ETV Bharat / state

ମମିତା ମାମଲା: ଉତ୍ତରାଞ୍ଚଳ DIGଙ୍କ ପ୍ରେସମିଟ ସ୍କ୍ରିପ୍ଟ କିଏ ଲେଖିଥିଲା ପଚାରିଲେ ସମୀର

author img

By

Published : Nov 14, 2021, 1:54 PM IST

ମମିତା ମାମଲାରେ ଉତ୍ତରାଞ୍ଚଳ DIG ଙ୍କ ପ୍ରେସମିଟର ସ୍କ୍ରିପ୍ଟ କିଏ ଲେଖିଥିଲେ: ସମୀର ମହାନ୍ତି
ମମିତା ମାମଲାରେ ଉତ୍ତରାଞ୍ଚଳ DIG ଙ୍କ ପ୍ରେସମିଟର ସ୍କ୍ରିପ୍ଟ କିଏ ଲେଖିଥିଲେ: ସମୀର ମହାନ୍ତି

ମମିତା ମେହେର ହତ୍ୟା ମାମଲାରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାରଙ୍କ ସାମ୍ବାଦିକ ସମ୍ମିଳନୀର ସ୍କ୍ରିପ୍ଟ କିଏ ଲେଖିଛି ବୋଲି ପ୍ରଶ୍ନ କଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଅଧିକ ପଢନ୍ତୁ...

ସମ୍ବଲପୁର: ମମିତା ମେହେର ହତ୍ୟା ମାମଲାରେ ପୋଲିସ କୌଣସି ଅବହେଳା କରିନଥିବା ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ପ୍ରତିକ୍ରିୟା ରଖିବା ପରେ ଜୋର ଧରିଛି ରାଜନୀତି । ଡିଆଇଜି କରିଥିବା ସାମ୍ବାଦିକ ସମ୍ମିଳନୀର ସ୍କ୍ରିପ୍ଟ କିଏ ଲେଖିଛନ୍ତି ବୋଲି ବେଜେପି ନେତା ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି ।

ମମିତା ମାମଲାରେ ଉତ୍ତରାଞ୍ଚଳ DIG ଙ୍କ ପ୍ରେସମିଟର ସ୍କ୍ରିପ୍ଟ କିଏ ଲେଖିଥିଲେ: ସମୀର ମହାନ୍ତି

ଆଜି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି ବରଗଡ଼ ଗସ୍ତ ସମୟରେ ସମ୍ବଲପୁର ଠାରେ କିଛି ସମୟ ଅଟକିବା ଅବସରରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସୂଚନା ଅନୁଯାୟୀ ଗତକାଲି(ଶନିବାର) ମମିତା ମେହେର ମୃତ୍ୟୁ ମାମଲାକୁ ନେଇ ଉତ୍ତରାଞ୍ଚଳ ଡିଆଇଜି ତଦନ୍ତରେ ପୋଲିସର କୌଣସି ଅବହେଳା ହୋଇନାହିଁ କହିବା ସହ ତଦନ୍ତ ଠିକ୍ ଚାଲିଥିବା କହିଛନ୍ତି । ଏହି ବିବୃତ୍ତି ଦେବା ପରେ ଆଜି ଏନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଡିଆଇଜିଙ୍କ ପ୍ରେସ ବ୍ରିଜ୍ଞପ୍ତିର ସ୍କ୍ରିପ୍ଟ କିଏ ଲେଖିଥିଲେ ଡିଆଇଜି କହିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ।

ସେ ଅଭିଯୋଗ କରିଛନ୍ତି ଯେ, କେତେକ ବରିଷ୍ଠ ଅଧିକାରୀ ରାଜ୍ୟ ସରକାରଙ୍କ ମୁଖପାତ୍ର ସାଜିଛନ୍ତି । ଲୋକେ ସବୁ ଜାଣିଛନ୍ତି ଓ ଏହାର ଉତ୍ତର ଦେବେ ବୋଲି କହିଛନ୍ତି । ଏହା ସହ ବିଜେଡି ଶାସନରେ ରାଜ୍ୟରେ ଶିଶୁ ଓ ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି ସମୀର ମହାନ୍ତି ।


ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.