ETV Bharat / state

ପ୍ରିପେଡ ମିଟର ନଲଗାଇବାକୁ ଅପିଲ କଲା ସମ୍ବଲପୁର ଓକିଲ ସଙ୍ଘ

author img

By

Published : Oct 29, 2022, 12:18 PM IST

ସମ୍ବଲପୁରରେ ପ୍ରିପେଡ ଇଲେକ୍ଟ୍ରି ମିଟରକୁ ବିରୋଧ । ଜିଲ୍ଲା ପ୍ରଶାସନକୁ ଖୋଲା ଖୋଲି ଭାବେ ଚ୍ୟାଲେଞ୍ଜ ଦେଇଛି ଜିଲ୍ଲା ଓକିଲ ସଂଘ। । ପ୍ରିପେଡ଼ ୱାଟର ମିଟର ଓ TPWODLର ପ୍ରିପେଡ଼ ଇଲେକ୍ଟ୍ରି ମିଟର ନଲଗାଇବା ପାଇଁ ଡାକ ବାଜି ଯନ୍ତ୍ର ଜରିଆରେ ସହର ସାରା ବୁଲି ବୁଲି ପ୍ରଚାର କରାଯାଇଛି । ଅଧିକ ପଢ଼ନ୍ତୁ

district advocate union appeal public to do not use prepaid meter in sambalpur
ପ୍ରିପେଡ ମିଟର ନଲଗାଇବାକୁ ଲୋକଙ୍କୁ ଅପିଲ କଲା ଜିଲ୍ଲା ଓକିଲ ସଙ୍ଘ

ସମ୍ବଲପୁର: ଜିଲ୍ଲା ପ୍ରଶାସନକୁ ଜିଲ୍ଲା ଓକିଲ ସଂଘର ଖୋଲା ଖୋଲି ଚ୍ୟାଲେଞ୍ଜ । ଗୋଟିଏ ପଟେ ଜିଲ୍ଲା ପ୍ରଶାସନର ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ବଲପୁର ସହରରେ ପ୍ରିପେଡ଼ ସ୍ମାର୍ଟ ୱାଟର ମିଟର ଲଗାଇବା ଅପିଲ କରାଯାଉଥିବା ବେଳେ ଅନ୍ୟପଟେ ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘ ଏହାର ଖୋଲା ଖୋଲି ବିରୋଧ କରିଛି । ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ପ୍ରିପେଡ଼ ୱାଟର ମିଟର ଓ TPWODLର ପ୍ରିପେଡ଼ ଇଲେକ୍ଟ୍ରି ମିଟର ନଲଗାଇବା ପାଇଁ ଡାକ ବାଜି ଯନ୍ତ୍ର ଜରିଆରେ ସହର ସାରା ବୁଲି ବୁଲି ପ୍ରଚାର କରାଯାଇଛି ।

ପ୍ରିପେଡ ମିଟର ନଲଗାଇବାକୁ ଲୋକଙ୍କୁ ଅପିଲ କଲା ଜିଲ୍ଲା ଓକିଲ ସଙ୍ଘ

"ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ଜନସାଧାରଣଙ୍କ ବିନା ସହମତିରେ ଜନସ୍ବାସ୍ଥ୍ୟ ବିଭାଗ ଏବଂ ଟାଟା ପାୱାର ପକ୍ଷରୁ ପ୍ରତି ଘରେ ପ୍ରିପେଡ଼ ଇଲେକ୍ଟ୍ରି ମିଟର ଓ ସ୍ମାର୍ଟ ୱାଟର ମିଟର ଲଗାଯାଉଛି । ଯାହା ଜନସ୍ବାର୍ଥ୍ୟ ବିରୋଧୀ । ଲିମିଟେଡ ଆପଣଙ୍କୁ କେହି ଯଦି ସ୍ମାର୍ଟ ୱାଟର ମିଟର ଅଥବା ସ୍ମାର୍ଟ ଇଲେକ୍ଟ୍ରି ମିଟର ଲଗାଇବାକୁ ବାଧ୍ୟ କରୁଛନ୍ତି ତାହେଲେ ଆପଣ ଭୟଭୀତ ନହୋଇ ଜିଲ୍ଲା ଓକିଲ ସଂଘ ସହ ଯୋଗାଯୋଗ କରନ୍ତୁ" । ଏବେ ଏହିଭଳି ଭାବରେ ଡାକବାଜି ଯନ୍ତ୍ର ଜରିଆରେ ସହର ସାରା ପ୍ରଚାର ଓ ସଚେତନତା କରୁଛି ଜିଲ୍ଲା ଓକିଲ ସଙ୍ଘ । ଗୋଟିଏ ପଟେ ଜନ ସ୍ୱାସ୍ଥ୍ୟ ବିଭାଗ ଓ TPWODL ବିଦ୍ୟୁତ ବିତରଣକାରୀ ସଂସ୍ଥା ସ୍ମାର୍ଟ ୱାଟର ମିଟର ଓ ସ୍ମାର୍ଟ ଇଲେକ୍ଟ୍ରି ମିଟର ଲଗାଇବାକୁ ଲୋକଙ୍କୁ ଅପିଲ କରୁଥିବା ବେଳେ ଜିଲ୍ଲା ଓକିଲ ସଂଘ ଏହାର ବିରୋଧ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ପ୍ରିପେଡ ମିଟରକୁ ବିରୋଧ, TPWODL ଅଫିସ ଘେରିଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ

ମୁଖ୍ୟତଃ କିଛି ଦିନ ପୂର୍ବରୁ ସମ୍ବଲପୁର ଉତ୍ତରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟରେ ପ୍ରିପେଡ଼ ୱାଟର ମିଟର ଲଗାଇ ଶୁଭାରମ୍ଭ କରାଯାଇଥିଲା। ସହରର ସମସ୍ତ ଲୋକଙ୍କୁ ଏହି ଭଳି ମିଟର ଲଗାଇବାକୁ ଜିଲ୍ଲା ପ୍ରଶାସନ ଅପିଲ କରିଛି । ତେବେ ଜିଲ୍ଲା ଓକିଲ ସଂଘର କହିବା କଥା ହେଲା ଯେ ରାଜ୍ୟ ସରକାର ସବୁବେଳେ କାହିଁକି ସମ୍ବଲପୁରକୁ ଏହିଭଳି ପ୍ରକଳ୍ପ ପରୀକ୍ଷା କେନ୍ଦ୍ର କରୁଛନ୍ତି । ଅନ୍ୟ ଜିଲ୍ଲା ମାନଙ୍କରେ ଏହା କରାଯାଇ ନଥିବା ବେଳେ ସମ୍ବଲପୁରରେ କାହିଁକି ଏହା କରାଯାଉଛି ବୋଲି ଓକିଲ ସଂଘ ପ୍ରଶ୍ନ କରିଛି । ଏଥିପାଇଁ ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘ ଏହାର ବିରୋଧ ଜାରି ରଖିବ ବୋଲି କହିଛି।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.