକ ପାଠ କରନ୍ତୁ । ଆଜି ଠାରୁ ଏହି ପାଠାଗାରଟି ସୋମବାର ବ୍ୟତୀତ ଅନ୍ୟ ସବୁଦିନ ସକାଳ 11 ଟାରୁ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଖୋଲା ରହିବ । ସମ୍ବଲପୁର ବୁର୍ଲାଠାରେ ଗୋପବନ୍ଧୁ ପାଠାଗାର ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ।

ଅଧିକ ପଢନ୍ତୁ- WODC Chairman in Balangir: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ମାରାଥନ ଗସ୍ତ

ଆଜି (ଶୁକ୍ରବାର) ଦ୍ବିତୀୟ ଦିନରେ ଡବ୍ଲୁଓଡିସି ଅଧ୍ୟକ୍ଷ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସି ବୁର୍ଲା ଠାରେ ଗୋପବନ୍ଧୁ ପାଠାଗାର ଉଦଘାଟନ କରିଛନ୍ତି । ଏହି ଅବସରରେ ଅସିତ ତ୍ରିପାଠୀ କହିଛନ୍ତି ‘‘ ବହି ପଠନ କରିବା ଏକ ଭଲ ଅଭ୍ୟାସ । ସମସ୍ତେ ବହି ପଢିବା ଉଚିତ। ଆଜି କାଲି ପାଠକ ବହି ଠାରୁ ଦୂରେଇବାରେ ଲାଗିଛନ୍ତି । ଏହି ଅଭ୍ୟାସ ଜାରୀ ରହିବା ଜରୁରୀ । ସମସ୍ତେ ପାଠାଗାରକୁ ଆସି ପୁସ୍ତକ ପାଠ କରନ୍ତୁ । ଆଜି ଠାରୁ ଏହି ପାଠାଗାରଟି ସୋମବାର ବ୍ୟତୀତ ଅନ୍ୟ ସବୁଦିନ ସକାଳ 11 ଟାରୁ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଖୋଲା ରହିବ । ’’ ଏହି ପାଠାଗାରଟି ଗୋକୁଳ ଫାଉଣ୍ଡେସନ, ଶ୍ୟାମ ମେଟାଲିକ ଓ ସମ୍ବଲପୁର ମହାନଗର ନିଗମର ସହଯୋଗରେ ପାଠକ ମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଛି।

ଏହା ପରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଚିପିଲିମା ସ୍ଥିତ କୃଷି ଓ ଉଦ୍ୟାନ କୃଷି ମହାବିଦ୍ୟାଳୟ ପରିଦର୍ଶନ କରି ଭିତ୍ତିଭୂମି ଦେଖିବା ସହିତ ଅଧ୍ୟାପକ ମାନଙ୍କ ସହିତ କୃଷି ବିଜ୍ଞାନ ଉପରେ ଆଲୋଚନା କରିଥିଲେ ।ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କ ଦ୍ବାରା କୃଷି ବିଜ୍ଞାନ ଉପରେ ବିଭିନ୍ନ ଗବେଷଣା ଗୁଡିକ ସଫଳ କରିଥିବାରୁ ଧନ୍ୟବାଦ ଦେବା ସହ ଅଧିକ ଗବେଷଣା କରିବାକୁ ପରାମର୍ଶ ଦେଇଥିଲେ । ଏହା ସହିତ କୃଷକ ମାନଙ୍କ ନିମନ୍ତେ ଉନ୍ନତ ଜ୍ଞାନ କୌଶଳ ପ୍ରତି କାମ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ଅଧିକ ପଢନ୍ତୁ- ବଲାଙ୍ଗୀର ଗସ୍ତରେ WODC ଅଧ୍ୟକ୍ଷ: ଉନ୍ନୟନମୂଳକ ଯୋଜନାର ତଦାରଖ ଓ ସହାୟତା ଘୋଷଣା

