ETV Bharat / state

ତୈଳ ଦର ବୃଦ୍ଧିକୁ ବିରୋଧ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଂଗ୍ରେସର ଦାବିପତ୍ର

author img

By

Published : Jun 29, 2020, 5:43 PM IST

ସୋମବାର ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ କଂଗ୍ରେସ କାର୍ଯ୍ୟାଳୟରୁ ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ କୁମାର ଗୁରୁଙ୍କ ନେତୃତ୍ବରେ ବ୍ୟାନର ଓ ଫ୍ଲାଗ କାର୍ଡ ଧରି ଏକ ଶୋଭାଯାତ୍ରାରେ ବାହାରିଥିଲେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ । ଏହା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

Sambalpur congress protest against petrol-disel price hike
ତୈଳ ଦର ବୃଦ୍ଧିକୁ ବିରୋଧ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଂଗ୍ରେସର ଦାବିପତ୍ର

ସମ୍ବଲପୁର: ଦେଶରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ପାଉଛି । କୋରୋନା ସଙ୍କଟ ସମୟରେ ତୈଳର ଏଭଳି ଅହେତୁକ ଦର ବୃଦ୍ଧି ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଏହି ପରିପ୍ରେକ୍ଷୀରେ ସୋମବାର ଦେଶବ୍ୟାପୀ ତୈଳର ଦର ବୃଦ୍ଧିକୁ ପ୍ରତିବାଦ କରିଛି କଂଗ୍ରେସ । ସମ୍ବଲପୁରରେ ମଧ୍ୟ ଏହି ପ୍ରତିବାଦ ଦେଖିବାକୁ ମିଳିଛି ।

Sambalpur congress protest against petrol-disel price hike
ତୈଳ ଦର ବୃଦ୍ଧିକୁ ବିରୋଧ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଂଗ୍ରେସର ଦାବିପତ୍ର

ସୋମବାର ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ କଂଗ୍ରେସ କାର୍ଯ୍ୟାଳୟରୁ ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ କୁମାର ଗୁରୁଙ୍କ ନେତୃତ୍ବରେ ବ୍ୟାନର ଓ ଫ୍ଲାଗ କାର୍ଡ ଧରି ଏକ ଶୋଭାଯାତ୍ରାରେ ବାହାରିଥିଲେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ । ଏହା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

Sambalpur congress protest against petrol-disel price hike
ତୈଳ ଦର ବୃଦ୍ଧିକୁ ବିରୋଧ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଂଗ୍ରେସର ଦାବିପତ୍ର
ତୈଳ ଦର ବୃଦ୍ଧିକୁ ବିରୋଧ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଂଗ୍ରେସର ଦାବିପତ୍ର

ବର୍ତ୍ତମାନ ସାରା ଦେଶରେ ମହାମାରୀ କୋରୋନା ପାଇଁ ଅଚଳାବସ୍ଥା ଜାରି ରହିଛି । ଲୋକମାନେ ଆତଙ୍କିତ ରହିଥିବା ମଧ୍ୟ କୋରୋନା ସହ ଲଢେଇ ଜାରି ରଖିଛନ୍ତି । ସବୁ କ୍ଷେତ୍ରରେ ଆର୍ଥିକ ମାନ୍ଦାବସ୍ଥା ଜାରି ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ପ୍ରତିଦିନ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ହେବାରେ ଲାଗିଛି । ଆଉ ଏହାର ପ୍ରଭାବ ସାଧାରଣ ଗରିବ ଓ ମଧ୍ୟବିତ୍ତ ପରିବାର ଉପରେ ପଡୁଛି ବୋଲି କଂଗ୍ରେସ କହିଛି । ତେଣୁ ଏହାକୁ ବିରୋଧ କରି କଂଗ୍ରେସ ପ୍ରତିବାଦ କରୁଛି ବୋଲି କୁହାଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.