ETV Bharat / entertainment

ମାୟୋସିଟିସ୍ ରୋଗରେ ପୀଡିତ ସାମନ୍ଥା, ସେୟାର କଲେ ଭାବବିହ୍ବଳ ପୋଷ୍ଟ

author img

By

Published : Oct 29, 2022, 6:07 PM IST

ସାମନ୍ଥା ରୁଥ ପ୍ରଭୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ତାଙ୍କର ମାୟୋସିଟିସ୍ ନାମକ ଏକ ଅଟୋଇମ୍ୟୁନ୍ କଣ୍ଡିସନ୍‌ ଡାଇଗ୍ନୋସିସ୍‌ କରାଯାଇଥିଲା ବୋଲି ଉଲ୍ଲେଖ ରହିଛି । ଅଧିକ ପଢନ୍ତୁ

ମାୟୋସିଟିସ୍ ରୋଗରେ ପୀଡିତ ସାମନ୍ଥା, ପୋଷ୍ଟ ସେୟାର କରି ଲେଖିଲେ- ଏହି ଦିନ ବି ଚାଲି ଯିବ
ମାୟୋସିଟିସ୍ ରୋଗରେ ପୀଡିତ ସାମନ୍ଥା, ପୋଷ୍ଟ ସେୟାର କରି ଲେଖିଲେ- ଏହି ଦିନ ବି ଚାଲି ଯିବ

ହାଇଦ୍ରାବାଦ: ସାମନ୍ଥା ରୁଥ୍‌ ପ୍ରଭୁ ଦକ୍ଷିଣର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ଅପାର ଲୋକପ୍ରିୟତା, କାର୍ଯ୍ୟ, ଆତ୍ମବିଶ୍ୱାସ ହେତୁ ସାମନ୍ଥା ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି । କିନ୍ତୁ ଆଜି ସାମନ୍ଥା ନିଜର ଦୁର୍ବଳ ଦିଗକୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ସେୟାର କରିଛନ୍ତି । କ୍ୟାପସନରେ ସାମନ୍ଥା ଲେଖିଛନ୍ତି, "ଯଶୋଦା ଟ୍ରେଲର ପାଇଁ ଆପଣଙ୍କ ପ୍ରତିକ୍ରିୟା ଜବରଦସ୍ତ ଥିଲା । ଯେଉଁ ଭଲପାଇବା ଏବଂ ସଂଯୋଗ ଅଛି, ତାହା ମୁଁ ଆପଣ ସମସ୍ତଙ୍କ ସହ ସେୟାର କରୁଛି, ଯାହା ମୋତେ ଜୀବନରେ ସମ୍ମୁଖୀନ ହେଉଥିବା ଅସୀମ ଆହ୍ବାନର ମୁକାବିଲା କରିବାକୁ ଶକ୍ତି ଦେଇଥାଏ ।"

"କିଛି ମାସ ପୂର୍ବରୁ ମୋର ମାୟୋସିଟିସ୍ (ମାଂସପେଶୀ ପ୍ରଦାହ ଜନିତ ସମସ୍ୟା) ନାମକ ଏକ ଅଟୋମ୍ୟୁମ୍ୟୁନ କଣ୍ଡିସନ୍‌ ଡାଇଗ୍ନୋସିସ୍‌ କରାଯାଇଥିଲା (Samantha Ruth Prabhu Diagnosed With Myositis) । ମୁଁ ଏଥିରୁ ଭଲ ହେବା ପରେ ଏହାକୁ ସେୟାର କରିବା ପାଇଁ ଆଶା ରଖିଥିଲି, କିନ୍ତୁ ଏହା ଆଶା କରାଯାଉଥିବା ଠାରୁ ଟିକିଏ ଅଧିକ ସମୟ ନେଉଛି । ମୁଁ ଧୀରେ ଧୀରେ ହୃଦୟଙ୍ଗମ କରୁଛି ଯେ, ଆମକୁ ସର୍ବଦା ଆମର ଦୃଢ଼ ଦିଗକୁ ରଖିବା ଉଚିତ୍ ।"

"ଏହାକୁ ଗ୍ରହଣ କରିବା କିଛି ଏମିତି, ଯେଉଁଥିରେ ମୁଁ ଏବେ ବି ସଂଘର୍ଷ କରୁଛି । ଡାକ୍ତରମାନେ ନିଶ୍ଚିତ ଅଛନ୍ତି ଯେ ମୁଁ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବି । ମୋର ଭଲ ଦିନ ଏବଂ ଖରାପ ଦିନ ଅଛି, ଶାରୀରିକ ଏବଂ ଭାବପ୍ରବଣ ରୂପରେ, ଏବଂ ଯେତେବେଳେ ବି ମୋତେ ଲାଗେ ଯେ ମୁଁ ଏହାର ଅନ୍ୟ ଦିନକୁ ସମ୍ଭାଳି ପାରିବି ନାହିଁ, କୌଣସି ପ୍ରକାରେ ସେହି ମୁହୂର୍ତ୍ତଟି ଅତିବାହିତ ହୋଇଯାଏ । ମୁଁ ଲାଗୁଛି କି ଏହାର ଅର୍ଥ କେବଳ ଏହା ହୋଇପାରେ କି, ମୁଁ ଶୀଘ୍ର ସୁସ୍ଥ ହୋଇଯିବି । ମୁଁ ତୁମକୁ ଭଲପାଏ, ଏହି ଦିନ ବି ଚାଲି ଯିବ ।" ଏହି ଭଳି ଭାବପ୍ରବଣ ନୋଟ୍‌ ସାମନ୍ଥା ତାଙ୍କ ଇନ୍‌ଷ୍ଟାରେ ସେୟାର କରିଛନ୍ତି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବା ତ, ସାମନ୍ଥା ରୁଥ୍‌ ପ୍ରଭୁ ତାଙ୍କ ଆଗାମୀ ବହୁଭାଷୀ ଚଳଚ୍ଚିତ୍ର 'ଯଶୋଦା' ସହିତ ପୁଣି ଥରେ ପ୍ରଶଂସକଙ୍କୁ ଉତ୍ସାହିତ କରିବାକୁ ପ୍ରସ୍ତୁତ ଅଛନ୍ତି, ଯାହାର ଟ୍ରେଲର ନିକଟରେ ରିଲିଜ ହୋଇଥିଲା । ଯଶୋଦାର ଟ୍ରେଲର ୫ଟି ଭାଷା ତଥା ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ୍‌ ଏବଂ ହିନ୍ଦୀରେ ମୁକ୍ତିଲାଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.