ଏହା ପରେ ଅସିତ ସମ୍ବଲପୁର ଧନକଉଡା ସ୍ଥିତ "ସମଲେଇ ଅଗରବତୀ ଉତ୍ପାଦନ କେନ୍ଦ୍ରକୁ ଯାଇ ଫିତା କାଟି ଏହାର ଉଦଘାଟନ କରିଥିଲେ । ଏଠାରେ ସେ କହିଥିଲେ ଯେ ମିଶନ ଶକ୍ତି ଦ୍ବାରା କ୍ଷମତାପନ୍ନ ଏହି ପଦକ୍ଷେପ, ଦୁର୍ଭାଗ୍ୟଜନକ ପରିସ୍ଥିତିର ଶିକାର ହୋଇଥିବା ତଥା ଜୀବନର ଅନ୍ଧକାର ପର୍ଯ୍ୟାୟରୁ ଆଗକୁ ବଢିବା ପାଇଁ ଅନୁଷ୍ଠାନିକ ସହାୟତା ଆବଶ୍ୟକ କରୁଥିବା ମହିଳାଙ୍କୁ ସଶକ୍ତ କରାଇ ମାନବିକତା ଉପରେ ସେମାନଙ୍କ ବିଶ୍ବାସକୁ ଫେରାଇ ଆଣିବା ସହିତ ସେମାନଙ୍କୁ ଏକ ସମ୍ମାନଜନକ ଜୀବନଯାପନ କରିବାର ସୁଯୋଗ ଦେବା ପାଇଁ ପ୍ରତିଜ୍ଞାବଦ୍ଧ । ଏହା ସେମାନଙ୍କୁ ଖାଦ୍ୟ, ଆଶ୍ରୟ, ପୋଷାକ ଭଳି ମୌଳିକ ସୁବିଧା ଯୋଗାଇ ଦେବା ସହ ସେମାଙ୍କୁ ଅର୍ଥନୈତିକ ଏବଂ ସାମାଜିକ ନିରାପତ୍ତାର ଏକ ଭାବନା ଯୋଗାଇବ ବୋଲି ସେ କହିଥିଲେ l ମନ୍ଦିରରେ ଲାଗି ହୋଇଥିବା ବାସି ଫୁଲର ପ୍ରକ୍ରିୟାକରଣରୁ ଉତ୍ପାଦିତ ଏହି ‘ସମଲେଇ ଅଗରବତୀ' ବାସ୍ତବରେ ଅନନ୍ୟ । ଅନେକ କ୍ଷେତ୍ରରେ ବାସି ଫୁଲକୁ ବର୍ଜ୍ୟବସ୍ତୁ ଭାବେ ରାସ୍ତା କଡରେ ବା ଗଳି ମାନଙ୍କରେ ବଡ଼ ବଡ଼ ଗଦାରେ ଛାଡି ଦିଆଯାଇଥାଏ ଯାହାକି ଅତିରିକ୍ତ ଅଙ୍ଗାରକାମ୍ଳ ନିର୍ଗମନ କରିବା ସହିତ ଅନ୍ୟାନ୍ୟ ପ୍ରକାରର ବାୟୁ ଏବଂ ମୃତ୍ତିକା ପ୍ରଦୂଷଣ ଭଳି ସମସ୍ୟା ସୃଷ୍ଟି କରିଥାଏ ।

ଏହି ଅନନ୍ୟ ଉତ୍ପାଦନ ପ୍ରକ୍ରିୟାରେ ‘ମା ସମଲେଶ୍ବରୀ ମନ୍ଦିର'ରୁ ବାହାରୁଥିବା ବାସି ଫୁଲର ବ୍ୟବହାର କରି ଏହି ଉତ୍ପାଦକ ୟୁନିଟ ସେହି ସମସ୍ୟାର ସମ୍ପୂର୍ଣ୍ଣ ରୂପେ ସମାଧାନ କରିବ ବୋଲି ସେ କହିଥିଲେ l ଏହି କେନ୍ଦ୍ରରେ କାର୍ଯ୍ୟରତ ମହିଳାମାନେ ସମସ୍ତ ଆବଶ୍ୟକୀୟ କ୍ଷେତ୍ରରେ ପ୍ରଶିକ୍ଷଣ ଗ୍ରହଣ କରିସାରିଛନ୍ତି ଯାହାକି ସେମାନଙ୍କୁ କୌଶଳୀ କରିବା ସହ କୌଣସି ଅସୁବିଧାର ସାମ୍ନାନ କରି ଜୀବିକା ନିର୍ବାହ ପାଇଁ ମଧ୍ୟ ଏକ ଉପଯୁକ୍ତ ସୁଯୋଗ ପ୍ରଦାନ କରିଛି । ଏହି ପଦକ୍ଷେପ ପାଇଁ ସମ୍ବଲପୁର ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ୍) ଆର୍ଥିକ ଅନୁଦାନ ପ୍ରଦାନ କରିଛି । ସମ୍ବଲପୁର ମ୍ୟୁନିସିପାଲିଟି କର୍ପୋରେସନ ଦ୍ବାରା ଏହାକୁ କାର୍ଯ୍ୟକାରୀ କରାଯାଇଛି ।

ଶେଷରେ ଶ୍ରୀରାମ ବାଟିକା ଇକୋ ଟ୍ୟୁରିଜିମ ପରିଦର୍ଶନ କରିଥିଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ । ସେଠାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟଗୀ ଯୋଜନାରେ ଉଦ୍ୟେଗୀ ଦେବୀଦାନୀ ଶାହାଙ୍କ ସୁନ୍ଦର ଇକୋ ଟୁରିଜମକୁ ଦେଖି ଖୁସି ବ୍ୟକ୍ତ କରିଥିଲେ । ଉଦ୍ୟୋଗୀଙ୍କୁ ପ୍ରଶଂସା କରିଥିଲେ। ଏହି ପରିଦର୍ଶନରେ ଅନ୍ୟ ମାନଙ୍କ ମଧ୍ୟରେ, ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ଅଜିତ ମିଶ୍ର,ସମ୍ବଲପୁର ମହାନଗର ନିଗମ କମିଶନର ବେଦ ଭୂଷଣ, ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.