ETV Bharat / state

ସୁରକ୍ଷା ପ୍ରସଙ୍ଗରେ ତାତିଲେ ଛାତ୍ରଛାତ୍ରୀ, କୁଳପତିଙ୍କ କାର୍ଯ୍ୟାଳୟ ଗେଟ ବନ୍ଦ କରି ଧାରଣା

author img

By ETV Bharat Odisha Team

Published : Nov 8, 2023, 7:07 AM IST

Sambalpur University
Sambalpur University

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରୀଙ୍କ ସୁରକ୍ଷା ଓ ଅଣଛାତ୍ରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପ୍ରସଙ୍ଗ ନେଇ ଛାତ୍ରଛାତ୍ରୀଙ୍କ ଧାରଣା । ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରା ଯିବାର ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ । ଅଧିକ ପଢ଼ନ୍ତୁ

Sambalpur University

ସମ୍ବଲପୁର: ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି । ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରୀଙ୍କ ସୁରକ୍ଷା ଓ ଅଣଛାତ୍ରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପ୍ରସଙ୍ଗ ନେଇ ଛାତ୍ରଛାତ୍ରୀଙ୍କ ଧାରଣା । ଏହି ପ୍ରସଙ୍ଗକୁ ନେଇ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ବିଭାଗ ସମ୍ମୁଖରେ ଧାରଣା ଦେଇଛନ୍ତି ।

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ଧାରଣା । ଗତକାଲି ସନ୍ଧ୍ୟା ପ୍ରାୟ ୫.୩୦ରେ ଜଣେ ଛାତ୍ରୀ ହଷ୍ଟେଲକୁ ଯାଉଥିବା ସମୟରେ କିଛି ଅଣଛାତ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରକୁ ପଶି ଛାତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଆଜି ଛାତ୍ରଛାତ୍ରୀ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗେଟ ବନ୍ଦ କରି ଧାରଣା ଦେଇଛନ୍ତି । ବିଶ୍ୱବିଦ୍ୟାଳୟ ପରିସରରେ ପର୍ଯ୍ୟାପ୍ତ ସଂଖ୍ୟକ ସିକ୍ୟୁରିଟି ଗାର୍ଡ ରହିଛନ୍ତି । ଏପରିକି ଏକ ଫାଣ୍ଡି ମଧ୍ୟ ରହିଛି । ତଥାପି ଅଣଛାତ୍ରମାନେ କ୍ୟାମ୍ପସ ଭିତରକୁ ଅବାଧରେ ପ୍ରବେଶ କରି ଛାତ୍ରୀମାନଙ୍କୁ ବିଭିନ୍ନ ସମୟରେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇ ଆସୁଛି ବୋଲି ଛାତ୍ରଛାତ୍ରୀ କହିଛନ୍ତି । ସେପଟେ ଲାଇବ୍ରେରୀ ରାତି 8ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ବେଳେ ଛାତ୍ରୀମାନଙ୍କୁ 5.30ରୁ ହଷ୍ଟେଲ ଯିବା ପାଇଁ କୁହାଯାଉଛି । ଯଦି ପୁଅ ଝିଅ ସମାନ ତାହାଲେ ଏଭଳି ନିୟମ କଣ ପାଇଁ ରହିଛି ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ........ମହର୍ଷି କ୍ୟାମ୍ପସ ଭିତରେ ଆତଙ୍କ ଖେଳାଇଲେ ଅଣଛାତ୍ର, କଲେଜର ୫ ଛାତ୍ରଙ୍କୁ ନିର୍ଦ୍ଧୁମ ପିଟି ଲହୁଲୁହାଣ

ଏହି ଅଭିଯୋଗ ନେଇ ଆଜି କୂଳପତିଙ୍କ କାର୍ଯ୍ୟାଳୟ ଗେଟ୍‌ ବନ୍ଦ କରି ଛାତ୍ରଛାତ୍ରୀ ମାନେ ଧାରଣାରେ ବସିଥିଲେ । ଘଟଣା ସ୍ଥଳରେ କୂଳପତି ବିଧୁ ଭୂଷଣ ମିଶ୍ର ଓ ବୁର୍ଲା SDPO ପ୍ରମୁଖ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହାସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରା ଯିବାର ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ସେପଟେ ଗତକାଲିର ଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟର କୂଳପତି ପୋଲିସ ପାଖରେ ଅଭିଯୋଗ କରିଥିବା ଜଣାପଡିଛି । ଆଗକୁ ବିଶ୍ୱବିଦ୍ୟାଳୟରେ ରାତ୍ରୀ ସମୟରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି । ଏହାସହ ଆଗକୁ ବିଶ୍ୱବିଦ୍ୟାଳୟ ପରିସରରେ ଆହୁରି ସିସିଟିଭି ମଧ୍ୟ ଲଗାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.......ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି, ଯୁକ୍ତ ୩ ପରୀକ୍ଷା ଖାତା ପୁନଃ ମୂଲ୍ୟାୟନ ଦାବିରେ ଆନ୍ଦୋଳନ

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.