ETV Bharat / state

WODC Chairman in Balangir: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ମାରାଥନ ଗସ୍ତ

author img

By ETV Bharat Odisha Team

Published : Oct 18, 2023, 10:51 PM IST

WODC Chairman in Balangir: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ମାରାଥନ ଗସ୍ତ
WODC Chairman in Balangir: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ମାରାଥନ ଗସ୍ତ

ଭୀମଭୋଇ ମେଡିକାଲ କଲେଜ ଏବଂ ଡାକ୍ତରଖାନା ପରିଦର୍ଶନ କରିବା ସହ ଡିସେମ୍ବର ସୁଦ୍ଧା ଖେଳ ପଡିଆ ପ୍ରକଳ୍ପ କାମ ସରିବା ନେଇ ଅସିତ ସୂଚନା ଦେଇଛନ୍ତି । ଖେଳ ପଡିଆ ନିର୍ମାଣ ପାଇଁ ପରିଷଦ ପକ୍ଷରୁ 2 କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ଏହା ସହ 50 ଶଯ୍ୟା ବିଶିଷ୍ଟ କର୍କଟ ଡାକ୍ତରଖାନାର ନିର୍ମାଣ କାର୍ଯ୍ୟ ତତ୍ପରତାର ସହ ସାରିବାକୁ ଅଧ୍ୟକ୍ଷ ମତ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

WODC Chairman in Balangir: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ମାରାଥନ ଗସ୍ତ

ଭୁବନେଶ୍ବର/ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାକୁ ମାରାଥନ ଗସ୍ତ କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅନୁଧ୍ୟାନ କରିବା ସହ ଭିନ୍ନ ଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ଅନୁମୋଦନ କରିଛନ୍ତି ଅସିତ । ଗସ୍ତର ଦ୍ବିତୀୟ ଦିନରେ ରାଜେନ୍ଦ୍ର ନାରାୟଣ ସିଂହଦେଓ କ୍ରୀଡା ପ୍ରାଙ୍ଗଣ ପରିଦର୍ଶନ କରିଛନ୍ତି । ଦୁଇଟି ଅଭିନବ କ୍ରୀଡା ବୋଲିଂ ଓ ଫେନସିଂକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ 20 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଜିଲ୍ଲା ପ୍ରଶାସନକୁ ଏକ ବ୍ୟବସ୍ଥିତ ଡିପିଆର ପ୍ରସ୍ତୁତ କରିବାକୁ କହିବା ସହ ଆଗକୁ କ୍ରୀଡା ପ୍ରାଙ୍ଗଣର ଉନ୍ନତିକରଣ ପ୍ରତି ଧ୍ୟାନ ଦେବାକୁ କହିଛନ୍ତି ।

ଭୀମଭୋଇ ମେଡିକାଲ କଲେଜ ଏବଂ ଡାକ୍ତରଖାନା ପରିଦର୍ଶନ କରିବା ସହ ଡିସେମ୍ବର ସୁଦ୍ଧା ଖେଳ ପଡିଆ ପ୍ରକଳ୍ପ କାମ ସରିବା ନେଇ ଅସିତ ସୂଚନା ଦେଇଛନ୍ତି । ଖେଳ ପଡିଆ ନିର୍ମାଣ ପାଇଁ ପରିଷଦ ପକ୍ଷରୁ 2 କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ଏହା ସହ 50 ଶଯ୍ୟା ବିଶିଷ୍ଟ କର୍କଟ ଡାକ୍ତରଖାନାର ନିର୍ମାଣ କାର୍ଯ୍ୟ ତତ୍ପରତାର ସହ ସାରିବାକୁ ଅଧ୍ୟକ୍ଷ ମତ ପ୍ରକାଶ କରିଛନ୍ତି । ଜିଲ୍ଲାର ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟର ସମ୍ମିଳନୀ କକ୍ଷରେ ଆପିକଲ ଦ୍ବାରା ଆୟୋଜିତ ହୋଇଥିବା ସାକ୍ଷାତ କାର୍ଯ୍ୟକ୍ରମରେ ଜିଲ୍ଲାର ଉଦ୍ୟୋଗୀ ମାନଙ୍କୁ ଭେଟିବା ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସଫଳ ରୂପାୟନ ବିଷୟରେ ଅବଗତ ହୋଇଛନ୍ତି । ଓଡିଶା ସ୍କିଲ ଡେଭଲପମେଣ୍ଟ ଅଥରିଟି ଅଧୀନରେ ଥିବା ପାଲାଡିୟମ ଏଜେନ୍ସି ଦ୍ବାରା “ସ୍ବକଳ୍ପ” ଶିବିରର ଆୟୋଜନ କରାଯାଇଛି । ଶିବିରରେ ଥିବା ପ୍ରାୟ 480 ଜଣ ପ୍ରଶିକ୍ଷାର୍ଥୀଙ୍କୁ ଦିଆଯାଉଥିବା ତାଲିମ ବିଷୟରେ ବୁଝିବା ସହ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ବାଣ୍ଟିଛନ୍ତି । ଏହି ଶିବିରରେ ଅଧିକ ମହିଳା ପ୍ରଶିକ୍ଷାର୍ଥୀ ଭାଗ ନେଇଛନ୍ତି । ଯାହା ସେମାନଙ୍କୁ ଭବିଷ୍ୟତରେ ଏକ ସଫଳ ଉଦ୍ୟୋଗୀ ରୂପେ ଗଢି ତୋଳିବ ବୋଲି ସେ ମତ ବ୍ୟକ୍ତ କରିଛନ୍ତି ।

ବଲାଙ୍ଗୀର ମ୍ୟୁନିସିପାଲିଟି ୱାର୍ଡ ନଂ 17 ରେ ଯୁବ ମହିଳା ଉଦ୍ୟୋଗୀ ମମତା ନାଏକଙ୍କୁ ଭେଟିଛନ୍ତି ଡବ୍ଲୁଓଡିସି ଅଧ୍ୟକ୍ଷ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧିନରେ ମମତା ନାଏକ 30 ଲକ୍ଷ ଟଙ୍କା ବ୍ୟୟବରାଦରେ କୃଷି ସେବା କେନ୍ଦ୍ର ନିର୍ମାଣ କରି ସ୍ଥାନୀୟ ଚାଷୀ ମାନଙ୍କୁ ସୁଲଭ ମୂଲ୍ୟରେ କୃଷି ଯନ୍ତ୍ରପାତି ଯୋଗାଇ ଦେଉଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦର ସହାୟତାରେ ନିର୍ମିତ ହେଉଥିବା 1000 ସିଟ ବିଶିଷ୍ଟ ନୂଆ ଅଡିଟୋରିୟମ ବୁଲି ଦେଖିଥିଲେ । ମହାଲକ୍ଷ୍ମୀ ନଗରରେ ପରିଷଦର ସହାୟତାରେ ନିର୍ମିତ କଲ୍ୟାଣ ମଣ୍ଡପ ପରିସରରେ ଡ୍ରେନ ଓ ଫାଟକ ନିର୍ମାଣର କାର୍ଯ୍ୟକୁ ତଦାରଖ କରିଛନ୍ତି ପରିଷଦର ଅଧ୍ୟକ୍ଷ । ଏହି ପରିଦର୍ଶନରେ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ର, ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ବୈଷୟିକ ପରାମର୍ଶଦାତା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.