ETV Bharat / state

Kaun Banega Crorepati: ଶୋ'ର ହଟ୍‌ସିଟରେ ସମ୍ବଲପୁରର ଝିଅ, ବିଗ ବିଙ୍କୁ ନେଇ କହିଲେ ଏମିତି

author img

By

Published : Oct 30, 2022, 8:43 AM IST

Kaun Banega Crorepati: ଶୋ'ର ହଟସିଟରେ ସମ୍ବଲପୁରର ଝିଅ, ବିଗ ବିଙ୍କୁ ନେଇ କହିଲେ ଏମିତି
Kaun Banega Crorepati: ଶୋ'ର ହଟସିଟରେ ସମ୍ବଲପୁରର ଝିଅ, ବିଗ ବିଙ୍କୁ ନେଇ କହିଲେ ଏମିତି

ଲୋକପ୍ରିୟ ଟେଲିଭିଜନ ଶୋ' କୌନ ବନେଗା କରୋଡ଼ପତିର ହଟସିଟରେ ସମ୍ବଲପୁରର ଝିଅ । ଆସନ୍ତା ୩୧ ଅକ୍ଟୋବର ଓ ନଭେମ୍ବର ୧ ତାରିଖରେ ସୋନି ଟିଭିରେ ହେବ ପ୍ରସାରିତ । ଅଧିକ ପଢନ୍ତୁ

ସମ୍ବଲପୁର: ଲୋକପ୍ରିୟ ଟେଲିଭିଜନ ଶୋ' କୌନ ବନେଗା କରୋଡ଼ପତିର (Kaun Banega Crorepati) ହଟସିଟରେ ସମ୍ବଲପୁରର ଝିଅ ପୂଜା ତ୍ରିପାଠୀ ସୌଦାଗର । ଆସନ୍ତା ୩୧ ଅକ୍ଟୋବର ଓ ନଭେମ୍ବର ୧ ତାରିଖରେ ସୋନି ଟିଭିରେ ପ୍ରସାରିତ ହେବାକୁ ଥିବା ଏପିସୋଡ଼ରେ ସେ ବିଗ ବି ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ଉତ୍ତର ଦେଉଥିବାର ଦେଖିବାକୁ ମିଳିବେ ପୂଜା । ସୋନି ଟିଭିର ଲୋକପ୍ରିୟ ଶୋ' କେବିସିର ହଟସିଟରେ ସମ୍ବଲପୁରର ଝିଅ ପୂଜା ତ୍ରିପାଠୀ ସୌଦାଗର । ସେ ସମ୍ବଲପୁର କ୍ଷେତରାଜପୁର ଅଞ୍ଚଳର ଅଟନ୍ତି ।

Kaun Banega Crorepati: ଶୋ'ର ହଟସିଟରେ ସମ୍ବଲପୁରର ଝିଅ, ବିଗ ବିଙ୍କୁ ନେଇ କହିଲେ ଏମିତି

ସେ ଦୀର୍ଘ ୫ ବର୍ଷ ହେଲେ ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଚେଷ୍ଟା କରିଆସୁଥିଲେ । ତେବେ ଏଥର ଭାଗ୍ୟଦେବୀ ତାଙ୍କ ଉପରେ ଆଶୀର୍ବାଦ ବର୍ଷା କରିଥିଲେ । ଏଥର ୭ଟି ରାଉଣ୍ଡରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ସେ ଏହି ହଟସିଟରେ ପହଞ୍ଚିଥିଲେ । ଏଥିପାଇଁ ନିଜର ସ୍ବାମୀ କରନ ସୌଦାଗର ଓ ପରିବାର ଲୋକଙ୍କ ବହୁ ସହଯୋଗ ଥିବାର ସେ କହିଛନ୍ତି ।

ଏହା ବି ପଢନ୍ତୁ- ପ୍ରିପେଡ ମିଟର ନଲଗାଇବାକୁ ଅପିଲ କଲା ସମ୍ବଲପୁର ଓକିଲ ସଙ୍ଘ

ଏହା ପୂର୍ବରୁ ସେ ମିସ ଓଡି଼ଶାର ପ୍ରଥମ ରନର୍ସ ଅଫ ମଧ୍ୟ ହୋଇ ସାରିଛନ୍ତି । ତେବେ କୌନ ବନେଗା କରୋଡ଼ପତିରେ ଭାଗ ନେବା ତାଙ୍କର ବହୁତ ଦିନର ସ୍ବପ୍ନ ଥିଲା ବୋଲି ସେ କହିଛନ୍ତି । ସେ ଏହି ଅବସରରେ ବିଗ ବି ଅମିତାଭ ବଚ୍ଚନଙ୍କ ବହୁତ ପ୍ରଶଂସା କରିଛନ୍ତି । ଆସନ୍ତା ଅକ୍ଟୋବର ୩୧ ଓ ନଭେମ୍ବର ୧ ତାରିଖରେ ସୋନି ଟିଭିରେ ପ୍ରସାରଣ ହେବାକୁ ଥିବା କେବିସିର ଏପିସୋଡ଼ରେ ସେ ନଜର ଆସିବେ ।

ଏହା ବି ପଢନ୍ତୁ- ମାୟୋସିଟିସ୍ ରୋଗରେ ପୀଡିତ ସାମନ୍ଥା, ସେୟାର କଲେ ଭାବବିହ୍ବଳ ପୋଷ୍ଟ

ସୂଚନା ଥାଉ କି କୌନ ବନେଗା କରୋଡ଼ପତି ଶୋ'ରେ ବଲିଉଡ଼ର ବିଗ ବି ତଥା ମେଗା ଆକ୍ଟର ଅମିତାଭ ବଚ୍ଚନ ହୋଷ୍ଟ କରନ୍ତି । ସେ ପ୍ରତିଯୋଗୀଙ୍କୁ ବିଭିନ୍ନ କ୍ଷେତ୍ରକୁ ନେଇ ପ୍ରଶ୍ନ କରିଥାନ୍ତି । ପ୍ରଶ୍ନର ଠିକ୍‌ ଉତ୍ତର ଦେଲେ ପ୍ରତିଯୋଗୀ ଅର୍ଥ ପରେ ଅର୍ଥ ଜିତି ଚାଲନ୍ତି । ସବୁ ପ୍ରଶ୍ନର ଉତ୍ତର ଦେଇଥିବା ବ୍ୟକ୍ତିଙ୍କୁ ୭ କୋଟି ଟଙ୍କା ମିଳିଥାଏ । ଏହି ଶୋ'କୁ ଅନେକ ବେଶ ପ୍ରଶଂସା କରନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.